ବ୍ଲାକମେଲିଂ କରୁଥିବାରୁ ସାଙ୍ଗକୁ ମାରିଲା ସାଙ୍ଗ ! ଅପହରଣ ପରେ କଲା ହତ୍ୟା...
ଓଡ଼ିଆ ଗସିପ ବ୍ୟୁରୋ: ବନ୍ଧୁ ସାଜିଲା ବଇରୀ । ସାଙ୍ଗ ବନିଗଲା ସୈତାନ । ବନ୍ଧୁପଣର ମୂଲ୍ୟକୁ ନା କେହି ବୁଝିପାରିଲେ ନା କେହି ସମ୍ମାନ ଦେଲେ । ଶେଷରେ ବନ୍ଧୁ କଲା ଆଉ ଜଣେ ବନ୍ଧୁକୁ ବ୍ଲାକମେଲିଂ । ଆଉ ପ୍ରତିଶୋଧ ନେବାକୁ ଯାଇ ସେହି ବନ୍ଧୁକୁ ମରଣଶେଯରେ ଶୁଆଇ ଦେଲା ଆଉ ଏକ ବନ୍ଧୁ ।
ଆମେ କହୁଛୁ ଖୋର୍ଦ୍ଧା ବାଣପୁର ଖମାରସାହିର ପ୍ରଶାନ୍ତ ମହାପାତ୍ରଙ୍କ ଯୁକ୍ତ ଦୁଇ ପଢୁଆ ପୁଅ ଆଶୁତୋଷଙ୍କ କଥା । ୩୬ ଘଣ୍ଟା ତଳେ ତାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା ଗାଁ ସାଙ୍ଗ ଆଶିର୍ବାଦ ପ୍ରଧାନ । ଦିନ ତମାମ ଏକ ଘରେ ଆଶୁତୋଷଙ୍କୁ ବନ୍ଧକ ରଖିବା ସହ ତାଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ଦାବି କରିଥିଲା । ନଚେତ ପୁଅକୁ ହତ୍ୟା କରିବାକୁ ଧମକ ଦେଇଥିଲା ଆଶିର୍ବାଦ ।
ଶେଷରେ ଟଙ୍କା ନମିଳିବାରୁ ଆଶୁତୋଷକୁ ହତ୍ୟା କରି ଆଶିର୍ବାଦ କୁଅ ଭିତରେ ଫିଙ୍ଗିଦେଇଥିଲା ମୃତଦେହ । ଆଉ ଖୋଳତାଡ଼ କରି ପୋଲିସ ଅଭିଯୁକ୍ତ ଆଶିର୍ବାଦକୁ ଗିରଫ କରିବା ପରେ ତାର ବୟାନ ଆଧାରରେ କୂଅ ଭିତରୁ ଉଦ୍ଧାର ହୋଇଥିଲା ମୃତଦେହ ।
ଅଧିକ ପଢ଼ନ୍ତୁ : ସରସ୍ୱତୀ ପୂଜାରେ ହାଇ ଡ୍ରାମା ! ସ୍କୁଲ ଭିତରେ ପଶି ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ ଆଉ ତାପରେ ବହୁତ କିଛି ଉତ୍ପାତ କଲେ, ଦେଖନ୍ତୁ ଭିଡ଼ିଓ...
ଆଶୁତୋଷ ଓ ଆଶିର୍ବାଦ ଦୁଇ ବନ୍ଧୁ । ବୁଲାବୁଲିଠୁ ଖିଆପିଆ ଯାଏଁ ଏକାଠି କରନ୍ତି । ସେହି ବନ୍ଧୁତା ଭିତରେ ଆଶୁତୋଷ ମୁଣ୍ଡକୁ ଜୁଟିଥିଲା ଦୁର୍ବୁଦ୍ଧି। ଆଶିର୍ବାଦ ଏକାଧିକ ଝିଅଙ୍କ ସହ ଶାରିରୀକ ସଂପର୍କ ରଖୁଥିଲା, ଆଉ ସେହି ସଂପର୍କର ଦୃଶ୍ୟକୁ ଧରି ଆଶିର୍ବାଦକୁ ବ୍ଲାକମେଲିଂ କରିବା ସହ ବାରମ୍ବାର ଟଙ୍କା ଆଦାୟ କରୁଥିଲା ଆଶୁତୋଷ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ର ହେବାରୁ ପ୍ରତିଶୋଧ ନେବାକୁ ବସିଥିଲା ଆଶିର୍ବାଦ ।
ସେଦିନ ଥିଲା ଜାନୁୟାରୀ ୨୩ । ହତ୍ୟା ଉଦ୍ଦେଶ୍ୟରେ ଆଶୁତୋଷକୁ ଏକ ଘରକୁ ଆଶିର୍ବାଦ ଡକାଇ ପ୍ରଚୁର ମଦ ପିଆଇଥିଲା । ପରେ ଘରକୁ ବନ୍ଦ କରି ଆଶିର୍ବାଦ ବାହାରକୁ ଚାଲିଯିବା ସହ ମାମଲାକୁ ଦିଗହରା କରିବା ପାଇଁ ଆରମ୍ଭ କରିଥିଲା ମୁଣ୍ଡ ଜାମିନ୍ର ମିଛ ନାଟକ ।
ନିଜ ପରିଚୟ ଗୋପନ ରଖି ଆଶୁତୋଷଙ୍କ ବାପାଙ୍କୁ ଫୋନରେ ୫ ଲକ୍ଷ ଦାବି କରିଥିଲା ଆଶିର୍ବାଦ । ନଚେତ ହତ୍ୟାର ଚେତାବନୀ ଦେଇଥିଲା । ଏହାପରେ ସଂଧ୍ୟାରେ ଫେରି ଆଶୁତୋଷକୁ ତଣ୍ଟିଚିପି ହତ୍ୟା କରି କୁଅରେ ଫିଙ୍ଗିଦେଇଥିଲା । ନିଜ ମୁହଁରେ ଏକଥା ବଖାଣିଛି ଅଭିଯୁକ୍ତ ଆଶିର୍ବାଦ ।
ଅଧିକ ପଢ଼ନ୍ତୁ : ସବୁ ଦିନ ଭଳି କ୍ଷୀର ବିକି ଘରକୁ ଫେରୁଥିଲେ, ହେଲେ ଜାଣିନଥିଲେ ଆଉ ଘରକୁ ଫେରିବେନି, ତାଙ୍କ ସହ ଘଟିଥିଲା ଏପରି ହୃଦୟ ବିଦାରକ ଘଟଣା...
ଘରେ ବନ୍ଦୀ ଅବସ୍ଥାରେ ଥିବା ଆଶୁତୋଷ, ଉଦ୍ଧାର ପାଇଁ ଚିତ୍କାର କରିବା ସହ ପାଣି ମାଗିଥିଲେ । ଲୋଚନ ସେଠୀ ନାମକ ଗ୍ରାମରକ୍ଷୀ ଡାକ ଶୁଣି ପାଖକୁ ଆସିଥିଲେ । ତେବେ ଘରେ ଏକଥା ନକହିବାକୁ ଆଶୁତୋଷ, ଲୋଚନଙ୍କୁ କହିବାରୁ ସେ ନୀରବ ରହି ପଳାଇଯାଇଥିଲେ ବୋଲି କହିଛନ୍ତି ଲୋଚନ ।
ତେବେ ଜଣେ ଗ୍ରାମରକ୍ଷୀ ହୋଇ ଆଶୁତୋଷଙ୍କ ପରିବାରକୁ କାହିଁକି ଜଣାଇବାକୁ ଭୟ କଲେ ଲୋଚନ ? ତାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଅଭିଯୁକ୍ତ ଆଶିର୍ବାଦକୁ ଗିରଫ ପରେ ପୋଲିସ କୋର୍ଟଚାଲାଣ କରିବା ସହ ମାମଲାର ତଦନ୍ତ ଜାରି ରଖିଛି ।