ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ; ଟ୍ରାଫିକ୍ କ୍ଲିୟରାନ୍ସ ଡ୍ୟୁଟି ଛାଡ଼ି ମନ୍ତ୍ରୀଙ୍କ ଗାଡି ପାଖକୁ କାହିଁକି ଗଲେ ଏଏସଆଇ ଗୋପାଳ ଦାସ, ଏମିତି କରିଥିଲେ ରୁଟ ମ୍ୟାପ...

ଓଡ଼ିଆ ଗସିପ ବ୍ୟୁରୋ: ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । ଟ୍ରାଫିକ୍ କ୍ଲିୟରାନ୍ସ ଡ୍ୟୁଟି ଛାଡ଼ି ମନ୍ତ୍ରୀଙ୍କୁ ଏଏସଆଇ ଗୁଳିମାଡ଼ କରିଛନ୍ତି । ମନ୍ତ୍ରୀ ପହଞ୍ଚିବା ପରେ ଡ୍ୟୁଟି ଛାଡି ନବ ଦାସଙ୍କ ପାଖକୁ ଯାଇଥିଲେ । ଦିନ ୧୨ଟା ୧୫ରେ ଗୋପାଳ ମନ୍ତ୍ରୀଙ୍କୁ ଗୁଳିମାଡ କରିଥିଲେ ।
ଏହା ପରେ ସେ ସେଠାରୁ ଖସି ଯିବାକୁ ଚେଷ୍ଟା କରିବା ବେଳେ ଅନ୍ୟ ପୋଲିସ ଓ ଦଳୀୟ କର୍ମୀଙ୍କୁ ସହୟତାରେ ଧରାପଡିଥିଲେ । ଖାଲି ସେତିକି ନୁହେଁ କାବୁ କରିବା ବେଳେ ସେ ଆଉ ୨ ରାଉଣ୍ଡ ଗୁଳି ଚଳାଇଥିଲେ ।
ଗୁଳିମାଡରେ କଳିଙ୍ଗନଗରର ଜୀବନଲାଲ ନାୟକ ଆହତ ହୋଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଗାଡ଼ିରୁ ଓହ୍ଲାଇଲା ବେଳେ ତାଙ୍କୁ ପାଦଛୁଇଁ ନମସ୍କାର କରିବାକୁ ଯିବା ସମୟରେ ମନ୍ତ୍ରୀଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଗୁଳିର ଖୋକା ତାଙ୍କ ବେକର ପଛପଟେ ଘଷି ହୋଇ ଚାଲି ଯାଇଥିଲା । ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇିଲା ।
ଅଧିକ ପଢ଼ନ୍ତୁ : କିଛି ଦିନ ତଳେ ଶନି ଠାକୁରଙ୍କୁ ସୁନା କଳସ ଦାନ କରି ଚର୍ଚ୍ଚାରେ ଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ହେଲେ ଗୁଳି ବାଜିବା ପରେ ପ୍ରାଣ ହରାଇଲେ ଏହି ଟାଣୁଆ ନେତା
ସେଠାରୁ ସନ୍ଧ୍ୟା ୫ଟା ସମୟରେ ତାଙ୍କୁ ପ୍ରଥମେ ବୁର୍ଲା ଭିମସାର୍ ଆଶୁଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଇଏନ୍ଟି ବିଭାଗରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ସ୍ଥାନୀୟ ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁଙ୍କ ଆଙ୍ଗୁଠିରେ ଗୁଳି ଲାଗିଥିଲା ।
ସୂଚନା ଅନୁଯାୟୀ ମନ୍ତ୍ରୀ ରବିବାର ଝାରସୁଗୁଡ଼ା ୧ ନମ୍ବର ୱାର୍ଡ ସ୍ଥିତ କିସାନପଡ଼ାଠାରେ ଦିନ ୧୧ ଟାରେ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ଉଦ୍ଘାଟନ କରିବା ସହିତ ସେଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ । ସେଠାରୁ ବ୍ରଜରାଜନଗର ଅଭିମୁଖେ ଯାଇଥିଲେ ଏବଂ ମନ୍ତ୍ରୀଙ୍କ କାର୍ ଆଗରେ ଦୁଇଟି ପୁଲିସ ପାଇଲଟିଂ ଜିପ୍ ବାଟ କଢ଼ାଇ ନେଉଥିଲା ।
ପଛରେ ଅନ୍ୟ କାର୍ ଗୁଡ଼ିକରେ ତାଙ୍କର ସମର୍ଥକ ଓ ବିଜେଡିର ପଦାଧିକାରୀମାନେ ମଧ୍ୟ ମନ୍ତ୍ରୀଙ୍କୁ ଅନୁସରଣ କରୁଥିଲେ । ବ୍ରଜରାଜନଗର ରାସ୍ତାରେ ୧୦ କିମି ଗଲା ପରେ ଗାନ୍ଧୀଛକଠାରେ ମନ୍ତ୍ରୀ ପହଞ୍ଚି ସେଠାରୁ ବାମପଟକୁ ଥିବା ରାସ୍ତାରେ ମାତ୍ର ଅଧ କିଲୋମିଟର ଯିବା ପରେ ସେଠାରେ ମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଶତାଧିକ ଲୋକ ରୁଣ୍ଡ ହୋଇଥିବା ଦେଖି ଅଟକିଥିଲେ ।
ଅଧିକ ପଢ଼ନ୍ତୁ : ନବ ଦାସଙ୍କୁ ରାସ୍ତାରୁ କିଏ ଓ କାହିଁକି ହଟାଇଲା ? ଏହା ସୁଚିନ୍ତିତ ରାଜନୈତିକ ଚକ୍ରାନ୍ତ ନାଁ ଅନ୍ୟ କିଛି ? ୨୯ ତାରିଖ ଦଳ ପାଇଁ କଳାଦିନ...
୧୨ଟା ବେଳେ ମନ୍ତ୍ରୀ ବ୍ରଜରାଜନଗରରେ ପୌରାଧ୍ୟକ୍ଷା ଓ ଉପ-ନଗରପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟାଳୟ ଉଦ୍ଘାଟନ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ଏହି ସଭାରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ମଧ୍ୟ ଯୋଗ ଦେଇଥାନ୍ତେ । ସଭାସ୍ଥଳଠାରୁ ମାତ୍ର ଅଳ୍ପ ଦୂରରେ ରୁଣ୍ଡ ହୋଇଥିବା ବିଜେଡି କର୍ମକର୍ତ୍ତା ଓ କର୍ମୀ ମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଆସିବାରୁ ମନ୍ତ୍ରୀ କାର ଅଟକାଇଥିଲେ ।
କାର୍ର ଆଗ ସିଟ୍ରେ ବସିଥିବା ମନ୍ତ୍ରୀ ଗେଟ୍ ଖୋଲି ତଳକୁ ଓହ୍ଲାଇବା ପରେ ଉପସ୍ଥିତ ଲୋକମାନେ ତାଙ୍କୁ ଫୁଲମାଳ ପିନ୍ଧାଇବା ଆରମ୍ଭ କରିଥିଲେ । ଗୋଟିଏ ଫୁଲମାଳ ପଡ଼ିଛି, ଏହି ସମୟରେ ମନ୍ତ୍ରୀ ମାରିଦେଲେ ବୋଲି ଚିତ୍କାର କରି କାର୍ରେ ବସିପଡ଼ିଥିଲେ । ମନ୍ତ୍ରୀ ଛାତିକୁ ଚାପି ଧରିଥିଲେ ହେଁ ଝର ଝର ହୋଇ ରକ୍ତସ୍ରାବ ହୋଇଥିଲା । ସେବେ ସମସ୍ତେ ଜାଣିପାରିଥିଲେ ଯେ ମନ୍ତ୍ରୀଙ୍କୁ ଗୁଳିମାଡ଼ ହୋଇଛି ଓ ଗୋପାଳଙ୍କ ଅତର୍କିତ ଗୁଳି ମାଡ଼ ସଂପର୍କରେ ଉପସ୍ଥିତ ଲୋକମାନେ ସତର୍କ ହୋଇଯାଇଥିଲେ ।