୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍  !
 

Sharad purnima after 30 years people of these four zodiac signs will get pile of money in house
ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

ଓଡ଼ିଆ ଗସିପ୍ ବ୍ୟୁରୋ: ଏବର୍ଷ କୁମାରପୂର୍ଣ୍ଣିମା ଦିନ ପଡ଼ୁଛି ଚନ୍ଦ୍ର ଗ୍ରହଣ । ଏମିତି ସେମିତି ନୁହେଁ, ଇଏ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ । ଜାଣିରଖନ୍ତୁ କେତେବେଳେ ପାକତ୍ୟାଗ ଓ ସର୍ବମୋକ୍ଷ । ଅକ୍ଟୋବର ୨୮ ରେ ପବିତ୍ର କୁମାର ପୂର୍ଣ୍ଣିମା ଦିନ ହେବ ଚଳିତବର୍ଷର ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ସୂଚନା ଅନୁସାରେ, ୩୦ ବର୍ଷ ପରେ,ଏପରି ଏକ ସଂଯୋଗ ହେବାକୁ ଯାଉଛି, ଯେବେ ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ । ଗଜାକେସରୀ ଯୋଗ ଥିବାରୁ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଉଛି ।

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅକ୍ଟୋବର ୨୮ ରେ ୧୧:୩୨ ରେ ଆରମ୍ଭ ହେବ ଏବଂ ରାତି ୦୩:୩୬ ରେ ଶେଷ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣରେ ୩୦ ବର୍ଷ ପରେ ଘଟୁଥିବା ଏହି ଅଦ୍ଭୁତ ସଂଯୋଗ ୪ ଟି ରାଶିର ଲୋକଙ୍କୁ ମାଲାମାଲ୍ କରିପାରେ ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ବୃଷ :- ବୃଷ ରାଶି ଲୋକଙ୍କ ପାଇଁ ଏହି ସଂଯୋଗ ବୃତ୍ତିଗତ ଜୀବନର ସମସ୍ତ ସମସ୍ୟାକୁ ସମାପ୍ତ କରିବ । ଆପଣ ଚାହୁଁଥିବା ପଦ ଏବଂ ଟଙ୍କା ପାଇବେ । ଆପଣଙ୍କର ଅଟକିଯାଇଥିବା କାର୍ଯ୍ୟ ଶୀଘ୍ର ସମାପ୍ତ ହେବ । ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ ।

ମିଥୁନ :- ପୁରୁଣା ରୋଗରୁ ମୁକ୍ତି ପାଇବେ । ଦୀର୍ଘ ଦିନ ଧରି ଚାଲିଆସୁଥିବା ମାନସିକ ଚାପ ଦୂର ହୋଇଯିବ । ଅଟକିଯାଇଥିବା ଟଙ୍କା ମିଳିବ । ଘର ଖର୍ଚ୍ଚ କମ୍ ହେବାରୁ ଆରାମ ମିଳିବ । ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ ।

ଅଧିକ ପଢ଼ନ୍ତୁ: ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…

କନ୍ୟା :- ଏହି ସମୟ କନ୍ୟା ରାଶିର ଲୋକଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବ । ଏକ ନୂଆ ଚାକିରି ପାଇବାର ଇଚ୍ଛା ପୂରଣ ହୋଇପାରେ । ବ୍ୟବସାୟ ମଧ୍ୟ ଭଲ ଚାଲିବ । ସମ୍ପତ୍ତିରେ ନିବେଶ କରିବାକୁ ସମୟ ଭଲ ରହିବ ।

କୁମ୍ଭ:- ବର୍ତ୍ତମାନ ପର୍ଯ୍ୟନ୍ତ ଥିବା ସମସ୍ୟାରୁ ଆପଣ ଆରାମ ପାଇବେ । ଆପଣ ପ୍ରତ୍ୟେକ ମାମଲାରେ ଶୁଭ ଫଳାଫଳ ପାଇବେ । ଜୀବନ ସୁଖ ଏବଂ ସମୃଦ୍ଧରେ ପରିପୂର୍ଣ୍ଣ ହେବ । ଚାକିରି ଏବଂ ବ୍ୟବସାୟରେ ଆପଣ ବଡ଼ ସଫଳତା ପାଇପାରିବେ । ଆର୍ôଥକ ଲାଭ ହେବ ।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!
 

Share this story