ଶେଷ ହେଲା ଷ୍ଟାର ଦମ୍ପତିଙ୍କ କଳି: ସବୁ ସର୍ତ୍ତ ମାନିବା ସହ ଏକାଠି ରହି ପତ୍ନୀ ଶ୍ରୀୟାଙ୍କୁ ସମସ୍ତ ଶାନ୍ତି ଯୋଗାଇବେ ଗାୟକ ହ୍ୟୁମାନ ସାଗର

Family controversy between singer Humane Sagar and wife Sreya ends

ଓଡ଼ିଆ ଗସିପ ବ୍ୟୁରୋ: ସମସ୍ତ ପ୍ରକାରର ଶାରୀରିକ ଏବଂ ମାନସିକ ନିର୍ଯାତନାରୁ ବାହାରିଆସିବା ପରେ ନିଜ ସ୍ୱାମୀଙ୍କ ପାଖକୁ ପୁଣି ଫେରି ଯାଇଛନ୍ତି ପତ୍ନୀ । ମନମାଳିନ୍ୟର ଅନ୍ତ ଘଟିଛି ଆଉ ତୁଟିଛି ସ୍ୱାମୀ-ସ୍ତ୍ରୀଙ୍କ କଳି । ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ହୋଇଛି ।

ବିବାଦର ସମାଧାନ ଓ ଆପୋଷ ବୁଝାମଣା ହୋଇଥିବା ହ୍ୟୁମାନ କହିଛନ୍ତି । ହ୍ୟୁମାନଙ୍କ ମା’ କହିଛନ୍ତି ଯେ, ଏଣିକି ଉଭୟ ସ୍ୱାମୀ-ସ୍ତ୍ରୀ ଏକାଠି ରହିବେ । ସମସ୍ତ ଅଶାନ୍ତିରୁ ମୁକ୍ତି ବି ପାଇବେ ।

କିଛି ଦିନ ପରେ ଶ୍ରୀୟା ତାଙ୍କ ଶାଶୁ ଘରକୁ ଫେରିବେ । ଶ୍ରୀୟା ତାଙ୍କ ଅଭିଭାବକଙ୍କ ସହ ଆଲୋଚନା କରି ଶାଶୁ ଘରକୁ ଫେରିବେ ବୋଲି ACP କହିଛନ୍ତି । ଆଜି ମହିଳା ଥାନାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରିବାର ସଦସ୍ୟଙ୍କ ସହ ହାଜର ହୋଇଥିଲେ ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କୁ ଗୁଳିମାଡ ଘଟଣା : ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚର ରାତି ଅଧିଆ ଜେରା, ପଚରାଗଲା ୫୦ରୁ ଅଧିକ ପ୍ରଶ୍ନ

ସୂଚନାଥାଉ କି, କିଛିଦିନ ପୂର୍ବେ ପ୍ରେସ୍‌ମିଟ୍‌ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ ଖୁଲାସା କରିଥିଲେ । ସେ କହିଥିଲେ, ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲି । ସେ ମୋତେ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି ।

ଖାଲି ଏତିକି ନୁହେଁ ମଦ ପିଇ ମୋତେ ବହୁତ ପିଟନ୍ତି । ମଦ ପିଇବାକୁ ବାରଣ କରିବାରୁ ସେ ମାଡ଼ ମାରନ୍ତି । ଏପରିକି ମୋତେ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବାରଣ କରନ୍ତି ।’

ଶ୍ରୀୟା ଆହୁରି କହିଥିଲେ ଯେ, ‘ଝିଅ ଜନ୍ମ ପରେ ମୋ ପ୍ରତି ହ୍ୟୁମାନଙ୍କ ନିର୍ଯାତନା ବଢିଥିଲା। ଝିଅ ସହ ହ୍ୟୁମାନଙ୍କ ଆଟାଚ୍‌ମେଣ୍ଟ ନଥିଲା । 

Share this story