ମହାନଦୀର ମୁଣ୍ଡଳୀଠାରେ ଜଳପ୍ରବାହକୁ ନେଇ ମୁହଁ ଖୋଲିଲେ ପ୍ରଶାସନ, କହିଲେ- 'ଆଜି ରାତି ଗୁରୁତ୍ୱପୂର୍ଣ୍ଣ,...'

Todays night is crucial for Odisha in pretext of flooding

ଓଡ଼ିଆ ଗସିପ ବ୍ୟୁରୋ : ମୁଣ୍ଡଳୀରେ ମହାନଦୀ ଜଳସ୍ତର ବୃଦ୍ଧି ପାଇଛି । ବର୍ତ୍ତମାନ ମହାନଦୀ ମୁଣ୍ଡଳୀ ଠାରେ ପିକ୍ ଫ୍ଲୋରେ ବନ୍ୟା ପାଣି ପ୍ରବାହିତ ହେଉଛି । ଏବେ ମୁଣ୍ଡୁଳିରେ ୯.୨୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଅପରାହ୍ନ ୪ଟାରୁ ପିକ୍ ଜଳ ପ୍ରବାହିତ ହେଉଛି । ଆସନ୍ତା ୮ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ଜଳ ପ୍ରବାହ ଏମିତି ସ୍ଥିର ରହିବ । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

ସେ କହିଛନ୍ତି  ଯେ, ଏବେ ମହାନଦୀର ମୁଣ୍ଡୁଳୀଠାରେ ସର୍ବାଧିକ ଜଳ ପ୍ରବାହ ହେଉଛି । ମୁଣ୍ଡଳିରେ ଏହି ପିକ୍ ଫ୍ଲୋ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏହା ପରେ ଜଳସ୍ତର ଧିରେ ଧିରେ ଖସିବ । ଏବେର ପିକ୍ ଫ୍ଲୋ ଆସନ୍ତାକାଲି ଅପରାହ୍ନରେ ତଳମୁଣ୍ଡରେ ଥିବା ଜଗତସିଂହପୁର କେନ୍ଦ୍ରାପଡ଼ା, ପୁରୀରେ ଛୁଇଁବ ।

ଅଧିକ ପଢ଼ନ୍ତୁ : ଭାଇରାଲ ହେଉଛି ଜୋମାଟୋର ଏହି ଟ୍ବିଟ୍ ; ଏହି ସଙ୍ଗୀନ କାରଣ ପାଇଁ ପୂର୍ବତନ ପ୍ରେମିକଙ୍କ ନିକଟକୁ ଖାଦ୍ୟ ପଠାଇବା ପାଇଁ ମନା କଲା କମ୍ପାନୀ

କାଲି ସକାଳେ ମୁଣ୍ଡଳିରେ ବନ୍ୟାଜଳ ପ୍ରବାହ ହ୍ରାସ ପାଇବ । ତେଣୁ ଆଜି ରାତି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ସେପଟେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ବି ସନ୍ଧ୍ୟା ସୁଦ୍ଧା କମିବ । ସେହିପରି ବ୍ରାହ୍ମଣୀର ଜଳସ୍ତର ମଧ୍ୟ କମୁଛି । ବର୍ଷା ନଥିବାରୁ ବର୍ତ୍ତମାନ ସୁଦ୍ଧା ବିଂଝାରପୁରର କଟ୍ ବି ବନ୍ଦ କରାଯାଇଛି ।

ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ଖଇରିମଳ ଓ ବରମୂଳଠାରେ ବହୁତ ତୀବ୍ର ଭାବେ କମୁଛି । ଆଉ ୧୮ରୁ ୨୪ ଘଣ୍ଟାରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରେ ପାସ୍ କରିବ । ଲୋକେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ଅଧିକ ପଢ଼ନ୍ତୁ : ଚଳିତମାସ ଏହି ତାରିଖ ବେଳକୁ ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ !

ବନ୍ୟା ସ୍ଥିତି ମୁକାବିଲା ପାଇଁ ୮ ଏନଡିଆରଏଫ , ୧୩ ଓଡ୍ରାଫ ଏବଂ ୨୩ଟି ଅତିରିକ୍ତ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି । ବର୍ଷା ଓ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଏସଆରସି । ଏଥିସହିତ ସତର୍କ ରହିବା ଲାଗି ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Share this story