ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ ବୀଭତ୍ସ ହତ୍ୟା, ମାମୁ ଭଣଜା ରଚିଲେ ଷଡଯନ୍ତ୍ର

youth stabbed to death in Bhubaneswar

ଓଡ଼ିଆ ଗସିପ ବ୍ୟୁରୋ: ପୁଣି ରାଜଧାନୀ ଭୁବନେଶ୍ୱରରେ ମର୍ଡର । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ୟୁନିଟ-୧ ଜିଇଡି ବସ୍ତିରେ ରହୁଥିବା ସୁଶାନ୍ତ ନାୟକଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ତେବେ ହତ୍ୟାକାରୀଙ୍କୁ ପୋଲିସ ଚିହ୍ନଟ କରିଛି । ଏହି ଘଟଣାରେ କୁଆଡେ ମାମୁ ଭଣଜା ମିଶି ଷଡଯନ୍ତ୍ର କରି ଯୁବକଙ୍କୁ ହତ୍ୟା କରିଥିବା ଶୁଣିବାକୁ ମିଳିଛି । ସେମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି ।

ସୂଚନା ଅନୁସାରେ, ନୟାଗଡ ଅଞ୍ଚଳର ସୁଶାନ୍ତ ନାୟକ ଓ ତାଙ୍କ ପରିବାର ୟୁନିଟ-୧ ଜିଇଡି ବସ୍ତିରେ ରହୁଛନ୍ତି । ସେହି ବସ୍ତିରେ ରହୁଥିବା ସୁଜିତଙ୍କ ପରିବାର ସହ ଗତ କିଛି ଦିନ ହେଲା ତାଙ୍କର ବିବାଦ ଲାଗି ରହିଥିଲା ।

ଅଧିକ ପଢ଼ନ୍ତୁ : କର୍କଟ ରାଶିରେ ପ୍ରବେଶ କରିବେ ଶୁକ୍ର; ୩ ରାଶିଙ୍କ ପାଇଁ ଆସୁଛି ଅତି ଖରାପ ସମୟ !

ତେବେ ଗତ ମାସରେ ସୁଶାନ୍ତଙ୍କ ଝିଆରିଙ୍କୁ ସୁଜିତ ଓ ତାଙ୍କ ସହଯୋଗୀମାନେ ଦୁର୍ବ୍ୟବହାର କରି ରାସ୍ତାରେ ଟଣାଓଟରା କରିଥିଲେ । ଏନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଥିଲା । ଥାନାରେ ଏତଲା ଦିଆଯିବା ପରେ ଅଭିଯୁକ୍ତମାନେ ପ୍ରତିହିଂସା ପରାୟଣ ହୋଇ ପଡିଥିଲେ ।

ଯୋଜନା ମୁତାବକ ସେମାନେ ସୁଶାନ୍ତକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ଏକାଧିକର ଥର ତାଙ୍କ ଯୋଜନା ଫେଲ ମାରିଥିଲା । ତେବେ ଆଜି ଭୋରୁ ସୁଶାନ୍ତ ତାଙ୍କ ପତ୍ନୀଙ୍କୁ ୪ ନମ୍ବରରେ ଛାଡି ଘରକୁ ଫେରୁଥିବା ବେଳେ ରାସ୍ତାରେ ସୁଜିତ, ସୁବାଶ, ଟିକିଲି, ବିଶାଲ, ସାନୁ ତାଙ୍କୁ ଅଟକାଇ ଅତର୍କିତ ଭାବେ ଆକ୍ରମଣ କରିଥିଲେ ।

ଅଧିକ ପଢ଼ନ୍ତୁ : ୪୦ ବର୍ଷ ପରେ ବି ଫିଟ୍ ରହିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସବୁ ଉପାୟ...

ଖଣ୍ଡା, ଭୂଜାଲିରେ ଗୋଡାଇ ଗୋଡାଇ ହାଣିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାଟି ଏବେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Share this story