ପ୍ରେମିକର ଜଳନ୍ତା ଜୁଇ ନିଆଁ ଜାଳିଦେଲା ପ୍ରେମିକାର ଘର!

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କାଲିର ଯୁବପିଢ଼ି ପ୍ରେମ ପତାରଣାର ଶିକାର ହେଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି ଏଭଳି ଆତ୍ମହତ୍ୟା କରିବାକୁ ମଧ୍ୟ ପଛ ଘୁଞ୍ଚା ଦେଉନାହାନ୍ତି। ଏମିତି ଏକ ପ୍ରେମ କାହାଣୀ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ପ୍ରଥମେ ନାବାଳିକା ଝିଅକୁ ପ୍ରେମ କରି ପ୍ରତାରଣା ପାଇବା ପରେ ପାଗଳ ପ୍ରେମିକ ବିଷ ପିଇ ଆତ୍ମହତ୍ୟା କରିଦେଲା ଆଉ ତାପରେ ଘଟଣା ଏମିତି କିଛି ଘଟିଲା।
ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ ! ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ, ନଚେତ୍ ପସ୍ତେଇବେ!
ସୂଚନା ମୁତାବକ ଧାମନଗର ଥାନା ଦଇପୁର ଜେନା ସାହିର ଅର୍ଜୁନ ଯେନାଙ୍କ ପୁଅ ଆଲୋକ ଯେନା ଜଣେ ସ୍କୁଲ ପଢୁଆ ନାବାଳିକା ଝିଅକୁ କିଛି ଦିନ ହେବ ପ୍ରେମ କରିଆସୁଥିଲା। ନାବାଳିକା ଝିଅର ପରିବାର ଲୋକେ ଏହା ଜାଣିବା ପରେ ଝିଅକୁ ବନ୍ଧୁବାନ୍ଧବଙ୍କ ଘରେ ଲୁଚାଇ ରଖିଥିଲେ।
ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍, ନଚେତ୍...
ଏହାକୁ ସହ୍ୟ କରିନପାରି ଗତ ଗୁରୁବାର ଦିନ ଆଲୋକ ବିଷ ଖାଇଦେଇଥିଲେ। ପ୍ରଥମେ ଭଦ୍ରକ ଓ ପରେ କଟକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ହୋଇଥିଲା। ପ୍ରତିଶୋଧ ପରାୟଣ ହୋଇ ଗ୍ରାମ ମଶାଣିରେ ଜଳୁଥିବା ଜୁଇ ନିଆଁରେ ପ୍ରେମିକାର ଘର ଜାଳି ଦେଲେ ପ୍ରେମିକର ପରିବାର ଲୋକେ।
ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ୫୦୦ ବର୍ଷ ପରେ ସୃଷ୍ଟି ହେଉଛି ଗୁରୁ ଗୋଚର ରାଜଯୋଗ
ଖବର ମୁତାବକ ପରିବାର ଲୋକେ ଶନିବାର ଆଲୋକର ମର ଶରୀର ଗ୍ରାମ ମଶାଣିରେ ସତ୍କାର ପରେ ପ୍ରତିଶୋଧ ପରାୟଣ ହୋଇ ଜୁଇ ନିଆଁରେ ପ୍ରେମିକାର ଘର ପୋଡ଼ି ପାଉଁଶ କରିଦେଇଥିବା ଧାମନଗର ଥାନାରେ ଝିଅ ପରିବାର ତରଫରୁ ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ :୩୦ ବର୍ଷ ପରେ ବିରଳ ସଂଯୋଗ, କଟିବ ଶନି ଦଶା, ବଦଳି ଯିବ ଏହି ୫ ରାଶିଙ୍କ ଭାଗ୍ୟ
ଅଭିଯୋଗ ମୁତାବକ; କିଛି ଲୋକ ଶବ ସତ୍କାର ପରେ ଝିଅର ଘରେ କେହି ନଥିବାର ସୁଯୋଗ ନେଇ ନିଆଁ ଲଗାଇ ତାଙ୍କ ଘର ଜଳିଦେଇଥିଲେ। ଖବର ପାଇ ଧାମନଗର ଦମକଳ ବାହୀନି ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ଘରଟି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇ ଯାଇଥିଲା। ଏହାକୁ ଆଧାର କରି ଧାମନଗର ଥାନା ପକ୍ଷରୁ କେଶ ନଂ ୫୫୩/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ :ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ