ସାଙ୍ଘାତିକ ଦୁର୍ଘଟଣା: ଲେବଲ୍‌ କ୍ରସିଂ ପାର ହେଉଥିବା ବେଳେ ଧକ୍କା ଦେଲା ଟ୍ରେନ; ମା’-ଝିଅ ମୃତ, ପୁଅ ଗୁରୁତର

two died after train hit motorists crossing level crossing

ଓଡ଼ିଆ ଗସିପ ବ୍ୟୁରୋ : ଆନ୍ଧ୍ର ପ୍ରଦେଶ ପଲାସା ଜିଆର୍‌ପି ଥାନା ଇଲାକରେ ଏକ ଟ୍ରେନ୍‌ ଧକ୍କାରେ ମା’-ଝିଅର ମୃତ୍ୟୁ ଘଟିଛି । ସେହିପରି ୪ ବର୍ଷର ପୁଅ ୟୁ. ହର୍ଷତ ଗୁରୁତର ହୋଇଛନ୍ତି । ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମୃତକମାନେ ହେଲେ ୟୁ ଶ୍ରାବାଣୀ(୨୫) ଓ ତାଙ୍କ ଝିଅ ୟୁ. ଶ୍ରୀ(୮ମାସ) । ପଲାସା ଜିଆର୍‌ପି ଥାନା ପୁଲିସ କେସ୍ ନମ୍ବର ୯୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅଧିକ ପଢ଼ନ୍ତୁ : ସିବିଆଇ ଧରିଲା ବାହାନଗା ଟ୍ରେନ ଦୁର୍ଘଟଣାର ଅସଲ କାରଣ ! ତଦନ୍ତରେ ବାହାରିଲା ଏହି ସବୁ ତଥ୍ୟ

ଘଟଣାରୁ ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଚିଡ଼ୁପୁଡ଼ି ଗ୍ରାମର ୟୁ. ଶ୍ୟାମଙ୍କ ସ୍ତ୍ରୀ ୟୁ. ଶ୍ରାବଣୀ ତାଙ୍କର ଦୁଇ ପିଲାଙ୍କୁ ଧରି ଅପରାହ୍ଣରେ ଇଚ୍ଛାପୁରମ୍‌ ନିକଟସ୍ଥ ଜଗନ୍ନାଥପୁରମ୍‌ ରେଲୱେ ଲେବଲ୍‌ କ୍ରସିଂ ପାରି ହେଉଥିଲେ । ଏହି ସମୟରେ ଏକ ଟ୍ରେନ୍‌ ସେମାନଙ୍କୁ ଧକ୍କା ଦେଇଥିଲା ।

ଟ୍ରେନ ଧକ୍କାରେ ମା’ ଓ ଝିଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ୪ ବର୍ଷର ପୁଅ ହର୍ଷତ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

Share this story