ରାହୁଲ ଗାନ୍ଧୀଙ୍କ ବିବାହ ନେଇ ପଚରା ଯାଇଥିବା ପ୍ରଶ୍ନ ରେ ଏମିତି ଉତ୍ତର ରଖିଲେ ରାହୁଲ, କହିଲେ ଯଦି ବାହା ହେବି ତାହାଲେ ଝିଅ…

Rahul Gandhi reply when asked about his marriage

ଓଡିଆ ଗସିପ୍ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତ ଯୋଡା ଯାତ୍ରା ଅଧୀନରେ ଜାମ୍ମୁ କାଶ୍ମୀରରେ ଅଛନ୍ତି । ଏହି ସମୟରେ ସେ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇଥିଲେ । କଂଗ୍ରେସ ଏହି ସାକ୍ଷାତକାରକୁ ସୋସିଆଲ ମିଡିଆରେ ସେୟାର କରିଛି ।

ଏଥିରେ ରାହୁଲ ଗାନ୍ଧୀ ପ୍ରତ୍ୟେକ ବଡ ଏବଂ ଛୋଟ ଦିଗ ଉପରେ କଥାବାର୍ତ୍ତା କରିଥିଲେ । ତାଙ୍କର ବ୍ୟକ୍ତିଗତ ଜୀବନର ଅନୁଭୂତି ଏବଂ ଅଭ୍ୟାସ ମଧ୍ୟ ବାଣ୍ଟିଥିଲେ । ଏହି ସାକ୍ଷାତକାରରେ ରାହୁଲ ଗାନ୍ଧୀଙ୍କୁ ବିବାହକୁ ନେଇ ପଚରାଯାଇଥିବା ପ୍ରଶ୍ନ ଖୁବ ଭାଇରାଲ ହେଉଛି ।

ବିବାହ କେବେ କରିବର ପ୍ରଶ୍ନର ଉତ୍ତରରେ ରାହୁଳ କହିଥିଲେ ଯେ, ସଠିକ୍‌‌ ଓ ଭଲ ପାଉଥିବା ଝିଅ ମିଳିଲେ ବାହା ହୋଇଯିବେ । ହେଲେ ଗୋଟିଏ ସର୍ତ୍ତ ରହିଛି ଝିଅଟି ବୁଦ୍ଧିମତୀ ହେବା ଦରକାର । ସେ ତାଙ୍କ ମାତା-ପିତା ଅର୍ଥାତ ରାଜୀବ –ସୋନିଆ ଗାନ୍ଧୀଙ୍କ ଯୋଡି ଏପରି ଥିଲା, ସେ ଭଲ ପାଇବାକୁ ଖୁବ ଉଚ୍ଚରେ ଦେଖିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ପତ୍ନୀଙ୍କ ଏହି କାଣ୍ଡକୁ ସମ୍ଭାଳି ନପାରି ନିଜ ଗୁପ୍ତାଙ୍ଗ କାଟିଦେଲେ ସ୍ବାମୀ, ଆଉ ତାପରେ...

ସେ ନିଜ ମାତା-ପିତାଙ୍କ ଉଦାହରଣ ଦେଇ କହିଛନ୍ତି, ଏହା ମଧ୍ୟ ଏକ କାରଣ ମୋ ବାପା-ମାଆଙ୍କ ବିବାହ ବହୁତ ଭଲ । ପରସ୍ପରକୁ ସେମାନେ ଖୁବ ଭଲ ପାଆନ୍ତି । ତେଣୁ ସେ ମଧ୍ୟ ସେଭଳି ଝିଅ ଅପେକ୍ଷାରେ ଅଛନ୍ତି ।

ଏହି ସମୟରେ ନିଜ ଖାଦ୍ୟପେୟକୁ ନେଇ ମଧ୍ୟ ସେ କହିଛନ୍ତି, ତାଙ୍କର ଭୋଜନକୁ ନେଇ କୌଣସି ସମସ୍ୟା ନାହିଁ । ମାତ୍ର ମଟର ଓ ପଣସ ଖାଇବାକୁ ସେ ପସନ୍ଦ କରନ୍ତି ନାହିଁ । କ୍ରୋଧକୁ କିପରି ନିୟନ୍ତ୍ରଣ କରନ୍ତି ପ୍ରଶ୍ନରେ ସେ ଉତ୍ତର ଦେଇ କହିଥିଲେ ଯେ, ରାଗ ଆସିଲେ ସେ ଏକଦମ ଚୁପ ରୁହନ୍ତି ।

Share this story

World Odia Language Conferene