ନୟାଗଡ଼ରେ ଡିଭାଇଡରରେ ପିଟି ହୋଇ ଜଳିଗଲା ଯାତ୍ରୀବାହୀ ବସ୍‌, ବସରେ ଯାଉଥିଲେ ୨୦ ଯାତ୍ରୀ...

passenger bus collided with road divider and caught fire

ଓଡ଼ିଆ ଗସିପ ବ୍ୟୁରୋ: ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଫାଲ୍‌ପାଦୁଠାରେ ଏକ ବସ୍‌ ଡିଭାଇଡରରେ ପିଟି ହୋଇ ଜଳି ଯାଇଛି । ବସ୍‌ଟି ୨୦ ଯାତ୍ରୀଙ୍କୁ ଧରି ଖୋର୍ଦ୍ଧା ଜିଲ୍ଲା କୁହୁଡିଠାରେ ଥିବା ସାଇ ସେବା ସଦନ ହସ୍ପିଟାଲରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣପଡ଼ିଛି । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା କୁହୁଡିଠାରେ ଥିବା ସାଇ ସେବା ସଦନ ହସ୍ପିଟାଲରେ ଆଣ୍ଠୁ ଗଣ୍ଠି ବାତରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା କରାଯାଏ ।

ଅଧିକ ପଢ଼ନ୍ତୁ : ଶେଷ ହେଲା ଷ୍ଟାର ଦମ୍ପତିଙ୍କ କଳି: ସବୁ ସର୍ତ୍ତ ମାନିବା ସହ ଏକାଠି ରହି ପତ୍ନୀ ଶ୍ରୀୟାଙ୍କୁ ସମସ୍ତ ଶାନ୍ତି ଯୋଗାଇବେ ଗାୟକ ହ୍ୟୁମାନ ସାଗର

କିଛି ଦିନ ହେବ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳର ପ୍ରାୟ ୨୦ ରୋଗୀଙ୍କୁ ସାଇ ସେବା ସଦନ ହସ୍ପିଟାଲ ଅଣାଯାଇ ତାଙ୍କ ଚିକିତ୍ସା କରାଯାଉଥିଲା । ସୁସ୍ଥ ହେବା ପରେ ଆଜି ରାତି ପ୍ରାୟ ୩ଟାରେ ଏକ ବସ୍‌ ଯୋଗେ ସେମାନଙ୍କୁ ହରଭଙ୍ଗା ଅଭିମୁଖେ ନିଆଯାଉଥିଲା ।

ମାତ୍ର ଭୋର ସମୟରେ ବସ୍‌ଟି ଫାଲ୍‌ପାଦୁଠାରେ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ ଏକ ଡିଭାଇଡରରେ ପିଟି ହେବା ସହ ଜଳି ଯାଇଥିଲା ।

ମାତ୍ର ସ୍ଥାନୀୟ ଲୋକେ, ପୁଲିସ ଓ ଅଗ୍ନିଶମ କର୍ମଚାରୀ ତା’ ପୂର୍ବରୁ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରି ଦେଇଥିଲେ ।

Share this story