ଦେଖନ୍ତୁ ଲାଇଭ ଭିଡ଼ିଓ : ଚାହୁଁ ଚାହୁଁ ଆଖି ସାମ୍ନାରେ ଭୁଶୁଡ଼ିଗଲା ନିର୍ମାଣାଧୀନ ବ୍ରିଜ୍‌, ଗଙ୍ଗା ନଦୀ ଉପରେ ତିଆରି ଚାଲିଥିଲା...

Four Lane bridge constructed on Ganga river collapsed in Bihar

ଓଡ଼ିଆ ଗସିପ ବ୍ୟୁରୋ : ଚାହୁଁ ଚାହୁଁ ଆଖି ସାମ୍ନାରେ ଭୁଶୁଡ଼ିଗଲା ନିର୍ମାଣାଧୀନ ବ୍ରିଜ୍‌ । ବିହାରର ଭାଗଲପୁରରେ ଗଙ୍ଗା ନଦୀ ଉପରେ ତିଆରି ହେଉଥିବା ଅଗୁୱାନି-ସୁଲ୍‌ତାନଗଞ୍ଜ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିବା ବେଳେ ଏହାର ଲାଇଭ୍‌ ଚିତ୍ର କ୍ୟାମେରାରେ କଏଦ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ନାହିଁ ।

ବିହାରର ସୁଲତାନଗଞ୍ଜ ଓ ଖାଗାରିଆ ଜିଲ୍ଲା ମଧ୍ୟରେ ସଂଯୋଗ କରିବାକୁ ଥିବା ଏହି ବ୍ରିଜ୍‌କୁ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶିଳାନ୍ୟାସ କରିଥିଲେ । ତେବେ ନିର୍ମାଣାଧୀନ ଅବସ୍ଥାରେ ଏଥରକୁ ମିଶାଇ ଦ୍ୱିତୀୟ ଥର ପାଇଁ ଏହି ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି । ୪ ଲେନ୍ ବିଶିଷ୍ଟ ନିର୍ମାଣାଧୀନ ଏହି ବ୍ରିଜ୍‌ର ତଳ ଭାଗ ଭୁଶୁଡ଼ି ନଦୀରେ ପଡ଼ିଥିଲା ।

ଅଧିକ ପଢ଼ନ୍ତୁ : ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନବେଳେ ଅଘଟଣ ପରେ ଅଘଟଣ

ବ୍ରିଜ୍‌ଟି ତାସ୍‌ ଘର ଭଳି ଭୁଶୁଡ଼ି ପଡୁଥିବା ବେଳେ ଏହାର ଦୃଶ୍ୟ କିଛି ସ୍ଥାନୀୟ ଲୋକେ କ୍ୟାମେରାରେ କଏଦ କରିଥିଲେ । ଅଘଟଣ ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଥାଉ କି, ୧୭ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇ ଏହି ବ୍ରିଜ୍‌ର ନିର୍ମାଣ କାମ ଚାଲିଥିଲା । ଆରମ୍ଭରୁ ହିଁ ଏହାର ନିର୍ମାଣ କାମକୁ ନେଇ ପ୍ରଶ୍ନ ଉଠିଥିଲା । ଗତବର୍ଷ ଏପ୍ରିଲ ୨୭ରେ ଏହି ନିର୍ମାଣାଧୀନ ବ୍ରିଜ୍‌ର ସୁପର ଷ୍ଟ୍ରକ୍‌ଚର୍‌ ନଦୀକୁ ଭୁଶୁଡ଼ି ପଡ଼ିଥିଲା ।

ଦେଖନ୍ତୁ ଭିଡ଼ିଓ :

ଅଧିକ ପଢ଼ନ୍ତୁ : ଟ୍ରେନ ଦୁର୍ଘଟଣାର ପ୍ରାୟ ୩୬ ଘଣ୍ଟା ପରେ ପ୍ରକୃତ କାରଣ କହିଲା ରେଲୱେ ବୋର୍ଡ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଏହାପରେ ପୁଣିଥରେ ନିର୍ମାଣ କାମ ଆରମ୍ଭ ହୋଇଥିଲା ଓ ଏଥର ୮୦% ସୁପର ଷ୍ଟ୍ରକ୍‌ଚର୍‌ କାମ ଶେଷ ହୋଇଯାଇଥିଲା । ଖାଲି ଏତିକି ନୁହେଁ ଆପ୍ରୋଚ ରୋଡ୍‌ କାମ ମଧ୍ୟ ୪୫% ଶେଷ ହୋଇଯାଇଥିଲା । ତେବେ ବ୍ରିଜ୍‌ ଭୁଶୁଡ଼ିବା ପରେ ଏହି ପ୍ରୋଜେକ୍ଟକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Share this story