ଓଡ଼ିଶାରେ ସିରିଜ୍ ଦୁର୍ଘଟଣା; ଏକ କାର ଓ ୬ଟି ବାଇକକୁ ଧକ୍କା ଦେଲା ସ୍କର୍ପିଓ, ଚାଲିଗଲା ଦୁଇ ନିରୀହ ଜୀବନ...

Series road accident kills two on spot

ଓଡ଼ିଆ ଗସିପ ବ୍ୟୁରୋ: ବୌଦ୍ଧ-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ବହିରା ଛକରେ ସିରିଜ୍ ଦୁର୍ଘଟଣା ଘଟିଛି । ସୋନପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ବହିରା ଛକରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ କାର ଓ ୬ଟି ବାଇକକୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରତ ଆହତ ହୋଇଛନ୍ତି ।

ସୂଚନାନୁଯାୟୀ , ସୋନପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ବହିରା ଛକରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ କାର ଓ ୬ଟି ବାଇକକୁ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣାରେ ଅଇଁଲାପାଲି ଗ୍ରାମର ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋବିନ୍ଦ ସାହୁ ଏବଂ ଗାଁର ରବୀ ସାହୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଫଳରେ ଘଟଣାସ୍ଥଳରେ ଉତେଜନା ଜାରି ରହିଥିଲା ।

ଉତ୍ୟକ୍ତ ଲୋକେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ଏହାସହ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ଜବତ କରି ମାଲିକକୁ ଅଟକ ରଖିଛି ।

Share this story

World Odia Language Conferene