ଭୋଜି ଖାଇ ଫେରିବା ବେଳେ ଧକ୍କା ଦେଲା ବସ୍‌, ଚାଲିଗଲା ୩ ଜୀବନ

Bus dashed scooty killing three at spot

ଓଡ଼ିଆ ଗସିପ ବ୍ୟୁରୋ : ପୁରୀରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋଜି ଖାଇ ଫେରିବା ବେଳେ ବସ୍‌ ଧକ୍କାରେ ଚାଲିଯାଇଛି ୩ ଜୀବନ । ମିଳିଥିବା ସୂଚନା ଅନୁସାରେ ପୁରୀ ଓଁକାରେଶ୍ୱର୍ ମନ୍ଦିର ନିକଟରେ ଘଟିଛି ଏହି ଘଟଣା ।

ନିଜ ନଣନ୍ଦର ପୁଅର ନିର୍ବନ୍ଧରେ ଯୋଗଦେବା ପାଇଁ ଛତ୍ରପୁରର ସତ୍ୟରଞ୍ଜନ ଦାସ ,ତାଙ୍କ ସ୍ତ୍ରୀ ଗାୟତ୍ରୀ ଦାସ ପୁରୀ ଶଙ୍କରେଶ୍ୱର ମନ୍ଦିର ଆସିଥିଲେ । ସେଠାରୁ ଭୋଜି ଖାଇ ଫେରିବା ସମୟରେ ଭଣଜାର ସାଙ୍ଗ ପୁରୀର ରାକେଶ ନନ୍ଦଙ୍କ ସହ ସ୍କୁଟି ଗାଡ଼ିରେ ବସିଥିଲେ ଗାୟତ୍ରୀ । ପଛକୁ ଅନ୍ୟ ଏକ ଗାଡି ନେଇ ଫେରିବା ପାଇଁ ଅପେକ୍ଷା କରିଥିଲେ ସତ୍ୟ ନାରାୟଣ ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଲାଇଭ ଭିଡ଼ିଓ : ଚାହୁଁ ଚାହୁଁ ଆଖି ସାମ୍ନାରେ ଭୁଶୁଡ଼ିଗଲା ନିର୍ମାଣାଧୀନ ବ୍ରିଜ୍‌, ଗଙ୍ଗା ନଦୀ ଉପରେ ତିଆରି ଚାଲିଥିଲା...

ଶଙ୍କରେଶ୍ବର ଛକ ଗଡାଣିରୁ ଜାତୀୟ ରାଜପଥକୁ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ଏହି ସମୟରେ ଏକ ଯାତ୍ରୀ ବାହିବସ୍ ଆସି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ବସ୍ ଟି ଦୁର୍ଘଟଣା ପରେ ବାସେଳି ସାହି ଥାନାରେ ଆତ୍ମସମର୍ପଣ କରିଛି ।

Share this story