ଟ୍ରମ୍ପଙ୍କୁ ହତ୍ୟା କଲେ ମିଳିବ ୫୫୮ କୋଟିର ପୁରସ୍କାର! ଇରାନ ସଂସଦରୁ ମିଳିଲା ଏମିତି ସୂଚନା
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ୱାଶିଂଟନ,୧୭।୫): ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଚାଞ୍ଚଲ୍ୟକର ଖବର। ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ୫୦ ନିୟୁତ ୟୁରୋ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୫୫୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସାଙ୍ଘାତିକ ପ୍ରସ୍ତାବକୁ ଏବେ ଇରାନ ସଂସଦ (Iranian Parliament) ରେ ଉପସ୍ଥାପନ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଇରାନର ଜଣେ ସାଂସଦ ଏହି ସୂଚନା ଦେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।
ଜେନେରାଲ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ!
ସୂଚନା ଅନୁଯାୟୀ, କିଛି ବର୍ଷ ପୂର୍ବେ ବାଗଦାଦରେ ଆମେରିକାର ଏକ ଏୟାର ଷ୍ଟ୍ରାଇକରେ ଇରାନର ଶୀର୍ଷ କମାଣ୍ଡର ଜେନେରାଲ କାସେମ ସୁଲେମାନୀଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିଲେ ଏବଂ ତାଙ୍କ ନିର୍ଦ୍ଦେଶରେ ହିଁ ଏହି ଆକ୍ରମଣ କରାଯାଇଥିଲା। ଏବେ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଇରାନର ସାଂସଦ ଅହମ୍ମଦ ହାମଜେ ସଂସଦରେ ଏହି ପ୍ରସ୍ତାବ ଆଣିବାକୁ ଯାଉଛନ୍ତି।
ଅଧିକ ପଢ଼ନ୍ତୁ : ମୌସୁମୀ ଆଗମନରେ ଭାଙ୍ଗିବ ୩୫ ବର୍ଷର ରେକର୍ଡ! କେବେ କେରଳ ଛୁଇଁବ ମୌସୁମୀ, ତାରିଖ କହିଲା IMD
କାହିଁକି ରଖାଗଲା ୫୫୮ କୋଟି ଟଙ୍କାର ପୁରସ୍କାର?
ଇରାନ ସାଂସଦଙ୍କ କହିବା ଅନୁଯାୟୀ, ଇରାନର ଜନସଂଖ୍ୟା ପ୍ରାୟ ୮ କୋଟି (୮୦ ମିଲିୟନ)। ଯଦି ଦେଶର ପ୍ରତ୍ୟେକ ନାଗରିକ ୧ ଡଲାର ଲେଖାଏଁ ଦାନ କରନ୍ତି, ତେବେ ୮୦ ମିଲିୟନ ଡଲାର (୫୫୮ କୋଟି ଟଙ୍କା) ସଂଗ୍ରହ ହୋଇପାରିବ। ଯେଉଁ ବ୍ୟକ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ କାଟି ଆଣିବ, ତାକୁ ଏହି ସମସ୍ତ ଅର୍ଥ ପୁରସ୍କାର ସ୍ବରୂପ ଦିଆଯିବ। ସେ କହିଛନ୍ତି ଯେ, ଏହି ପ୍ରସ୍ତାବ କେବଳ ଟ୍ରମ୍ପଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ କର୍ମାନ ପ୍ରଦେଶର ସମସ୍ତ ଜନସାଧାରଣଙ୍କ ତରଫରୁ ଉପସ୍ଥାପିତ କରାଯାଉଛି।
ଆମେରିକାର ଚେତାବନୀ: ଇରାନ ସଂସଦରେ ଏଭଳି ପ୍ରସ୍ତାବକୁ ନେଇ ଆମେରିକା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆମେରିକାର ସୁରକ୍ଷା ଏଜେନ୍ସିଗୁଡ଼ିକ ଏହାକୁ ଏକ ଆତଙ୍କବାଦୀ ଚେତାବନୀ ଭାବେ ଗ୍ରହଣ କରିଛନ୍ତି ଏବଂ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି। ୱାଶିଂଟନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆମେରିକାର କୌଣସି ବି ନାଗରିକ ବା ନେତାଙ୍କ ଉପରେ ଆକ୍ରମଣ ହେଲେ ଇରାନକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ।
.png)
