ଭାଇରାଲ ହେଉଛି ଜୋମାଟୋର ଏହି ଟ୍ବିଟ୍ ; ଏହି ସଙ୍ଗୀନ କାରଣ ପାଇଁ ପୂର୍ବତନ ପ୍ରେମିକଙ୍କ ନିକଟକୁ ଖାଦ୍ୟ ପଠାଇବା ପାଇଁ ମନା କଲା କମ୍ପାନୀ

For this main reason Zomato refused to give food item to Ex boyfriend

ଓଡ଼ିଆ ଗସିପ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଆସିଛି ଜୋମାଟୋ (Zomato) କମ୍ପାନୀ । ବର୍ତ୍ତମାନ ଜୋମାଟୋର ଏକ ଟ୍ବିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖାଦ୍ୟ ବିତରଣ କମ୍ପାନୀ ନିଜ ଟ୍ୱିଟରେ ଭୋପାଳର ବାସିନ୍ଦା ଅଙ୍କିତାଙ୍କୁ କ୍ୟାଶ ଅନ୍ ଡେଲିଭରି (COD) ରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ନିକଟକୁ ଖାଦ୍ୟ ପଠାଇବା ବନ୍ଦ କରିବାକୁ ଅନୁରୋଧ କରିଛି ।

ଟ୍ୱିଟ୍ କରି ଜୋମାଟୋ ଲେଖିଛି ଯେ, ‘ଭୋପାଳର ଅଙ୍କିତା, ପ୍ଲିଜ୍‌ ଆପଣ ନିଜ ଏକ୍ସଙ୍କୁ କ୍ୟାସ୍‌ ଅନ୍‌ ଡେଲିଭରୀ କରି ଖାଦ୍ୟ ପଠାଇବା ବନ୍ଦ କରନ୍ତୁ । ଏହା ତୃତୀୟ ଥର ହୋଇଛି, ଯେତେବେଳେ ସେ ପଇସା ଦେବାକୁ ମନା କରି ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ସ୍ପ୍ରିଙ୍ଗ ରୋଲ୍ (Spring Roll) ଭିତରୁ ବାହାରିଲା ଜିଅନ୍ତା କେଞ୍ଚୁଆ, ଦେଖନ୍ତୁ ଭାଇରାଲ ଭିଡିଓ 

କମ୍ପାନୀର କହିବା ଅନୁଯାୟୀ, ଭୋପାଳରେ ଅଙ୍କିତା ନାମକ ଜଣେ ଯୁବତୀ ଅଛନ୍ତି । ଯିଏ ଜୋମାଟୋରୁ ତାଙ୍କ ଏକ୍ସ-ବଏଫ୍ରେଣ୍ଡକୁ ଖାଦ୍ୟ ପଠାଉଥିଲେ । କିନ୍ତୁ ତାଙ୍କ ଏକ୍ସ ଖାଦ୍ୟ ନେବାକୁ ମନା କରି ଦେଇଥିଲେ । କାରଣ ଅଙ୍କିତା ପ୍ରତ୍ୟେକ ଥର ‘କ୍ୟାଶ୍ ଅନ୍ ଡେଲିଭରି’ (COD) ଅର୍ଡର କରୁଥିଲେ ।

ଯେତେବେଳେ ଏହା ଡେଲିଭରି ହୁଏ, ରିସିଭର୍ ଅର୍ଡର ପାଇଁ ଦେୟ ପ୍ରଦାନ କରିବାକୁ ପଡେ । ତୁମେ ବୁଝି ପାରୁଥିବ କି ଅଙ୍କିତା ନାମକ ଯୁବତୀ ଜୋମାଟୋର ଡେଲିଭରି ପାର୍ଟନର ଏବଂ ଏକ୍ସକୁ କିପରି ହଇରାଣ କରୁଥିଲେ ।



ଅଧିକ ପଢ଼ନ୍ତୁ : ପୁଅର ଭବିଷ୍ୟତ ନଷ୍ଟ ହୋଇଯିବ ବୋଲି ପୁଅକୁ ହିଁ ତଣ୍ଟି ଚିପି ହତ୍ୟା ମାଆ, ପୋଲିସକୁ ଫୋନ କରି କହିଲା ଆସନ୍ତୁ ମାରିଦେଇଛି 

ଏଥିରୁ ବିରକ୍ତ ହୋଇ ‘ଜୋମାଟୋ’ ଅଙ୍କିତାଙ୍କ ନାମକୁ ସର୍ବସାଧାରଣରେ ଟ୍ୱିଟ୍ କରିଥିଲା । ଏହି ଟ୍ବିଟରେ ଲୋକଙ୍କ ଅନେକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଆସୁଥିବାର ଦେଖିବାକୁ ମିଳିଛି । ଏହା ବ୍ୟତୀତ କେତେକ କହିଛନ୍ତି ଯେ ଏହା ଜୋମାଟର ଏକ ବଡ଼ ମାର୍କେଟିଂ ଷ୍ଟଣ୍ଟ ।

Share this story