ଛତ୍ରପୁର ତାମ୍ପରା ହ୍ରଦରେ ଓଲଟିଲା ଡଙ୍ଗା, ବୁଡ଼ିଗଲେ ଭାଉଜ, ନଣନ୍ଦ ସୁରକ୍ଷିତ ଭାବେ ଉଦ୍ଧାର
 

Woman Drowns Another Rescued in Boat Capsizing in Tampara Lake near Chhatrapur In Ganjam
ଛତ୍ରପୁର ତାମ୍ପରା ହ୍ରଦରେ ଓଲଟିଲା ଡଙ୍ଗା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପରା ହ୍ରଦରେ ବୁଡିଲା ଦେଶୀ ଡଙ୍ଗା। ଡଙ୍ଗା ବୁଡିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ହୁମର ଗ୍ରାମର ପୁଷ୍ପା ବେହେରା (୩୪)। ତାଙ୍କ ନଣନ୍ଦ ବନି ବେହେରାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ 

ମିଳିଥିବା ସୂଚନା ମୁତାବକ ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମର ପୁଷ୍ପା ବେହେରା ଓ ବନି ବେହେରା ଜାଳେଣୀ କାଠ ପାଇଁ ଡଙ୍ଗା ନେଇ ହ୍ରଦ ସେପଟକୁ ଯାଉଥିଲେ। ଯିବା ବାଟରେ ଡ଼ଙ୍ଗାଟି ଓଲଟି ପଡିବାରୁ ଦୁହେଁ ପାଣିରେ ବୁଡି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକ ନଣନ୍ଦ ବନି ବେହେରାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଭାଉଜ ପୁଷ୍ପା ବେହେରା ପାଣିରେ ବୁଡି ଯାଇଥିଲେ। 

adimg

ଅଧିକ ପଢ଼ନ୍ତୁ :ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!

ଘଟଣାର ଖବର ପାଇ ଛତ୍ରପୁର ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପୁଷ୍ପାଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ :ଆଜିଠୁ ଆରମ୍ଭ ହେଲା ଗୃହ ଲକ୍ଷ୍ମୀ ଯୋଗ, ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ, ବର୍ଷିବ ଧନ!
 

Share this story