ଲୋମଟାଙ୍କୁରା ଘଟଣା; ବିଳମ୍ବିତ ରାତିରେ ଡାହାଣୀ ସନ୍ଦେହରେ ଭାଉଜକୁ ହାଣିଲା ଦିଅର
ଓଡ଼ିଆ ଗସିପ୍ ବ୍ୟୁରୋ: ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା ଅଭିଯୋଗ ହୋଇଛି । ଡାହାଣୀ ସନ୍ଦେହ କରି ଭାଉଜକୁ ହାଣିଲା ଦିଅର। ଭାଉଜର ଜୀବନ ଗଲା। ଏଭଳି ଲୋମଟାଙ୍କୁରା ଘଟଣା ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଯୋକା ପଞ୍ଚାୟତ ପୋଖରିଆ ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି ଏପରି ସମ୍ବେଦନଶୀଳ ଘଟଣା।
ଅଧିକା ପଢନ୍ତୁ : ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!
ରକ୍ତ ସମ୍ପର୍କକୁ ଭୁଲିଯାଇ ଭାଉଜକୁ ହାଣିଲା ଦିଅର, ନିଜ ଭାଉଜ ମିନତି ମୁର୍ମୁ (୪୦)କୁ ଡାହାଣୀ ସନ୍ଦେହରେ ଦିଅର ମଙ୍ଗଲ ମୁର୍ମୁ ଟାଙ୍ଗିଆରେ ହାଣି ଦେଇଥିବା ନେଇ ମୃତା ମହିଳାଙ୍କ ସ୍ୱାମୀ ବାଲାୟ ମୁର୍ମୁ ଥାନାରେ ଅଭିଯୋଗ କରିଛନ୍ତି।
ଅଧିକା ପଢନ୍ତୁ : ସାବଧାନ ! କିଡନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...
ଗୁରୁତର ଅବସ୍ଥାରେ ରାତି ଗୋଟାଏ ସମୟରେ ୧୦୮ ଯୋଗେ ବାରିପଦା ନେଉଥିବା ବାଟରେ ମିନତିଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଝାରପୋଖରିଆ ଥାନା ଅଧିକାରୀ ମୃତ୍ୟଞ୍ଜୟ ପ୍ରଧାନ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।
ଅଧିକା ପଢନ୍ତୁ : ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ