ମଦ ପିଇ ମାଡମାରିବାରୁ ମଦୁଆ ସ୍ୱାମୀର ବେକ କାଟିଦେଲା ସ୍ତ୍ରୀ
 

wife cuts her husbands neck for beating him after drinking alcohol in ganjam
ମଦୁଆ ସ୍ୱାମୀର ବେକ କାଟିଦେଲା ସ୍ତ୍ରୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି। ସ୍ଵାମୀର ବେକ କାଟିଦେଲା ସ୍ତ୍ରୀ। ଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ ରୋହିତ ପାତ୍ର (୪୫) । ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । 

ଅଧିକ ପଢନ୍ତୁ :ଆୟ ତୁଳନାରେ ବ୍ୟୟ ବଢ଼ିବା ସହ ଏହି ରାଶି ଲୋକ ମାନସିକ ଅଶାନ୍ତି ଭିତରେ ବୁଡ଼ି ରହିବେ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଖବର ମୁତାବକ, ବରିଗୁଡା ଗାଁର ମଦନ ପାତ୍ରଙ୍କ ବଡ଼ ପୁଅ ରୋହିତ ପାତ୍ର । ରୋହିତ ଅନେକ ସମୟରେ ଘରକୁ ମଦ ପିଇ ଆସି ସ୍ତ୍ରୀ କସ୍ତୁରୀ ପାତ୍ରଙ୍କୁ ମାରପିଟ କରନ୍ତି । ତେବେ ଆଜି ସକାଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଅଧିକ ପଢନ୍ତୁ :ସମାନ ଗୋତ୍ରରେ ବିବାହ କଲେ କି ସମସ୍ୟା ଭୋଗିବେ? ଜାଣନ୍ତୁ ବିଜ୍ଞାନରେ ରହିଛି ଏହାର ଉତ୍ତର

ଏଥିରେ ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧାରୁଆ ଛୁରୀରେ ନିଜ ସ୍ଵାମୀର ବେକ ଓ ପିଠିକୁ କାଟି ଦେଇଥିଲେ । ରେହିତଙ୍କ ଚିତ୍କାର ଶୁଣି ପରିବାର ଲୋକେ ଓ ଗାଁଲୋକେ ଦୌଡି ଆସି ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ଏହାପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ :ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ସହ ମନ ଦୁର୍ବଳ ରହିବ ଓ ଧାର କରଜ କରି କାମ ଚଳାଇବେ! ପଢନ୍ତୁ ଆଜିର ରାଶିଫଳ
 

Share this story