ଲୋକପ୍ରିୟ ଓଡ଼ିଆ DJ AZEXଙ୍କ ଭୁବନେଶ୍ୱର ସ୍ଥିତ ଘରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ତଦନ୍ତ ଜାରି...

Wellknown DJ Azex dead body found from his house in Bhubaneswar

ଓଡ଼ିଆ ଗସିପ୍ ବ୍ୟୁରୋ: ଲୋକପ୍ରିୟ ଓଡ଼ିଆ DJ AZEXଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର ସ୍ଥିତ ଘରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତାଙ୍କର ପ୍ରକୃତ ନାଁ ଅକ୍ଷୟ କୁମାର ହୋଇଥିବା ବେଳେ DJ AZEX ନାଁରେ ସେ ବେଶ୍‌ ଜଣାଶୁଣା ଥିଲେ ।

ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଆତ୍ମହତ୍ୟା କରିଥିବା କୁହାଯାଉଛି । ଗତକାଲି ସନ୍ଧ୍ୟାରେ ନିଜ ରୁମ୍‌ରେ ବେଡ଼ସିଟ ରେ ଝୁଲି ପଡିଥିଲେ । କବାଟ ଭାଙ୍ଗି ଉଦ୍ଧାର କରିବା ପରେ ପରିବାର ଲୋକ ଏକ ଘରୋଇଇ ହସ୍ପିଟାଲ ନେଇଥିଲେ ।

ଆହୁରି ପଢ଼ନ୍ତୁ : ଚାଣକ୍ୟ ନୀତି : ଦାମ୍ପତ୍ୟ ଜୀବନକୁ ସଫଳ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ୪ଟି ନୀତି ମାନିଲେ ଜୀବନ ହେବ ସୁଖମୟ...

ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣା ପରେ ମୃତଦେହକୁ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ପୁଲିସ ତଦନ୍ତ କରୁଛି । ଜଣେ ଲୋକପ୍ରିୟ କଳାକାରଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଯାହାକୁ ନେଇ ପୁଲିସ ଘଟଣା ତଦନ୍ତକୁ ଆଗକୁ ବଢାଇଛି ।

DJ AZEXଙ୍କ ମୋବାଇଲ ଫୋନକୁ ମଧ୍ୟ ପୁଲିସ ଜବତ କରିଛି । ତେବେ ପରିବାର ଲୋକଙ୍କ କହିବା କଥା କାଲି ସନ୍ଧ୍ୟା ୭ଟା ସମୟରେ ପରିବାର ଲୋକଙ୍କ ସହ କଥା ହୋଇ ନିଜ ରୁମ୍‌କୁ ଶୋଇବାକୁ ଯାଇଥିଲେ । ପରେ ପରିବାର ଲୋକ ତାଙ୍କ କବାଟ ବାଡେଇ ଡାକିବାରୁ ସେ ଶୁଣିନଥିଲେ ।

ଆହୁରି ପଢ଼ନ୍ତୁ : ଆପଣଙ୍କ ପାଇଁ କେମିତି ରହିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ…

ଏହାପରେ ପରିବାର ଲୋକ କବାଟ ଭାଙ୍ଗି ଦେଖିଥିଲେ କି DJ AZEX ଏକ ବେଡସିଟ୍‌ରେ ଝୁଲି ପଡିଛନ୍ତି । ଏହାପରେ ପରିବାର ଲୋକ ତାଙ୍କ ଏକ ଘରୋଇ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।

Share this story

World Odia Language Conferene