ଇଭେଣ୍ଟ ମ୍ୟାନେଜମେଣ୍ଟ ଚାକିରୀ ଦେବା ନାଁରେ ଯୁବତୀ ଚାଲାଣ, ଭୁବନେଶ୍ୱରରେ ପହଁଚିବା ପରେ ଉଦ୍ଧାର ଯୁବତୀ ବଖାଣିଲେ ଛାତିଥରା କାହାଣୀ

youth forcing two women from Bhubaneswar to sex trade

ଓଡ଼ିଆ ଗସିପ ବ୍ୟୁରୋ: ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାରେ କାମ ଦେବାକୁ କହି ଦୁଇ ଯୁବତୀଙ୍କୁ ଭୁବନେଶ୍ୱରରୁ ୟୁପି ନେଇଯାଇଥିଲେ ଜଣେ ଯୁବକ । କିନ୍ତୁ ଅଭିଯୁକ୍ତର ପ୍ଲାନ ଥିଲା କିଛି ଅଲଗା । ଚାକିରୀ ଦେବେ କ'ଣ ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କୁ କିଛିଦିନ ପରେ ସେଠାରେ ବାର ଡ୍ୟାନ୍ସ ଓ ଦେହ ବେପାରରେ ଲଗାଇଥିଲେ ।

ହେଲେ ପୁରା ପ୍ରାଣ ଭରା ଚେଷ୍ଟା କରି କୌଶଳକ୍ରମେ ଯୁବତୀ ଦ୍ୱୟ ସେଠାରୁ ଖସି ଆସି ଭୁବନେଶ୍ୱରରେ ପହଁଚିଛନ୍ତି । କିଛି ଟଙ୍କା ପାଇଁ ସେ କିଭଳି ବିପଦ ମୁହଁରେ ପଡ଼ିଥିଲେ, ସେ କଥା ବୟାନ କରିଛନ୍ତି । ତାଙ୍କ ଛାତିଥରା କାହାଣୀ ବଖାଣି ଛନ୍ତି ।

ଏକ ଅଡିଓ ଜାରି କରି ଯୁବତୀ ମାନେ ପୁରା ଘଟଣା ବିଷୟରେ କହିଛନ୍ତି । ସେମାନେ କହିଛନ୍ତି ଅଭିଯୁକ୍ତ ଜଣଙ୍କ ସେମାନଙ୍କୁ ୟୁପି ଚାଲ, ଦିନକୁ ମିଳିବ ୨ ହଜାର ଟଙ୍କା ବୋଲି କହିଥିଲା । ସେଠାରେ ଅୟସ ଆରାମରେ ବଞ୍ଚିବ । ବଡ଼ ଗାଡି ଚଢ଼ିବ । ଏଭଳି ମନମତାଣିଆ କଥା କହି ଅକ୍ଟୋବର ୩୦ ତାରିଖରେ ଦୁଇ ଯୁବତୀଙ୍କୁ ଉତ୍ତରପ୍ରଦେଶ ନେଇଯାଇଥିଲା ଇଭେଣ୍ଟ ମ୍ୟାନେଜର ତଥା ଅଭିଯୁକ୍ତ ରାଜା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଭୁବନେଶ୍ୱରରେ ସ୍କୁଲ ଛାତ୍ରୀ ଉପରେ ଚଢାଇଦେଲା 'ମୋ ବସ', ଏହା ଅନ୍ୟମନସ୍କ ନା ବେଖାତିର ଗାଡି ଚାଳନା... 

କଥା ମୁତାବକ ୧୫ ଦିନ ଠିକ ଠାକ ପେମେଣ୍ଟ ମିଳିଥିଲା । କିନ୍ତୁ ହଠାତ ଯୁବତୀ ମାନଙ୍କୁ ଦେହ ବେପାର ପାଇଁ ବାଧ୍ୟ କରାଯାଇଥିଲା । କାମ ନଥିବା ବେଳେ ଭୋଜପୁରୀ ଗୀତରେ ଷ୍ଟେଜ ଉପରେ ଯୁବତୀଙ୍କୁ ଉଲଗ୍ନ କରି ନଚାଯାଉଥିଲା । ଏଥିରେ ବିରୋଧ କରିବାରୁ ଯୁବତୀ ମାନଙ୍କୁ ଗୃହ ବନ୍ଦୀ କରି ରଖିଥିଲା ରାଜା ଓ ତା ସ୍ତ୍ରୀ ।

ହେଲେ ପରେ କୌଶଳ କ୍ରମେ ଘର ରୋଷେୟା ଫୋନରୁ ଯୋଗାଯୋଗ କରିବା ପରେ ସହାୟତାର ହାତ ବଢ଼ାଇଥିଲେ ସମାଜସେବୀ ସୁଚିସ୍ମିତା ପୃଷ୍ଟି । ଏବଂ ୟୁପିରୁ ଭୁବନେଶ୍ୱର ଯୁବତୀ ଦ୍ବୟଙ୍କୁ ଉଦ୍ଧାର କରିଥିଲେ ସମାଜକର୍ମୀ ।

ସେପଟେ ପରିବାର ସଦସ୍ୟଙ୍କ ଅଭିଯୋଗ, ଯୁବତୀଙ୍କ ଭିଡିଓ ବାର୍ତ୍ତା ଆଧାରରେ ଶୁକ୍ରବାର ରାତିରେ ସୁଚିସ୍ମିତା ପହଞ୍ଚିଥିଲେ ନୂଆପଲ୍ଲୀ ଥାନାରେ । ପୋଲିସ ତୁରନ୍ତ ଏ ନେଇ ୟୁପିର ବନକୋଟା ପୋଲିସକୁ ଯୋଗାଯୋଗ କରିଥିଲା । ପୋଲିସ ଚଢ଼ାଉ କରି ବନ୍ଦ ଘରୁ ଯୁବତୀ ମାନଙ୍କୁ ଉଦ୍ଧାର କରିବା ସହ ରାଜାକୁ ଅଟକ ରଖିଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଯଦି ବିବାହ ପୂର୍ବରୁ ଆସିଥାଏ ଏହି ସବୁ ସଙ୍କେତ, ଜାଣିବେ ଅତି ଶୀଘ୍ର ହୋଇଯିବ ବାହାଘର...

କିନ୍ତୁ ପୁରା ସିଣ୍ଡିକେଟକୁ ପୋଲିସ ଧରିବାର ଆବଶ୍ୟକତା ଥିବା କହିଛନ୍ତି ମହିଳା ସମାଜସେବୀ । ସେପଟେ ହ୍ୟୁମାନ ଟ୍ରାଫିକିଂ ରୋକିବା ପାଇଁ କମିଶନରେଟ ପୋଲିସ ବଦ୍ଧ ପରିକର ଥିବା କହିଛନ୍ତି ଏସିପି ସଞ୍ଜୀବ ଶତପଥୀ ।

ଦେଖନ୍ତୁ ଭିଡ଼ିଓ: 

ଏବେ ପ୍ରଶ୍ନ ଉଠୁଛି ରାଜା ଜାଲରେ ପଡି ଆଉ କେହି ଯୁବତୀ ଦେହ ବେପାରୀରେ ଲିପ୍ତ ନାହାନ୍ତି ତ ? ଯଦି ସେଭଳି ସୂଚନା ଥାଏ ତେବେ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କଲେ ଯୁବତୀ ଚାଲାଣରେ ଲାଗିପାରିବ ରୋକ ବୋଲି ମତ ଆସିଛି ।

Share this story