ରାସ୍ତା କଡକୁ ଓଲଟି ପଡି ଜଳିଗଲା କୋଇଲା ବୋଝେଇ ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ

truck torched into ashe driver died

ଓଡ଼ିଆ ଗସିପ ବ୍ୟୁରୋ: ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବା ସହ ଜଳିଗଲା କୋଇଲା ବୋଝେଇ ଟ୍ରକ । ଟ୍ରକଟି ଜଳିଜିବା ବେଳେ ଡ୍ରାଇଭର ଜଣଙ୍କ ବାହାରକୁ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ହେଲେ ସେତେବେଳକୁ ଟ୍ରକଟି ସମ୍ପୁର୍ଣ୍ଣ ଜଳିଯାଇଥିଲା ।

ଅଧିକ ପଢ଼ନ୍ତୁ : ନୟାଗଡ଼ରେ ଡିଭାଇଡରରେ ପିଟି ହୋଇ ଜଳିଗଲା ଯାତ୍ରୀବାହୀ ବସ୍‌, ବସରେ ଯାଉଥିଲେ ୨୦ ଯାତ୍ରୀ...

ଆଜି ସନ୍ଧ୍ୟା ସମୟରେ ଓଡ଼ି ୩୫ ସି ୦୪୩୬ କୋଇଲା ବୋଝେଇ ଟ୍ରକଟି ତାଳଚେରରୁ ଡୁବୁରି ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିବା ପରେ ଟ୍ରକରେ ଘଟିଥିଲା ଅଗ୍ନିକାଣ୍ଡ । ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଉଛନ୍ତି । ବର୍ତ୍ତମାନ ସୁଦ୍ଧା ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ ।

Share this story