ପରିବାର ସହ ଜୀବନ ହାରିଲେ ବିଜେପି ନେତା; ପୁଅର ଦେହ ଅତ୍ୟଧିକ ଖରାପ ଯୋଗୁଁ ଚିନ୍ତାରେ ଥିଲେ...

BJP leader kill whole family and took his life also

ଓଡ଼ିଆ ଗସିପ ବ୍ୟୁରୋ: ମଧ୍ୟପ୍ରଦେଶ ବିଦିଶାରେ ଘଟିଛି ଛାତିଥରା ଘଟଣା । ପୁଅର ଅସୁସ୍ଥତାକୁ ନେଇ ଚିନ୍ତାରେ ଥିବା ବିଜେପି ନେତା ସଞ୍ଜିବ ମିଶ୍ରା ନିଜର ୨ ପୁଅ, ସ୍ତ୍ରୀଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଜୀବନ ହାରିଛନ୍ତି ।

ମୃତ୍ୟୁ ପୂର୍ବରୁ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୃତ୍ୟୁ ପୂର୍ବରୁ ସେ ଲେଖିଛନ୍ତି ଯେ, ‘ହେ ଈଶ୍ୱର ! ଏଭଳି ରୋଗ ଶତ୍ରୁକୁ ବି ନମିଳୁ, ମସ୍କୁଲାର ଡିଷ୍ଟ୍ରଫି ଡିଏମଡି’ ।

ଏହି ପୋଷ୍ଟ ଦେଖିବା ପରେ ତାଙ୍କର ଜଣେ ସମ୍ପର୍କୀୟ ସଞ୍ଜିବଙ୍କ ଘରେ ପହଞ୍ଚିଥିଲେ । କବାଟ ବାଡେଇବା ପରେ ନଖୋଲିବାରୁ କବାଟ ଭାଙ୍ଗି ପଶିଥିଲେ ।

ଅଧିକ ପଢ଼ନ୍ତୁ : ବ୍ଲାକମେଲିଂ କରୁଥିବାରୁ ସାଙ୍ଗକୁ ମାରିଲା ସାଙ୍ଗ ! ଅପହରଣ ପରେ କଲା ହତ୍ୟା...

ରୁମ ଭିତରେ ୪ ଜଣ ଯାକ ଅଚେତ ହୋଇ ପଡିଥିବାର ଦେଖିଲେ । ଘଟଣାସ୍ଥଳରେ ହିଁ ୨ ପୁଅଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ସ୍ୱାମୀ, ସ୍ତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ହେଲେ ଚିକିତ୍ସା ମଧ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣା ପୁରା ଇଲାକାରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଚାରିଆଡେ ଶୋକର ବାତାବରଣ ଖେଳି ଯାଇଛି । ପୋଲିସ ସୂଚନା ପାଇ ମୃତଦେହ କୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି । ପୋଲିସ ସମସ୍ତ ଦିଗରୁ ତଦନ୍ତ ଚଳାଇଛି ।

Share this story