ନବୀନଙ୍କୁ ପ୍ରଶଂସାରେ ପୋତି ପକେଇଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କହିଲେ- 'ଏହି କାର୍ଯ୍ୟ ପାଇଁ ଓଡ଼ିଶା ସାରା ଦେଶକୁ ମାର୍ଗଦର୍ଶନ କରିଛି...'

Union Home Minister Amit Shah praised Odishas Chief MInister for these reasons

ଓଡ଼ିଆ ଗସିପ ବ୍ୟୁରୋ : ନକ୍ସଲ ଦମନ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ସ୍ବରାଷ୍ଟ୍ର ଓ ସହକାରୀତା ଅମିତ ଶାହ । ଆଜି କାମାକ୍ଷାନଗର-ଡୁବୁରୀ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ-୫୩ ଓ ମୋଟେର- ବାନେର ଲଡ଼ୁଗାଁ ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଲୋକାର୍ପଣ କରି ଏପରି କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ଓ ସହକାରୀତା ମନ୍ତ୍ରୀ ଅମିତ ଶାହ । ଲୋକସଭା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ରାସ୍ତା ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ସ୍ବରାଷ୍ଟ୍ର ଓ ସହକାରୀତା ମନ୍ତ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି । ଦେଶର ବିକାଶ, ଦେଶର ଭାଗ୍ୟ ରାଜମାର୍ଗ ସହ ଜଡ଼ିତ । ଗତ ୯ ବର୍ଷ ମଧ୍ୟରେ ଜାତୀୟ ରାଜପଥ ବାବଦରେ ଭାରତ ସରକାର ବିପୁଳ ଅର୍ଥ ବିନିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ : ସିଂହ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ; ଏହି ୩ ରାଶି ଥିବା ବ୍ୟକ୍ତି ବିଶେଷ ଆର୍ଥିକ ଓ ଶାରୀରିକ କ୍ଷତି ଭୋଗିବେ!

ପୂର୍ବାଞ୍ଚଳର ବିକାଶ ହେଲେ ଭାରତର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ମୋଦୀ ସରକାର ରାଜ୍ୟ ସରକାରଙ୍କ ସହ ମିଶି ଦେଶର ବିକାଶ କରିଛନ୍ତି । ଓଡ଼ିଶାରେ ନକ୍ସଲ ଗତିବିଧି କମିଛି । ଏଥିଲାଗି ଓଡ଼ିଶା ସରକାରଙ୍କ ଅବଦାନକୁ ମୁଁ ପ୍ରଶଂସା କରୁଛି । ଓଡ଼ିଶାର ବିକାଶ ଲାଗି ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାରଙ୍କ କାର୍ଯ୍ୟ ପ୍ରଶଂସନୀୟ । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସାରା ଦେଶକୁ ମାର୍ଗଦର୍ଶନ କରିଛି ।

ଉକ୍ତ କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀ ଅମିତ ଶାହ ଉଦବୋଧନ ଦେଇ ପ୍ରାରମ୍ଭରେ କହିଛନ୍ତି, ଓଡ଼ିଶା ଭଳି ଗୁଜରାଟ ଲୋକ ବି ଜଗନ୍ନାଥଙ୍କୁ ବହୁତ ଭକ୍ତି କରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିର ଦିନରେ ୩୭୦ ଧାରା ଉଚ୍ଛେଦ କରିଥିଲ । ଏହି ଅବସରରେ ସାରା ଦେଶବାସୀ ବିଶେଷକରି ଜମ୍ମୁ-କଶ୍ମୀରବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ବଧାଇ ଜଣାଉଛି ।

ଅଧିକ ପଢ଼ନ୍ତୁ : WHO ର ଚେତାବନୀ: ସ୍ମାର୍ଟଫୋନ ବଢ଼ାଉଛି ମସ୍ତିଷ୍କ କ୍ୟାନସର ! ଜାଣନ୍ତୁ କେଉଁ ଫୋନ୍ ବ୍ୟବହାର କରିବା ଆବଶ୍ୟକ

‘ଜୟ ଜଗନ୍ନାଥ’ରୁ ଭାଷଣ ଆରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥା ବି ସ୍ମରଣ କଲେ ଗୃହ ମନ୍ତ୍ରୀ । ୟୁପିଏ ସରକାର ତୁଳନାରେ ଏନଡିଏ ସରକାର ୬ ଗୁଣା ଅଧିକ ଅନୁଦାନ ଦେଇଛି । ୧୮ ଲକ୍ଷ କୋଟି ଟଙ୍କା ଓଡ଼ିଶାକୁ ଦିଆଯାଇଛି ବୋଲି ନିଜ ଭାଷଣରେ ଉଲ୍ଲେଖ କରିଛନ୍ତି ଗୃହ ମନ୍ତ୍ରୀ । ପୂର୍ବାଞ୍ଚଳ ରାଜ୍ୟର ବିକାଶ ହେଲେ ଦେଶର ବିକାଶ ହେବ ଏବଂ ଏଥିରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ ବୋଲି ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି । ଆରମ୍ଭରୁ ନବୀନ ପଟ୍ଟନାୟକ ରେକର୍ଡ ସମୟ ଧରି ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ଅମିତ ଶାହ ।

Share this story