ଅନୁପ UPSC ପରୀକ୍ଷାରେ ଦ୍ୱିତୀୟଥର ସଫଳତା ପାଇବା ପରେ ପରୀକ୍ଷାର୍ଥୀଙ୍କୁ ଦେଲେ ଏହି ସବୁ ଟିପ୍ସ...

work hard for UPSC exam to crack it

ଓଡ଼ିଆ ଗସିପ ବ୍ୟୁରୋ : ୩୮ ନମ୍ବର ରାଙ୍କ ରଖି ସାରା ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଅନୁପ ଦାସ । ଅବଶ୍ୟ UPSC ପରୀକ୍ଷା ତାଙ୍କ ପାଇଁ ନୂଆ ନୁହେଁ । ୨୦୨୦ ରେ IRS ପାଇଥିବା ଅନୁପ ଏବେ ଦିଲ୍ଲୀରେ କାର୍ଯ୍ୟରତ । କିନ୍ତୁ ଭଲ ରାଙ୍କ ଆସିନଥିବାରୁ ଏଥର ପୁଣି ଥରେ UPSC ପରୀକ୍ଷା ଦେଇ ୩୮ ନମ୍ବର ରାଙ୍କ ଆଣିଛନ୍ତି ।

ଭାଷା ଓ ଖାଦ୍ୟର ବିବିଧତା ସଂପର୍କରେ ଥିବା ପାର୍ଥକ୍ୟ ପ୍ରସଙ୍ଗରେ ଉତ୍ତର ଦେଇ ପାନେଲିଷ୍ଟଙ୍କ ସେ ଦୃଷ୍ଟି ଆକର୍ଷଣ କରିଥିଲେ । ଜଗତସିଂହପୁର ଜିଲ୍ଲା ନାଉଗାଁ କୋକିଡିହ ଗ୍ରାମର ସ୍ୱର୍ଗତଃ ନୃସିଂହ ଚରଣ ଦାସ ଓ ମଧୁସ୍ମିତା ଦାସଙ୍କ ପୁଅ ହେଉଛନ୍ତି ଅନୁପ ।

ଏନେଇ ଅନୁପ କହିଛନ୍ତି ଯେ 'ଏହା ମୋର ସେକେଣ୍ଡ ଆଟେମ୍ପ୍ଟ ଏକଜାମ ଥିଲା । ମୁଁ ଏବେ ଇଣ୍ଡିଆନ୍‌ ରେଭିନ୍ୟୁ ସର୍ଭିସ୍‌ରେ କାର୍ଯ୍ୟଋତ। ମୋର ଫାଷ୍ଟ ଚଏସ୍‌ ଇଣ୍ଡିଆନ୍‌ ଫରେନ୍ସି ସର୍ଭିସ ରଖିଥିଲି । ଆଉ ସେହି ସୁଯୋଗ ଏବେ ମିଳିବ । ୨୦୧୯ରେ ମୁଁ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି । ମୋର ସବଜେକ୍ଟ ଥିଲା ZOOLOGY । ସେତେବେଳେ ସର୍ବଭାରତୀୟସ୍ତରରେ ୧୨୦ ରାଙ୍କ ରଖି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲି । ମୁଁ ମୋ ରାଙ୍କ୍‌କୁ ନେଇ ଏତେଟା ଖୁସିନଥିଲି ।'

ଅଧିକ ପଢ଼ନ୍ତୁ : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥାନାଧିକାରୀ; ଅଢ଼େଇ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

'ସେଥିପାଇଁ ତିନି ବର୍ଷ ପରେ ସେକେଣ୍ଡ ଆଟେମ୍ପ୍ଟ ପାଇଁ ମୁଁ ପୁଣି ଥରେ ପ୍ରସ୍ତୁତ ଆରମ୍ଭ କରିଦେଇଥିଲି । ଚାକିରି ମଧ୍ୟରେ ପାଠପଢା ପାଇଁ ବି ସମୟ ଦେଉଥିଲି । ଏପରିକି ମୋର ପାଠପଢା ପ୍ରସ୍ତୁତ ଓ ପରୀକ୍ଷା ପାଇଁ ବିଭାଗ ପକ୍ଷରୁ ମୋତେ ସପୋର୍ଟ ମିଳୁଥିଲା । ସେମାନେ ମୋତେ ଛୁଟି ବି ଦେଉଥିଲେ । ଆଉ ଏ ସଫଳତା ମୋତେ ବହୁତ ଖୁସି ଦେଇଛି ।'

ସେ ଆହୁରି କହିଛନ୍ତି ଯେ, ପରୀକ୍ଷାର୍ଥୀଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ଦ୍ୱିତୀୟତଃ ପରୀକ୍ଷାର୍ଥୀଙ୍କୁ ସିଲାବସ୍‌ ଦେଖି ଷ୍ଟ୍ରାଟେଜି କରିବାକୁ ପଡ଼ିବ । ସାକ୍ଷାତକାରରେ ମୋତେ ହବି, ଖାଦ୍ୟ ମୋତେ ପଚରାଯାଇଥିଲା । ତୃତୀୟତଃ ପାଠପଢାରେ କେବେ ଲାଜ କରନ୍ତୁନି । ଯଦି କେଉଁ କ୍ଷେତ୍ରରେ ଆପଣ ଦୁର୍ବଳ ଅଛନ୍ତି, ତେବେ ଲାଜ ନକରି ଅନ୍ୟମାନଙ୍କ ଠାରୁ ବୁଝିନେବା ଉଚିତ୍ । ଏହା ଆପଣଙ୍କୁ ସଫଳତା ନିକଟରେ ପହଞ୍ଚାଇବ ।'

ଅଧିକ ପଢ଼ନ୍ତୁ : ଏହି ବଡ଼ କାରଣ ପାଇଁ ବୁଡ଼ିଯିବ ଏଲ୍‌ଆଇସି, ଇପିଏଫ୍‌ଓର ଅର୍ଥ; ସାବଧାନ!

ପ୍ରକାଶ ପାଇଛି ୟୁପିଏସସି ପରୀକ୍ଷା ଫଳ । ୟୁପିଏସସି ସିଭିଲ ସର୍ଭିସ ଏଗଜାମରେ ଏଥର ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଯେଉଁଥିରେ ୬୧୩ ପୁରୁଷ ଏବଂ ୩୨୦ ମହିଳା ରହିଛନ୍ତି । ୧୮୦ ଜଣ ଆଇଏଏସ୍, ୩୮ ଜଣ ଆଇଏଫଏସ, ୨୦୦ ଆଇପିଏସଙ୍କୁ ନିଯୁକ୍ତି ମିଳିବ ।

୧୭୮ ଜଣ ପରୀକ୍ଷାର୍ଥୀଙ୍କୁ ରିଜର୍ଭ ଲିଷ୍ଟରେ ରଖାଯାଇଛି । ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପ୍ରିଲିମିନାରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୩ ହଜାର ୯୦ ପରୀକ୍ଷାର୍ଥୀ ମେନ୍‌ରେ ସାମିଲ ହୋଇଥିଲେ । ୨ହଜାର ୫୨୯ ପରୀକ୍ଷାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥିଲା ।

Share this story