ଡିଜେ ଆଜେକ୍ସଙ୍କ ମୃତ୍ୟୁ ମାମଲା: ‘ଓୟୋ’ ହୋଟେଲ ରୁମ୍‌ରେ ସେଦିନ କ’ଣ ଘଟିଥିଲା...

what happened in OYO room with DJ Ajex death mystery continues

ଓଡ଼ିଆ ଗସିପ୍ ବ୍ୟୁରୋ: ଫେବ୍ରୁଆରୀ ୨୮ରେ ଥିଲା ପ୍ରେମିକାଙ୍କ ଜନ୍ମଦିନ । ତା’ପୂର୍ବ ଦିନ ତାଙ୍କ ଘରେ ବେଶ ଧୁମଧାମରେ ପାଳନ ହେଲା । ପରେ ପ୍ରେମିକା ସହ ‘ଓୟୋ’ ହୋଟେଲ ରୁମ୍‌ରେ ରାତି ବିତିଲା । ସେଦିନ ‘ଓୟୋ’ର ବନ୍ଦ ରୁମ୍ ଭିତରେ ଏମିତି କ’ଣ ଘଟିଲା ଯେ ଜଣେ ତାଙ୍କ ପ୍ରାଣ ନେବାକୁ ବି ପଛାଇଲାନାହିଁ?

ତା’ପରଠୁ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣା ମାନସିକ ଅବସାଦ (ଡିପ୍ରେସନ୍‌) କୁ ଚାଲିଗଲେ । ପ୍ରେମିକାଙ୍କ ସହ ଯୁକ୍ତିତର୍କ, ବଚସା ଆରମ୍ଭ ହେଲା । ଦିନ ରାତି ଉଦାସ ରହିବାକୁ ଲାଗିଲେ । ଆଉ କିଛି ଦିନ ବିତିବା ପରେ ଅଚାନକ ନେଇଗଲେ ଚରମ ନିଷ୍ପତ୍ତି ।

ପ୍ରେମିକାଙ୍କ ଚାପୁଡା ଚାପର ରହସ୍ୟ ଖୋଜୁଥିବା ଖାରବେଳନଗର ଥାନା ପୁଲିସ କୁ ଏଭଳି କିଛି ସାଘାଂତିକ ସୁରାକ୍ ମିଳିଛି । ପୁଲିସ ତଦନ୍ତର ଦିଗ ଏବେ ପ୍ରେମିକାଙ୍କ ଜନ୍ମଦିନ ରାତିର ‘ଓୟୋ’ ରୁମ୍‌ରେ ଅଟକିଛି । ଆଜେକ୍ସଙ୍କ ଫୋନ୍‌କୁ ମିଳିଥିବା ବ୍ଲାକ୍‌ମେଲ୍ ସମ୍ପର୍କୀତ ପ୍ରମାଣ (ଏକ ମେସେଜ୍‌ର ସ୍କ୍ରିନ୍ ସଟ୍‌) ପରିବାର ଲୋକ ପୁଲିସକୁ ଦେଖାଇଛନ୍ତି ।

ଆହୁରି ପଢ଼ନ୍ତୁ : ରଶ୍ମି ପାଖେ ଶୋଉଥିଲା, ଡିଜେ ଆଜେକ୍ସ ସହ ବନାଉଥିଲା ସେକ୍ସ ଭିଡିଓ : ବ୍ଲାକମେଲ କୁଇନ ଜିଜ୍ଞାସାର ଖୋଲୁଛି ଗୁମର...

ଯେଉଁଥିରେ ଜନ୍ମଦିନ ରାତିରେ ‘ଓୟୋ’ରେ ଉଠିଥିବା କିଛି ଫଟୋ, ଭିଡିଓକୁ ନେଇ ବ୍ଲାକ୍‌ମେଲ୍ କରାଯାଉଥିବା ସନ୍ଦେହ କରାଯାଉଛି । ଏବାବଦରେ ସ୍ପଷ୍ଟତା ପାଇଁ ପୁଲିସ ଆଜେକ୍ସଙ୍କ ସାଙ୍ଗକୁ ଡାକି ପଚରାଉଚରା କରିବାକୁ ଯୋଜନା କରିଛି ।

ଆଜେକ୍ସଙ୍କ ପିଲାଦିନ ସାଙ୍ଗ ଚକ୍ରଧର ରାଉତ (ରାହୁଲ) ଓ ୱାସିମ୍‌ଙ୍କ କହିବା ମୁତାବକ, ଗତ ୨୭ ସନ୍ଧ୍ୟାରେ ପ୍ରେମିକା ଜଣକ ୟୁନିଟ୍‌-୪ ସ୍ଥିତ ପ୍ୟାରିସ୍ ବେକେରୀ କେକ୍ ଦୋକାନରେ ଥିବା ୱାସିମ୍‌ଙ୍କ ଘରକୁ ଆସିଥିଲେ । ଆଜେକ୍ସ ବଲାଙ୍ଗୀରରେ ଥିବା ଏକ ଡିଜେ ସୋ’ ସାରି ରାତି ୧୦ଟାରେ ଭୁବନେଶ୍ୱର ଫେରିଲେ । ୟୁନିଟ୍‌-୩ ସ୍ଥିତ ଘରକୁ ଯାଇ ରାହୁଲକୁ ସାଙ୍ଗରେ ଧରି ୱାସିମ୍ ଘରକୁ ଗଲେ । ସେଠାରେ ବାର୍ଥ ଡେ’ କେକ୍ କଟାଗଲା । ପରେ ଆଜେକ୍ସ ତାଙ୍କ ପ୍ରେମିକାଙ୍କ ସହ ସେହି ଅଞ୍ଚଳର ଏକ ‘ଓୟୋ’ ହୋଟେଲକୁ ରାତ୍ରି ଯାପନ ପାଇଁ ଗଲେ ।

ତା’ପରଦିନଠୁ ଆଜେକ୍ସଙ୍କ ମନ ଭଲ ନଥିବା ରାହୁଲ କହିଛନ୍ତି । ତାଙ୍କର ପ୍ରେମିକାଙ୍କ ସହ ଝଗଡ଼ା ଲାଗୁଥିଲା । ଯୁକ୍ତିତର୍କ ହେଉଥିଲା । ବାରମ୍ବାର ପଚାରିବା ସତ୍ତ୍ୱେ ଆଜେକ୍ସ ଏହାର କାରଣ କହୁନଥିଲେ । ସେହିଦିନଠୁ ସେ ପ୍ରତିଦିନ ଉଦାସ ଓ ଚୁପଚାପ ରହିଆସୁଥିଲେ । କେବଳ ଆତ୍ମହତ୍ୟା ଦିନ ଏକ ଭଡା ଘର ଓ ସେକେଣ୍ଡ ହ୍ୟାଣ୍ଡ୍ ସ୍କୁଟି ଖୋଜିବା ପାଇଁ ରାହୁଲଙ୍କୁ ଅନୁରୋଧ କରିଥିଲେ ।

ଆହୁରି ପଢ଼ନ୍ତୁ : 'ସ୍ୱାମୀଙ୍କ ପାଖରୁ ଛଡେଇ ଆଣି ମୋତେ ଦିଆଯାଉ...', ପ୍ରେମିକାଙ୍କ ପାଇଁ କୋର୍ଟରେ ଯୁବକଙ୍କ ଅଜବ ଦାବି...

ଆତ୍ମହତ୍ୟା ପରେ ଆଜେକ୍ସଙ୍କ ଭଉଣୀ ଅନିଶା ରାଣୀ ଦୁଇଟି ମୋବାଇଲ୍ ଯାଞ୍ଚ କଲେ । ଗୋଟିଏ ମୋବାଇଲ୍ ରୁ ପ୍ରାୟ ସମସ୍ତ ଫଟୋ, ଭିଡ଼ିଓ, ମେସେଜ୍ ହ୍ୱାଟ୍ସ ଆପ୍ ଚାଟିଂ ଆଜେକ୍ସ ଡିଲିଟ୍ କରିଦେଇଥିଲେ । କିନ୍ତୁ ଆଜେକ୍ସଙ୍କ ଆଇ-ଫୋନ୍‌ରେ ଥିବା ମେସେଜ୍ ବକ୍ସରେ କିଛି ଆପତ୍ତିଜନକ ମେସେଜ୍ ଦେଖିଥିଲେ ଭଉଣୀ ଅନିଶା ରାଣୀ । ଯେଉଁଥିରେ ଆଜେକ୍ସ ତାଙ୍କ ପ୍ରେମିକାଙ୍କୁ ଲେଖିଥିଲେ, ତମେ ରଶ୍ମି ସହ ସେ ଘଟଣାର ଜଲ୍‌ଦି ସମାଧାନ କର । ତା’ମୋବାଇଲ୍ ରୁ ଜନ୍ମଦିନ ରାତିର ଫଟୋ ଓ ଭିଡ଼ିଓ ସବୁ ଡିଲିଟ୍ କର । ନହେଲେ, ମୁଁ ବରବାଦ୍ ହୋଇଯିବ, ମୋ କ୍ୟାରିୟର ନଷ୍ଟ ହୋଇଯିବ...ବୋଲି ଏମିତି କିଛି ମେସେଜ୍ କରିଥିଲେ ।

ପରିବାର ଲୋକ ଏହି ମେସେଜ୍‌ର ସ୍କ୍ରିନ୍ ସଟ୍ ପୁଲିସକୁ ଦେଇଛନ୍ତି । ତେବେ କେଉଁ ଫଟୋ, ଭିଡ଼ିଓକୁ ନେଇ ଆଜେକ୍ସ ଏତେ ମାତ୍ରାରେ ବିଚଳିତ ହୋଇପଡିଥିଲେ? ସେନେଇ ପ୍ରଶ୍ନ ଉଠିଛି । କିନ୍ତୁ ଆଜେକ୍ସଙ୍କ ମୋବାଇଲରୁ ପ୍ରାୟ ସବୁ ତଥ୍ୟ ଡିଲିଟ୍ ହୋଇ ଯାଇଥିବାରୁ ପୁଲିସ ହରଡ଼ଘଣାରେ ପଡିଛି । ବ୍ଲାକ୍‌ମେଲ୍ ସମ୍ପର୍କୀତ ଆହୁରି ତଥ୍ୟ, ପ୍ରମାଣ ଯୋଗାଡ କରିବା ପାଇଁ ତଦନ୍ତ ଚଳାଇଛି । କଲ୍ ଡିଟେଲ୍ସ୍ ରେକର୍ଡ (ସିଡିଆର୍‌) ଯାଞ୍ଚ ଚଳାଇଛି । 

Share this story