WHO ର ଚେତାବନୀ: ସ୍ମାର୍ଟଫୋନ ବଢ଼ାଉଛି ମସ୍ତିଷ୍କ କ୍ୟାନସର ! ଜାଣନ୍ତୁ କେଉଁ ଫୋନ୍ ବ୍ୟବହାର କରିବା ଆବଶ୍ୟକ

Smartphone radiation causing cancer alert by who
WHO ର ଚେତାବନୀ: ସ୍ମାର୍ଟଫୋନ ବଢ଼ାଉଛି ମସ୍ତିଷ୍କ କ୍ୟାନସର !

ଓଡ଼ିଆ ଗସିପ୍ ବ୍ୟୁରୋ: ଅଧିକାଂଶ ସମୟରେ ନିଜ ପାଖରେ ଫୋନ ରଖିବା ଫଳରେ ତାହା ସମୟକ୍ରମେ ଆମର ଏକ ଖରାପ ଅଭ୍ୟାସରେ ପରିଣତ ହୋଇଯାଇଥାଏ । ଆଜିକାଲି ସ୍ମାର୍ଟଫୋନର ବହୁଳ ବ୍ୟବହାର କରାଯାଉଥିବା ବେଳେ ଏହା ଆମର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି । ଫୋନର ରେଡିଏସନ ମଣିଷର କ୍ୟାନସର ଆଶଙ୍କା ବଢ଼ାଉଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ।

ଅଧିକ ପଢନ୍ତୁ :- ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମତରେ, ଫୋନରୁ ନିଗର୍ଜତ ହେଉଥିବା ଆରଏଫ ରେଡିଏସନ ମଣିଷର ମସ୍ତିଷ୍କରେ କ୍ୟାନସରର ଆଶଙ୍କାକୁ ବଢ଼ାଇଥାଏ । ତେଣୁ ଯଥାସମ୍ଭବ ଫୋନକୁ କମ୍ ବ୍ୟବହାର କରିବା ଆବଶ୍ୟକ । କେଉଁ କମ୍ପାନୀର ଫୋନରୁ ଅଧିକ ରେଡିଏସନ ବାହାରୁଛି ଓ କେଉଁ କମ୍ପାନୀର ଫୋନରୁ କମ୍ ରେଡିଏସନ ବାହାରୁଛି ତାହା ଜଣାପଡ଼ିଥିଲା । ଆମେରିକାର ଏକ କ୍ୟାନସନର ସୋସାଇଟି ପକ୍ଷରୁ ଏନେଇ ଏକ ରିସର୍ଚ୍ଚ କରାଯାଇଥିଲା, ଯାହାର ନିଷ୍କାସନ ଏଭଳି ଦେଖିବାକୁ ମିଳିଛି ।

ପ୍ରତି ମୋବାଇଲ ନିର୍ମାତା କମ୍ପାନୀ ଏନେଇ ଦେଶର ରେଗୁଟେଲରୀ ସଂସ୍ଥାକୁ ତଥ୍ୟ ଦେଇଥାନ୍ତି । ମାତ୍ର ଲୋକମାନେ ଫୋନ କିଣିବା ସମୟରେ ଏନେଇ ଧ୍ୟାନ ଦେଇନଥାନ୍ତି , ତେବେ କେଉଁ ଫୋନରୁ ଅଧିକ ରେଡିଏସନ ବାହାରୁଛି ଓ ଏହା କିପରି ଆମର ଶରୀରରେ ଉପରେ ପ୍ରଭାବ ପକାଉଛି ତାହା ଜାଣିବା ପାଇଁ ସ୍ପେଶିଫିକ ଆବଜର୍ପସନ ରେଟ (ଏସଆରଏ) ସ୍କେଟ ପ୍ରସ୍ତୁତ କରାଯାଇଛି । ଏହି ସ୍କେଲରୁ କେଉଁ ଫୋନରୁ କେତେ ଓ କେଉଁ ପ୍ରକାରର ରେଡିଏସନ ବାହାରୁଛି ତାହା ଜଣାପଡ଼ିଥାଏ । 

ଅନ୍ୟପଟେ ଜର୍ମାନୀର ଫେଡେରାଲ ଅଫିସ ଫର ଡାଟା ପ୍ରୋଟେକ୍ସନ ପକ୍ଷରୁ ୨୦୧୮ରେ ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଥିଲା । ସେଥିରେ ନୂଆ ଓ ପୁରୁଣା ମୋବାଇଲରୁ ବାହାରୁଥିବା ରେଡିଏସନ ବାବଦରେ ସୂଚନା ପ୍ରଦାନ କରାଯାଇଥିଲା । 

ଅଧିକ ପଢନ୍ତୁ :- ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ସବୁଠାରୁ ଅଧିକ ରେଡିଏସନ ନିର୍ଗତ ହେଉଥିବା ଟପ ୩ ଲିଷ୍ଟରେ ଫୋନ୍ ୱାନ ପ୍ଲସ, ହୁଆୱି ଓ ନୋକିଆ ଲୁମିଆ ରହିଥିଲେ । ସବୁଠାରୁ କମ୍ ରେଡିଏସନ ଫୋନ୍ ଲିଷ୍ଟରେ ସୋନୀ ଏସ୍ପୋରିଆ ଏମ ୫ (୦.୪), ସାମସଙ୍ଗ ଗାଲାକ୍ସି ନୋଟ ୮ (୦.୧୭), ଏସ ସିକ୍ସ ଏଜ ପ୍ଲସ (୦.୨୨), ଗୁଗଲ ପ୍ଲସ ଏକ୍ସେଲ (୦.୨୫), ସାମସଙ୍ଗ ଗାଲାକ୍ସି ଏସ (୦.୨୬) ଓ ଏସ ୭ ଏଜ (୦.୨୬) ରହିଥିଲେ । ମୋଟୋରାଲର ସମସ୍ତ ଫୋନରୁ ୱାନପ୍ଲସ ଓ ହୁଆୱି ତୁଳନାରେ କମ୍ ରେଡିଏସନ ନିର୍ଗତ ହେଉଥିବା କୁହାଯାଇଥିଲା ।

Share this story