ଖେଳୁଥିବା ବେଳେ ପାଇଖାନା ଟାଙ୍କି ଭୁଶୁଡି ୨ ଶିଶୁକନ୍ୟାଙ୍କ ମୃତ୍ଯୁ, ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି...

two girl children died after sewerage tank capsized in odisha

ଓଡ଼ିଆ ଗସିପ୍ ବ୍ୟୁରୋ: ଟିକେ ଅବହେଳା ଯୋଗୁ ଚାଲିଗଲା ଦୁଇ ନିରୀହ ଜୀବନ । କିଏ ଜାଣିଥିଲା କି ଯେଉଁ ବୟସରେ ଖେଳକୁଦ କରିବା କଥା ଏବଂ ଆଗକୁ ପୁରା ଦୁନିଆ ଦେଖିବା ଆଶା ସବୁ ମାଟିରେ ମିଶିଯାଇଛି ।

କାହିଁକି ନା ଗଞ୍ଜାମର ଭଞ୍ଜନଗର ଅଂଚଳରେ ଏମିତି ଏକ ଦୁଃଖଦାୟକ ଘଟଣା ଘଟିଯାଇଛି ଯାହା ପୁରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ତାକରଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟି ଯାଇଛି । ପାଇଖାନା ଟାଙ୍କି ଭୁଶୁଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ଯୁ ଘଟିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ: ବାର୍ଥ ଡେ' ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ, ‘ବାର୍ଥ ଡେ ବୟ’ଙ୍କ ସମେତ ୩ ଗିରଫ

ମୃତ ଦୁଇ ଶିଶୁକନ୍ୟା କାଳିଆଗଡ଼ା ଗାଁର ଦିବ୍ୟା ସେଠି ଓ ସିଢିପୁର ଗାଁର ବସୁମତୀ ସେଠି ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପାଇଖାନା ଟାଙ୍କି ଉପରେ ଉକ୍ତ ୨ ଶିଶୁକନ୍ଯା ଖେଳିବା ବେଳେ ଟାଙ୍କି ଭୁଶୁଡି ପଡ଼ିଥିଲା । ଟାଙ୍କି ଭୁଶୁଡ଼ିବାରୁ ୫ ବର୍ଷୀୟା ୨ ଶିଶୁ କନ୍ୟାଙ୍କ ମୃତ୍ଯୁ ଘଟିଛି । ମୃତ ୨ ଶିଶୁ ମାମୁଁ ଘରେ ଥିବା ବେଳେ ଏମିତି ଅଭାବନୀୟ ଘଟଣା ଘଟିଯାଇଛି ।

Share this story