ପୁରୀ ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ, ୨ମୃତ ଓ ଜଣେ ଗୁରୁତର

two tourists drowned to death while taking bath in bay of bengal

ଓଡ଼ିଆ ଗସିପ ବ୍ୟୁରୋ: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଘଟିଛି ଅଘଟଣ । ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକ ସମୁଦ୍ରର ୧୩ ନମ୍ବର ଯୋନ ଅଞ୍ଚଳରେ ଗାଧୋଇବା ବେଳେ ଲହଡ଼ିରେ ଭାସି ଯାଇଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡ ସହାୟତାରେ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସମସ୍ତେ ହାଉଡା ଅଞ୍ଚଳର ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ : ୯ ତାରିଖରେ ବାତ୍ୟା ସମ୍ଭାବନା : ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ଗତିପଥ; ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜିଙ୍କ ବଡ଼ ସୂଚନା

ବାରମ୍ବାର ଏଭଳି ଅଘଟଣ ଘଟୁଥିବା ବେଳେ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ଗଭୀର ସମୁଦ୍ରକୁ ଗାଧେଇବା ପାଇଁ ବାରଣ କରାଯାଇଥିବା ସତ୍ତ୍ୱେ ଲୋକେ ଏହାକୁ ମାନୁନଥିବା ରୁ ବହୁ ଅମୁଲ୍ୟ ଜୀବନ ଯାଉଛି ।

Share this story

World Odia Language Conferene