ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭରେ ଟିଉସନ ସାରଙ୍କ ପିଲା, ତଦନ୍ତ ପରେ ବାନ୍ଧିଲା ପୋଲିସ 
 

Tuition teacher arrested for pregnating Class V girl in jagatsinghpur kujanga
ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭରେ ଟିଉସନ ସାରଙ୍କ ପିଲା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜଗତସିଂହପୁର କୁଜଙ୍ଗ ଅଞ୍ଚଳରୁ ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭରେ ଟିଉସନ ସାରଙ୍କ ପିଲା ବଢୁଛି ବୋଲି ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଘର ବାଲିତୁଠ ଅଞ୍ଚଳରେ ବୋଲି ଜଣାପଡିଛି।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ପାଠ ପଢାଉଥିବା ଟିଉସନ ସାରଙ୍କ ନିକଟକୁ ପାଠ ପଢିବାକୁ ଯାଉଥିଲେ ପଞ୍ଚମ ଶ୍ରେଣୀ ଛାତ୍ରୀ । ଗତକାଲି ହଠାତ୍ ଛାତ୍ରୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କ ପିତା ନିକଟସ୍ଥ ହସପିଟାଲକୁ ଚିକିତ୍ସା କରାଇବା ପାଇଁ ନେଇଥିଲେ । ଚିକିତ୍ସା କରୁଥିବା ଡାକ୍ତର ସମସ୍ତ ପରୀକ୍ଷା କରିବା ପରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ତାଙ୍କ ପିତାଙ୍କୁ ଜଣାଇଥିଲେ । 

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

ପରିବାର ସଦସ୍ୟ ଝିଅଟିକୁ ପଚରାଉଚରା କରିବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା । ଛାତ୍ରୀ ପରିବାର ସଦସ୍ୟଙ୍କୁ କହିବାନୁଯାୟୀ ପାଠ ପଢା ସମୟରେ କେହି ନଥିବାର ସୁଯୋଗ ନେଇ ତାଙ୍କ ସହିତ ଟିଉସନ ସାର୍ ଦୈହିକ ସମ୍ପର୍କ ରଖିଥିଲେ । ଏହି ବିଷୟରେ କାହାକୁ ନଜଣାଇବା ପାଇଁ ଛାତ୍ରୀଙ୍କୁ ଧମକ ଦେଇଥିବାରୁ ସେ କୌଣସି କଥା କାହା ଆଗରେ କହିନଥିଲେ ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍‌

ଛାତ୍ରୀଙ୍କ ଅଭିଯୋଗ ଆଧାରରେ ସମ୍ପୃକ୍ତ ଟିଉସନ ସାରଙ୍କ ନାମରେ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ପୋଲିସ ତୁରନ୍ତ ଅଭିଯୁକ୍ତ ଟିଉସନ ସାରଙ୍କ ନିକଟରେ ପହଞ୍ଚି ତାଙ୍କୁ ଗିରଫ କରିଛି । ଏଥିସହିତ ନାବାଳିକା ଛାତ୍ରୀଙ୍କ ଡାକ୍ତରୀମାଇନା କରାଯାଇଛି । ଟିଉସନ ସାରଙ୍କ ଡାକ୍ତରୀମାଇନା କରାଯାଇ ରିପୋର୍ଟ ଆସିବା ପରେ ତଦନ୍ତ କରାଯାଇ ଅଭିଯୁକ୍ତ ଟିଉସନ ସାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍  !

Share this story