ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ, ଦୁଇ ଝିଅ ଅନାଥ, ଚିନ୍ତାରେ ସାରା ପରିବାର...
ଓଡ଼ିଆ ଗସିପ୍ ବ୍ୟୁରୋ: ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ। ସ୍ୱାମୀଙ୍କ ଅନ୍ତିମ ସଂସ୍କାର ପରେ ଘରେ ରଶି ଲଗାଇ ଆତ୍ମହତ୍ୟା କଲେ ଧର୍ମପତ୍ନୀ। ଏଣେ ବାପାମା’ଙ୍କୁ ହରାଇ ଅନାଥ ହୋଇ ପଡ଼ିଛନ୍ତି ୨ ଝିଅ। ଏପରି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆ ପଞ୍ଚାୟତ ବାଂକୋଇ ନିକଟ ବେଣାଗାଡ଼ିଆ ଗ୍ରାମରେ ଘଟିଛି।
ଅଧିକ ପଢନ୍ତୁ : ୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...
ସ୍ବାମୀର ମୃତ୍ୟୁପରେ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଗୋକୁଳ ଚନ୍ଦ୍ର ସାହୁ ସୁନାଖଳାରେ ଇଲେକେଟ୍ରାନିକ୍ ବ୍ୟବସାୟ କରୁଥିଲେ। ଦିପାବଳୀ ଦିନ ସନ୍ଧ୍ୟାରେ ବାଇକରେ ଗାଁକୁ ଫେରୁଥିଲେ ହଠାତ୍ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଗୋକୁଳ ଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଥିଲା ଓ ପରେ ପରିବାର ଲୋକେ ଗୋକୁଳଙ୍କ ଅନ୍ତିମ ସଂସ୍କାର କରିଥିଲେ।
ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
ଏଥିରେ ଭାଙ୍ଗି ପଡ଼ିଥିଲେ ସ୍ତ୍ରୀ। ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀ ଅନିନ୍ଦିତା ସୁବୁଦ୍ଧି ଅସହାୟ ହୋଇ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଗୋକୁଳଙ୍କର ଦୁଇ ଝିଅ ଆକାଂକ୍ଷା ଓ ଅନ୍ୱେଷା ଏବେ ଅନାଥ ହୋଇ ପଡ଼ିଛନ୍ତି, ଯାହାକୁ ନେଇ ସାରା ପରିବାର ଚିନ୍ତାରେ ପଡିଯାଇଛନ୍ତି।
ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!