ପୁଣି ଓଡ଼ିଶାରେ ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍‌, କାରଣ ଅସ୍ପଷ୍ଟ...

train again derailed in odisha

ଓଡ଼ିଆ ଗସିପ ବ୍ୟୁରୋ: ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ମନରୁ ନଲିଭୁଣୁ ଓଡ଼ିଶାରେ ପୁଣି ଏକ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି । ଆଜି ବରଗଡ଼ ଜିଲ୍ଲାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡ଼ିଛି । ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଛି ।

ସୂଚନା ଅନୁସାରେ, ମାଲ୍‌ବାହୀ ଟ୍ରେନ୍‌ଟି ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ମେଣ୍ଢାପାଲି ନିକଟରେ ଦୁର୍ଘଟଣା ଘଟିଛି । ମାଲ୍‌ବାହୀ ଟ୍ରେନ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ମାଲ୍‌ବାହୀ ଟ୍ରେନ୍‌ଟି ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିଲା ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ : ଭୋଜି ଖାଇ ଫେରିବା ବେଳେ ଧକ୍କା ଦେଲା ବସ୍‌, ଚାଲିଗଲା ୩ ଜୀବନ

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ରେଲ୍‌ୱେ ବିଭାଗ ସୂତ୍ରରୁ ଜଣାପଡ଼ିଛି, ବରଗଡ଼ରେ ଲାଇନ୍‌ଚ୍ୟୁତ ହୋଇଥିବା ମାଲ୍‌ବାହୀ ଟ୍ରେନ୍‌ ଏକ ପ୍ରାଇଭେଟ୍‌ ସିମେଣ୍ଟ କମ୍ପାନୀର । ଏହାର ସମସ୍ତ ଇନ୍‌ଫ୍ରାଷ୍ଟ୍ରକଚର୍‌ ଯଥା- ଟ୍ରେନ୍‌ ଇଞ୍ଜିନ, ବଗି, ଟ୍ରାକ୍‌ ଇତ୍ୟାଦି ସମ୍ପୃକ୍ତ କମ୍ପାନୀ ଦ୍ୱାରା ହିଁ ପରିଚାଳିତ ହୋଇଥାଏ । ଏହି ଘଟଣାରେ ଭାରତୀୟ ରେଲ୍‌ୱେର କୌଣସି ସମ୍ପର୍କ ନାହିଁ ।

Share this story