ସରସ୍ୱତୀ ପୂଜାରେ ହାଇ ଡ୍ରାମା ! ସ୍କୁଲ ଭିତରେ ପଶି ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ ଆଉ ତାପରେ ବହୁତ କିଛି ଉତ୍ପାତ କଲେ, ଦେଖନ୍ତୁ ଭିଡ଼ିଓ...

High drama in Saraswati Puja by two rowdy girls

ଓଡ଼ିଆ ଗସିପ ବ୍ୟୁରୋ: ସରସ୍ୱତୀ ପୂଜାରେ ହାଇ ଡ୍ରାମା । ସ୍କୁଲ ଭିତରେ ପଶି ଦୁଇ ଭଉଣୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ସରସ୍ୱତୀଙ୍କ ମୂର୍ତ୍ତି କଚାଡ଼ି ଭାଙ୍ଗିଲେ । ସ୍କୁଲ ଭିତରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କଲେ । ହୋ-ହଲ୍ଲା କରିବା ସହ ବିଶୃଙ୍ଖଳା ବି କଲେ ।

ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ସ୍ଥିତ ପୁନଃର୍ବସତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସରସ୍ୱତୀ ପୂଜା ଚାଲିଥିବା ବେଳେ ଦୁଇ ଯୁବତୀ ସ୍କୁଲ ଭିତରେ ପଶି ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କୁ କଚାଡି ଭାଙ୍ଗିଛନ୍ତି ।

ଅଧିକ ପଢ଼ନ୍ତୁ : ଓଡ଼ିଶାରେ ସିରିଜ୍ ଦୁର୍ଘଟଣା; ଏକ କାର ଓ ୬ଟି ବାଇକକୁ ଧକ୍କା ଦେଲା ସ୍କର୍ପିଓ, ଚାଲିଗଲା ଦୁଇ ନିରୀହ ଜୀବନ...

ସେମାନେ ହେଳେ ଦୁଇ ଭଉଣୀ ଉର୍ମିଳା ସାହୁ ଓ ପ୍ରମିଳା ସାହୁ । ଖାଲି ସେତିକି ନୁହେଁ ଏଥିସହିତ ବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିକୁ ଭାଙ୍ଗିବା ସହ ବିଦ୍ୟାଳୟର ନାଁକୁ ମଧ୍ୟ ଲିଭାଇ ଦେଲେ । ଉଭୟଙ୍କ ଘର କଣ୍ଟାପାଳ ୨ନଂ କଲୋନୀର ହୋଇଥିବା ସୂଚନା ମିଳିଛି ।

ଦେଖନ୍ତୁ ଭିଡ଼ିଓ:

ଗତ ୨୧ ତାରିଖ ଦିନ ସ୍କୁଲ ଭିତରେ ପଶି ହଙ୍ଗମା କରିଥିଲେ । ଆଜି ବିଦ୍ୟାଳୟରେ ପଶି ନାରଖାର କରିଥିବା ଦେଖିବାକୁ ମିଳିଛି । ତେବେ ବାପା ଟାଙ୍ଗୁରୁ ସାହୁ ନାଆଁରେ ବିଦ୍ୟାଳୟ ଜାଗାଟି ରହିଥିବା ନେଇ ଦୁଇ ଭଉଣୀ ଦାବି କରିଛନ୍ତି । ଯାହାକୁ ନେଇ ଦୁଇ ଭଉଣୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି କଙ୍କଡାହାଡ଼ ପୋଲିସ ।

Share this story

World Odia Language Conferene