ହାତୀ ଆତଙ୍କକୁ ନେଇ ଅଞ୍ଚଳବାସି ଆତଙ୍କିତ! ବୃଦ୍ଧାଙ୍କୁ ଦଳି ମାରିଲା ଦନ୍ତା
 

Woman Trampled To Death By Elephant In Dhenkanal
ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା
 

ଓଡ଼ିଆ ଗସିପ୍ ବ୍ୟୁରୋ:ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ଧରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗୋବରୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣଙ୍କ ମହାବିରୋଡ଼ ଥାନା ବାମ ପଞ୍ଚାୟତ ଅନ୍ତର୍ଗତ ଗୋବରୀ ମୁଣ୍ଡାସାହିର ସୁରୁ ମୁଣ୍ଡା। 

ଆଧିକ ପଢନ୍ତୁ : ମାନସିକ ଅବସାଦର ଶିକାର ହେବା ସହ ଅକସ୍ମାତ୍‌ ଦୂରଯାତ୍ରା କରି କରିପାରନ୍ତି! ପଢନ୍ତୁ ଏ ସପ୍ତାହର ରାଶିଫଳ

ସୁରୁ ଭୋର ସମୟରୁ ମହୁଲ ଫୁଲ ଗୋଟାଇବା ପାଇଁ ଗାଁ ପାଖ ଚାଙ୍ଗୁରିଆପାଳ ଜଙ୍ଗଲ ନିକଟକୁ ଯାଇଥିଲେ। ସେଠାରେ ମହୁଲ ଫୁଲ ଗୋଟାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ ସୁରୁ । ଦନ୍ତା ହାତୀଟି ତାଙ୍କୁ କଚାଡି ମାରିଥିଲା। ତେବେ ଘଟଣା ସ୍ଥଳରେ ହିଁ ସୁରୁଙ୍କର ମୃତ୍ୟୁ ହୋଇଛି। 

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ବ୍ଲଡ଼ କ୍ୟାନ୍ସର ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 

ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ। ମାତ୍ର ତାଙ୍କର କ୍ଷତବିକ୍ଷତ ମୃତ ଦେହ ଗାଁ ପାଖ ଜଙ୍ଗଲ ନିକଟରେ ପଡି ରହିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ମହାବୀରୋଡ଼ ଥାନା ପୋଲିସ ଏବଂ ବନ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରି ଦେଇଛନ୍ତି। ତେବେ ହାତୀ ଆତଙ୍କକୁ ନେଇ ଅଞ୍ଚଳବାସି ଆତଙ୍କିତ ଥିବା ଜଣାପଡିଛି।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!

Share this story