କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ତରଭୁଜ ଖାଇ ନାବାଳକ ମୃତ, ପରିବାରର ୫ ଗୁରୁତର
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କୁପୁନି (କୁପୁକୁନି) ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସନ୍ଦେହଜନକ ଖାଦ୍ୟ ବିଷାକ୍ତ ଯୋଗୁଁ ଜଣେ ୧୩ ବର୍ଷର ନାବାଳକର ମୃତ୍ୟୁ ହୋଇଥିବା ବେଳେ ପରିବାରର ଅନ୍ୟ ୫ ଜଣ ସଦସ୍ୟ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ ନାବାଳକ ଜଣକ ହେଉଛନ୍ତି ଅନନ୍ତ ସେନାପତିଙ୍କ ଏକମାତ୍ର ପୁତ୍ର ସ୍ୱାଧୀନ ସେନାପତି।
ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଅନନ୍ତ ସେନାପତିଙ୍କ ପରିବାର ସଦସ୍ୟମାନେ ତରଭୁଜ ଏବଂ ଅନ୍ୟାନ୍ୟ ଖାଦ୍ୟ ଖାଇଥିଲେ। ଏହାର କିଛି ସମୟ ପରେ, ବିଳମ୍ବିତ ରାତିରେ ସମସ୍ତଙ୍କର ପେଟ ବ୍ୟଥା, ବାନ୍ତି, ଝାଡ଼ା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଶନିବାର ସକାଳେ ସେମାନଙ୍କ ଅବସ୍ଥା ଅଧିକ ବିଗିଡ଼ିଯିବାରୁ ସମସ୍ତଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଅଧିକ ପଢ଼ନ୍ତୁ : ଟ୍ରମ୍ପଙ୍କୁ ହତ୍ୟା କଲେ ମିଳିବ ୫୫୮ କୋଟିର ପୁରସ୍କାର! ଇରାନ ସଂସଦରୁ ମିଳିଲା ଏମିତି ସୂଚନା
କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ:
ନାବାଳକ ସ୍ୱାଧୀନ ସେନାପତି ଓ ବାବ୍ରୁବାହନ ସେନାପତିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା (SCB Medical College) କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାଧୀନଙ୍କର ମୃତ୍ୟୁ ଘଟିଥିଲା। ପରିବାରର ଅନ୍ୟ ୪ ଜଣ ସଦସ୍ୟ ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ବାସି ଖାଦ୍ୟ ଯୋଗୁଁ ବିଷାକ୍ତ ହୋଇଥିବା ସନ୍ଦେହ:
ପ୍ରାଥମିକ ପର୍ଯ୍ୟାୟରେ ତରଭୁଜ ଯୋଗୁଁ ଏଭଳି ହୋଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ସଚ୍ଚିଦାନନ୍ଦ ମିଶ୍ରଙ୍କ ସୂଚନା ଅନୁଯାୟୀ, ଏହା କେବଳ ତରଭୁଜ ଯୋଗୁଁ ହୋଇନଥାଇ ପାରେ ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।
.png)
