ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥାନାଧିକାରୀ; ଅଢ଼େଇ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

crorepati police officer arrested by vigilance in graft charges

ଓଡ଼ିଆ ଗସିପ ବ୍ୟୁରୋ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଭିଜିଲାନ୍ସ ଗାଇସିଲାଟ ଥାନାଧିକାରୀ ବୀରବର ଭଗତଙ୍କ ଅଫିସ ଓ ବାସଭବନ ସମେତ ଚାରୋଟି ଜାଗାରେ ଚଢ଼ାଉ କରିଥିଲା । ଚଢ଼ଉ ସମୟରେ ଥାନା ଅଧିକାରୀ ଭଗତଙ୍କ ବହୁ ବ୍ୟାଙ୍କ ପାସବୁକ, ସ୍ଥାୟୀ ଜମା/ବ୍ୟାଙ୍କଜମା/ବୀମା ସମ୍ପର୍କିିତ ବହୁ କାଗଜପତ୍ର ଜବତ କରି ତନାଘନା ଜାରି ରଖିଥିଲା ।

ତେବେ ସୋମବାର ସକାଳୁ ମଙ୍ଗଳବାର ଅପରାହ୍ନଯାଏଁ ଚାଲିଥିବା କାଗଜପତ୍ର ଏବଂ ମିଳିଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଓ ମୂଲ୍ୟାୟନ ପରେ ଗାଇସିଲାଟ ଥାନାଧିକାରୀ ବର୍ତ୍ତମାନ ସୁଦ୍ଧା କରିଥିବା ତାଙ୍କର ମୋଟ ଆୟଠାରୁ ୧୭୯% ଅଧିକ ଟଙ୍କାର ସମ୍ପତ୍ତିର ମାଲିକ ଥିବା ଜଣାପଡ଼ିବା ପରେ ଭିଜିଲାନ୍ସ ବିଭାଗ ମଙ୍ଗଳବାର ତାଙ୍କୁ ଗିରଫ କରିଥିବା ବରଗଡ଼ ଡ଼ିଏସପି ସତ୍ୟାନନ୍ଦ ମହାନନ୍ଦଙ୍କ ସୂତ୍ରରୁ ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ : ପେଟ୍ରୋଲ ଢାଳି ପ୍ରେମିକାକୁ ଜିଅନ୍ତା ଜାଳିବାକୁ ଉଦ୍ୟମ, ୩ ଜଣଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ

ଗିରଫ ଥାନାଧିକାରୀ ବୀରବର ଭଗତଙ୍କୁ ଆଜି ସମ୍ବଲପୁର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ସମ୍ବଲପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

ସୋମବାର ଭିଜିଲାନ୍ସ ବିଭାଗର ଦୁଇଟି ଟିମ ଗାଇସିଲାଟ ଥାନା ଓ ଥାନାବାବୁଙ୍କ କ୍ୱାଟରରେ ଚଢ଼ଉ କରିଥିବା ବେଳେ ଆଉ ଦୁଇଟି ଟିମ ସମ୍ବଲପୁର ଅନଗୁଳିଆ ପଡା ସ୍ଥିତ ବୀରବରଙ୍କ ବାସଭବନ ଓ ସମ୍ବଲପୁର କବରାପାଲି ସ୍ଥିତ ଫାର୍ମ ହାଉସରେ ଚଢ଼ାଉ କରି ଥାନା ଅଧିକାରୀ ଭଗତଙ୍କଠାରୁ ଅଢ଼େଇ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଥିଲେ ।

ଯେଉଁଥିରେ ୨ କୋଟି ୯୦ ଲକ୍ଷ ଟଙ୍କାର ସ୍ଥାବର ଏବଂ ୫୧ ଲକ୍ଷ ୧୫ ହଜାର ୮୬୦ ଟଙ୍କାର ଅସ୍ଥାବର ସମ୍ପତ୍ତିକୁ ନେଇ ମୋଟ ୨,୬୦,୧୫,୮୬୦ (ଦୁଇ କୋଟି ୬୦ ଲକ୍ଷ ୧୫ ହଜାର ୮୬୦) ଟଙ୍କାର ସମ୍ପତ୍ତି ସାମିଲ ରହିଛି ।

ଅଧିକ ପଢ଼ନ୍ତୁ : ଏହି ବଡ଼ କାରଣ ପାଇଁ ବୁଡ଼ିଯିବ ଏଲ୍‌ଆଇସି, ଇପିଏଫ୍‌ଓର ଅର୍ଥ; ସାବଧାନ!

ସମ୍ବଲପୁର ଅନଗୁଳିଆ ପଡ଼ାରେଥିବା ଶ୍ରୀ ଭଗତଙ୍କ ୭୭ ଲକ୍ଷ ଟଙ୍କା ମୂଲ୍ୟର ବାସଭବନ ଠାବ କରାଯାଇଥିବା ବେଳେ ଚାରିପଟେ ପାଚେରୀ ଦିଆଯାଇଥିବା କବ୍ରାପାଲିରେ ୨୧ ଲକ୍ଷ ଟଙ୍କାର ଫାର୍ମ ହାଉସ ରହିଛି ।

ସେହିଭଳି ସମ୍ବଲପୁର ସହର, ବଣେଇ ଓ ସୁନ୍ଦରଗଡ଼ରେ ତାଙ୍କ ଜିମାରେ ଥିବା ୯ଟି ପ୍ଲଟ ଠାବ କରାଯାଇଥିଲା । ଯାହାକୁ ନେଇ ଆଜି ଶ୍ରୀ ଭାଗତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

Share this story