ଶିକ୍ଷାନୁଷ୍ଠାନସ୍ତରରୁ ଭୋଟର ତାଲିକାରେ ଯୋଡ଼ିହେବେ ଯୁବଗୋଷ୍ଠୀ, ସରକାର ନେଲେ ଏପରି ପଦକ୍ଷପ

To add youth voters the government has decided to give voters form during admission

ଓଡ଼ିଆ ଗସିପ୍ ବ୍ୟୁରୋ: ଯୁବ ଭୋଟରଙ୍କ ସଂଖ୍ୟା ବଢ଼଼ାଇବା ସହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ସ୍ୱତନ୍ତ୍ର ଡ୍ରାଇଭ ଚଳାଇବାକୁ ରାଜ୍ୟର ସମସ୍ତ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏନେଇ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ।

ନିର୍ବାଚନ ଅଧିକାରୀଙ୍କ ଚିଠି ପରେ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର କୁଳପତି ଓ ଅଧ୍ୟକ୍ଷମାନଙ୍କୁ ଏ ନେଇ ନିର୍ଦ୍ଦେଶ ଜାରି କରିଛି । ଏହି ଡ୍ରାଇଭ ଜରିଆରେ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ନାଁ ଲେଖାଉଥିବା ଯୁବ ଭୋଟରଙ୍କ ତାଲିକା ପ୍ରସ୍ତୁତି କରାଯିବ । ଯୁବ ଭୋଟରଙ୍କ ତାଲିକା ତିଆରିବା ଦିଗରେ ଶିକ୍ଷାନୁଷ୍ଠାନର ସବୁ ବିଭାଗ ପୃଥକ ପୃଥକ ଦାୟିତ୍ୱ ନେବେ ।

ଅଧିକ ପଢ଼ନ୍ତୁ: ସୂର୍ଯ୍ୟରେ ରହିଛି ଦାରିଦ୍ର୍ୟ ଯୋଗ; କନ୍ୟା ରାଶି ସମେତ ହଇରାଣ ହେବେ ଏହି ୨ ରାଶି

ଯୁବ ଭୋଟରଙ୍କ ସଂଖ୍ୟା କିଭଳି ଭାବେ ବଢ଼଼ିପାରିବ ସେନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ । ରାଜ୍ୟରେ ଅନ୍ୟ ବର୍ଗର ଭୋଟରଙ୍କ ତୁଳନାରେ ଯୁବ ବର୍ଗ ଭୋଟରଙ୍କ ସଂଖ୍ୟା ଯଥେଷ୍ଟ କମ୍‌‌ ରହିଛି । ତେଣୁ ଯୁବ ଭୋଟର ସଂଖ୍ୟା ବଢ଼଼ାଇବାକୁ ସଚେତନତା ଜରୁରୀ ।

ତେବେ ଯୁବଗୋଷ୍ଠୀଙ୍କୁ ଭୋଟର ତାଲିକାଭୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ ଲୋଡ଼ା ପଡ଼ୁଛି । ଏହି ଦାୟିତ୍ୱ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟସ୍ତରରେ ସମ୍ପାଦିତ ହୋଇପାରିବ । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷମାନେ ଆଡମିଶନ ଫର୍ମ ସହ ଭୋଟର ନାମସଂଯୋଗ ଫର୍ମ ‘୬’ ପ୍ରଦାନ କରିବେ । ଏହି ତଥ୍ୟ ପରିବର୍ତ୍ତୀ ସମୟରେ ବିଭାଗକୁ ପ୍ରଦାନ କରାଯିବ । ଯାହା ଫଳରେ ଯୋଗ୍ୟ ଯୁବଗୋଷ୍ଠୀ ଭୋଟର ତାଲିକାରେ ସାମିଲ ହୋଇପାରିବେ ।

ଅଧିକ ପଢ଼ନ୍ତୁ: ପାଖରେ ନାହାନ୍ତି ଗାର୍ଲଫ୍ରେଣ୍ଡ! ନୋ ଟେନସନ୍ ଶସ୍ତାରେ ମିଳୁଛି ଯନ୍ତ୍ର, ଅସଲ ଭଳି ମିଳୁଛି ମଜା

ଆକ୍ଟ ୧୯୫୦ ର ସର୍ବଶେଷ ସଂଶୋଧନ ଅନୁଯାୟୀ, ଭୋଟର ପଞ୍ଜୀକରଣ ସାଧାରଣ ଭାବରେ ଚାରୋଟି ଯୋଗ୍ୟତା ତାରିଖ ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧, ଏବଂ ଅକ୍ଟୋବର ୧ ତାରିଖରେ କରାଯାଇଥାଏ । ଏନେଇ ଆଡମିଶନ ପ୍ରକ୍ରିୟା ସମୟରେ ଏବଂ ତୁରନ୍ତ ଯୋଗ୍ୟ ଭୋଟରଙ୍କ ନାମଲେଖା ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍‌‌ କରାଯିବା ଆବଶ୍ୟକ । ସେହିଭଳି ଭୋଟର ହେଲ୍ପ ଲାଇନ ଆପ୍‌‌ ମାଧ୍ୟମରେ ପଞ୍ଜିକରଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share this story