ରାଜଧାନୀରେ ବିଚ୍‌ ରାସ୍ତାରେ ସ୍କୁଲ ଛାତ୍ରୀଙ୍କୁ ଏସିଡ୍‌ ମାଡ଼ କଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ପୁରା ଘଟଣା, ଚିନ୍ତାରେ ପିତାମାତା...

acid attack1

ଓଡ଼ିଆ ଗସିପ୍ ବ୍ୟୁରୋ: ଦିଲ୍ଲୀରେ ପୁଣି ବର୍ବରତା ଦେଖାଦେଇଛି କାହିଁକି ନା ଜଣେ ଛାତ୍ରୀଙ୍କୁୁ ଅତି ନିର୍ଦୟ ଭାବେ ଏସିଡ୍ ମାଡ କରାଯାଇଛି । ବାଇକରେ ଆସି ଦୁଇ ଦୁର୍ବୃତ୍ତ ଏସିଡ୍ ଫିଙ୍ଗି ଫେରାର ହୋଇଯାଇଛନ୍ତି । ଆଉ ପୁରା ଘଟଣା ଏବେ ସିସିଟିଭିରେ କଏଦ ହୋଇଛି ଯାହାକୁ ଛାନଭିନ କରୁଛି ସେଠାକାର ପୋଲିସ ।

ଦେଶର ରାଜଧାନୀ ଦିଲ୍ଲୀରେ ଆଜି ସକାଳୁ ଚାଞ୍ଚଲ୍ୟକର ଘଟଣା ଘଟିଛି । ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଜଣେ ୧୭ ବର୍ଷୀୟ ଝିଅ ଉପରକୁ ଏସିଡ୍‌ ମାଡ଼ କରିଛନ୍ତି ।

ବିଚ୍ ରାସ୍ତାରେ ଜନଗହଳି ଭିତରେ ନାବାଳିକାଙ୍କୁ ଏସିଡ ମା଼ଡ । ସ୍ପଷ୍ଟ ଦିବାଲୋକରେ, ଏଭଳି ଛାତି ଥରାଇଲା ଭଳି  ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ଆଜି ସକାଳ ୯ଟାରେ ଘଟିଛି ଏହି ଅଭାବନୀୟ ଘଟଣା । ଯାହାର ଭିଜୁଆଲ କଏଦ ହୋଇଛି ସିସିଟିଭିରେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ହସ୍ତମୌଥୁନ କଲେ ଏହାର ଲାଭ ଏବଂ କ୍ଷତି କଣ ? ଝିଅମାନେ ବି ହସ୍ତମୌଥୁନ କରନ୍ତି କି? ରିସର୍ଚ୍ଚ କିଛି ଏପରି କହୁଛି...

ଆହତ ଅବସ୍ଥାରେ ପୀ଼ଡିତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ ୧୭ ବର୍ଷୀୟ ଜଣେ ସ୍କୁଲ ଛାତ୍ରୀ ନିଜ ଭଉଣୀ ସହ ଦ୍ୱାରକାର ମୋହନ ଗାର୍ଡେନରେ ଛିଡା ହୋଇଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ଏକ ବାଇକରେ ଆସି ତା ଉପରକୁ ଏସିଡା ଫୋପାଡି ଚମ୍ପଟ ମାରିଥିଲେ ।

ଦୁଇ ଜଣ ଯାକ ଦୁର୍ବୁତ୍ତ ସେମାନଙ୍କ ମୁହଁ ଢାଙ୍କି ଆସିଥିଲେ । ଜଣେ ଗାଡି ଚଳାଉଥିବାବେଳେ ପଛରେ ବସିଥିବା ଯୁବକ ଜଣକ ଛାତ୍ରୀଙ୍କ ଉପରକୁ ଏସିଡ ପକାଇଥିଲେ । ବାଇକରେ ନମ୍ବର ପ୍ଲେଟ ଲାଗିନଥିଲା । ପୀ଼ଡିତାଙ୍କ ଭଉଣୀ ଦୁଇ ଜଣଙ୍କ ଉପରେ ସନ୍ଦେହ କରିଛନ୍ତି । ଏହି ଦୁଇ ଜଣଙ୍କର ପୀଡିତାଙ୍କ ସହ ଆଗରୁ ପରିଚୟ ଥିଲା ବୋଲି ପୀଡିତାଙ୍କ ଭଉଣୀ କହିଛନ୍ତି ।

ଦେଖନ୍ତୁ ସିସିଟିଭି ଫୁଟେଜ:


ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଖେଳୁଥିବା ବେଳେ ପାଇଖାନା ଟାଙ୍କି ଭୁଶୁଡି ୨ ଶିଶୁକନ୍ୟାଙ୍କ ମୃତ୍ଯୁ, ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି...

ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ମଧ୍ୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଦ୍ୱାରକା ମୋଡ଼ ପାଖରେ ଜଣେ ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ ଫିଙ୍ଗା ଯାଇଛି । ଆମ ଟିମ ପୀଡ଼ିତାଙ୍କ ସହଯୋଗ ପାଇଁ ହସ୍ପିଟାଲରେ ପହଞ୍ଚିଛି । ଝିଅକୁ ନ୍ୟାୟ ମିଳିବ । ଦିଲ୍ଲୀ ମହିଳା କମିଶନ ଦୀର୍ଘ ବର୍ଷ ହେଲାଣି ଏସିଡ୍‌ ବ୍ୟାନ କରିବାକୁ ଲଢ଼େଇ ଜାରି ରଖିଛି । କେବେ ସରକାର ନିଦରୁ ଉଠିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Share this story