ଭିଜିଲାନ୍ସ ଜାଲରେ ମହିଳା ରାଜସ୍ବ ନିରୀକ୍ଷକ, ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ
 

Woman RI Caught Taking Bribe In Odishas Sundargarh
ଭିଜିଲାନ୍ସ ଜାଲରେ ମହିଳା ରାଜସ୍ବ ନିରୀକ୍ଷକ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ।  ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୁକ୍ତ ହେଲେ ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ।

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ସୂଚନା ଅନୁଯାୟୀ, ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ ଜଣେ ବ୍ୟକ୍ତିଙ୍କୁ ଚାଷଜମିକୁ ବାସୋପଯୋଗୀ ଜମିରେ ରୂପାନ୍ତରିତ କରିବା ନେଇ ରିପୋର୍ଟ ଦେବା ଲାଗି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। 

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

କିନ୍ତୁ ଅଭିଯୋଗକାରୀ ଏନେଇ ଅକ୍ଷମତା ପ୍ରକାଶ କରିଥିଲେ। ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ଅଭିଯୋଗକାରୀ ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଉଥିଲେ। 

ଏହି ସମୟରେ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଏହା ପରେ ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରଖିଛି ଭିଜିଲାନ୍ସ।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...
 

Share this story