ଆପଣଙ୍କ ପାଇଁ କେମିତି ରହିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ…

Rasifala of third week of March know details

ଓଡ଼ିଆ ଗସିପ୍ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଏହି ସପ୍ତାହରେ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ମେଷ: ରବିବାରରେ ସମସ୍ୟା ବୃଦ୍ଧି ପାଇପାରେ, ବିବାଦରୁ ଦୂରେଇ ରୁହନ୍ତୁ । ସୋମ,ମଙ୍ଗଳ,ବୁଧବାରରେ ସମାଜରେ କୀର୍ତ୍ତି ସ୍ଥାପନ କରିବେ । ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବା ପାଇଁ ସକ୍ଷମ ହେବେ । ଗୁରୁ, ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ଅଧିକାରୀମାନଙ୍କ ସହଯୋଗ ପ୍ରାପ୍ତ ହେବ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ।

ବୃଷ: ରବିବାରରେ କର୍ମକ୍ଷେତ୍ରରେ ଉଚ୍ଚସ୍ଥାନ ଅଧିକାରୀଙ୍କ ସହଯୋଗ ପାଇବେ । ସୋମ, ମଙ୍ଗଳ, ବୁଧବାରରେ ସାମାଜିକ କାର୍ଯ୍ୟରେ ଭାଗ ନେବେ । ଜୀବନରେ ନୂତନ ଯୋଜନାକୁ ପୂରା କରିବା ପାଇଁ ଚେଷ୍ଟା କରିବେ । ଗୁରୁ, ଶୁକ୍ର, ଶନିବାରରେ ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ ।

ଆହୁରି ପଢ଼ନ୍ତୁ : ଚାଣକ୍ୟ ନୀତି : ଦାମ୍ପତ୍ୟ ଜୀବନକୁ ସଫଳ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ୪ଟି ନୀତି ମାନିଲେ ଜୀବନ ହେବ ସୁଖମୟ...

ମିଥୁନ: ରବିବାରରେ ବିଭିନ୍ନ ପ୍ରକାର କାର୍ଯ୍ୟରେ ସହ ଜଡ଼ିତ ରହିବେ । ସୋମ, ମଙ୍ଗଳ, ବୁଧବାରରେ ଆଶା ଅନୁସାରେ ଫଳ ପାଇବେ । ମହିଳାଙ୍କ ପାଇଁ ସମୟ ମିଶ୍ରିତ ରହିବ । ଅନ୍ୟ କଥାରେ କାର୍ଯ୍ୟ କରି କଷ୍ଟ ପାଇବେ । ଗୁରୁ, ଶୁକ୍ର, ଶନିବାରରେ ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ । ଉଧାର ଦେଇଥିବା ଅର୍ଥ ଫେରି ପାଇବେ ।

କର୍କଟ: ରବିବାରରେ କିଛି ସମସ୍ୟାରେ ଫସି ରହିବେ । ସୋମ, ମଙ୍ଗଳ, ବୁଧବାରରେ ପରିବାରର ସଦସ୍ୟଙ୍କ ସହ ଆନନ୍ଦଦାୟକ ସମୟ କଟିବ । ଗୁରୁ, ଶୁକ୍ର, ଶନିବାରରେ ଅଟକି ରହିଥିବା କାମ ପୂରଣ ହେବ । ସନ୍ତାନଙ୍କଠାରୁ ଶୁଭ ଖବର ପ୍ରାପ୍ତ ହେବ । ଉଚ୍ଚସ୍ତରରେ ନିଯୁକ୍ତି ପାଇବାର ସୁଯୋଗ ରହିଛି ।

ସିଂହ: ରବିବାରରେ ଅର୍ଥ ସମ୍ବନ୍ଧୀୟ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ସୋମ, ମଙ୍ଗଳ, ବୁଧବାରରେ ଚାକିରି ଓ ବେପାର କ୍ଷେତ୍ରରେ ଲାଭ ମିଳିବ । ଜୀବନରେ କିଛି ନୂତନ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିବେ । ଗୁରୁ, ଶୁକ୍ର, ଶନିବାରରେ ଜରୁରୀ କାମ ପ୍ରତି ଅଧିକ ଧ୍ୟାନ ଦେବେ । ସମାଜରେ ମାନସମ୍ମାନ ବୃଦ୍ଧି ହେବ ।

ଆହୁରି ପଢ଼ନ୍ତୁ : ଭଡ଼ାରେ ମିଳୁଛି ବଏଫ୍ରେଣ୍ଡ, ଜାଣନ୍ତୁ ଭାରତରେ ଘଣ୍ଟା କୁ କେତେ ଟଙ୍କା? ଭିତିରି କଥା ଛୋଟ ପିଲା ଏଥିରୁ ଦୁରେଇ ରୁହନ୍ତୁ...

କନ୍ୟା: ରବିବାରରେ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବା ସହ ବ୍ୟବସାୟରେ ସମସ୍ତ କାମ ପୂରଣ ହେବ । ସୋମ, ମଙ୍ଗଳ, ବୁଧବାରରେ ପରିବାରରେ ଗୁରୁଜନ ତଥା ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ସଫଳତା ନପାଇ ନିରାଶ ରହିବେ । ଗୁରୁ, ଶୁକ୍ର, ଶନିବାରରେ ଜୀବନରେ କିଛି ଖାସ୍ ପରିବର୍ତ୍ତନ ହୋଇପାରେ । ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି ।

ତୁଳା: ରବିବାରରେ କ୍ରୋଧାନ୍ବିତ ହେବା ଫଳରେ କାମ ବିଗିଡ଼ି ଯାଇପାରେ । ଜୀବନସାଥୀଙ୍କ ସହ ତାଳମେଳ ଠିକ୍ ରହିବ । ସୋମ, ମଙ୍ଗଳ, ବୁଧବାରରେ କର୍ମକ୍ଷେତ୍ରରେ କୌଣସି ବଡ଼ କାମ ପୂରା କରିବା ପାଇଁ ଅବସର ମିଳିପାରେ । ଗୁରୁ,ଶୁକ୍ର,ଶନିବାରରେ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଅଧିକ ସମୟ ଲାଗିବ ।

ବିଛା: ରବିବାରରେ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ପରେ ମନ ପ୍ରସନ୍ନ ରହିବ । ସୋମ, ମଙ୍ଗଳ, ବୁଧବାରରେ କାର୍ଯ୍ୟ ଶେଷ କରିବା ପାଇଁ ନୂଆ ଯୋଜନା ଚିନ୍ତା କରିବେ । ଜୀବନସାଥୀଙ୍କ ପାଇଁ କିଛି ଖାସ୍ କରିବାକୁ ପ୍ରୟାସ କରିବେ । ଗୁରୁ, ଶୁକ୍ର, ଶନିବାରରେ ନିବେଶ କରିବା ପାଇଁ ସମୟ ଭଲ ରହିବ ।

ଧନୁ: ରବିବାରରେ ମାନସିକ ଶାନ୍ତି ଫେରିପାଇବେ । ପରିବାରର ସହଯୋଗ ଓ ସୁଖ ମିଳିବ । ସୋମ, ମଙ୍ଗଳ, ବୁଧବାରରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ । ସକାରାତ୍ମକ ଚିନ୍ତା ରଖି କାର୍ଯ୍ୟ କରିବେ । ଗୁରୁ, ଶୁକ୍ର, ଶନିବାରରେ ବିଗିଡ଼ି ଯାଇଥିବା କାମ ପୂରଣ ହେବ । କାର୍ଯ୍ୟ ସ୍ଥଳରେ ପଦୋନ୍ନତି ହେବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ : ଚତୁର୍ଥୀ ରାତିରେ ଭୁଲରେ ବି କରନ୍ତୁ ନାହିଁ ଏହି ୪ଟି ଭୁଲ୍, ନଚେତ୍ ଜୀବନ ସାରା ପସ୍ତେଇବେ...

ମକର: ରବିବାରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ । ଗୁରୁଜନଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ । ସୋମ, ମଙ୍ଗଳ, ବୁଧବାରରେ ଜୀବନରେ ଅକସ୍ମାତ୍ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବ୍ୟବସାୟୀମାନେ ଲାଭବାନ ହେବେ । ଗୁରୁ, ଶୁକ୍ର, ଶନିବାରେ କୌଣସି ପୁରୁଣା ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବେ । ସମସ୍ୟାର ସମାଧନ ବାଟ ପାଇବେ ।

କୁମ୍ଭ: ରବିବାରରେ ପରିଜନଙ୍କ ସ୍ନେହ ଓ ସହଯୋଗ ପ୍ରାପ୍ତ ହେବ । ନୂତନ କଳା କୌଶଳର ଅଧିକାରୀ ହେବେ । ସୋମ, ମଙ୍ଗଳ, ବୁଧବାରରେ ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ । ଗୁରୁ, ଶୁକ୍ର, ଶନିବାରେ ଜୀବନସାଥୀଙ୍କ ସହ ତାଳମେଳ ଠିକ୍ ରଖିବା ପାଇଁ ପ୍ରୟାସ କରନ୍ତୁ । ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ ।

ମୀନ: ରବିବାରରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ପରିବାର ମଧ୍ୟରେ ଉତ୍ତମ ବୁଝାମଣା ରହିବ । ସୋମ, ମଙ୍ଗଳ, ବୁଧବାରରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିବେ । ଗୁରୁ, ଶୁକ୍ର, ଶନିବାରରେ ବାଦବିବାଦରେ ପଡ଼ିଯାଇପାରନ୍ତି । ନିଜ ବୁଦ୍ଧି ଓ ବିବେକ ଅନୁସାରେ କାର୍ଯ୍ୟ କରି ସଫଳତା ପାଇବେ ।

Share this story

World Odia Language Conferene