ଶିବରାତ୍ରୀରେ ମା' ବାଘୁଣୀକୁ ବରଦାନ; ପୁଣି ଥରେ ମା’ ହେଲା ବାଘୁଣୀ ‘ଅଙ୍କିତା’, ଜନ୍ମଦେଲା ୫ ଶାବକ

Tigress gave birth to five cubs in Nandankanan Zoo

ଓଡ଼ିଆ ଗସିପ ବ୍ୟୁରୋ: ଶିବରାତ୍ରୀରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧(ଗ) ଏନ୍‌‌କ୍ଲୋଜର ମଧ୍ୟରେ ରହୁଥିବା ବାଘୁଣୀ ‘ଅଙ୍କିତା’ ୫ଟି ଶାବକ ଜନ୍ମ ଦେଇଛି । ସେଥିମଧ୍ୟରୁ ଏକ ମଲା ଶାବକ ଜନ୍ମ ଦେଇଥିବା ବେଳେ ଅନ୍ୟ ୪ଟି ଯାକ ଶାବକଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‌‌ ଥିବା ସୂଚନା ମିଳିଛି ।

‘ଅଙ୍କିତା’ ଠିକ୍‌‌ ଭାବେ ଶାବକଙ୍କର ଯତ୍ନ ନେଉଛି ଓ ପେଟ ତଳେ ରଖି କ୍ଷୀର ପାନ କରାଉଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି । ଏହି ୪ ଶାବକଙ୍କୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୩୧ରେ ପହଞ୍ଚିଛି ।

ଏମାନଙ୍କ ମଧ୍ୟରୁ ୩ଟି କଳାଲୋମଯୁକ୍ତ, ୭ଟି ଧଳା, ୧୭ଟି ସାଧାରଣ ରଙ୍ଗର ବାଘ ଥିବା ବେଳେ ‘ଅଙ୍କିତା’ ଗର୍ଭରୁ ଜନ୍ମିତ ୪ଟି ବାଘ ଶାବକଙ୍କର ଲିଙ୍ଗ ନିରୂପଣ ହୋଇ ନ ଥିବା ନନ୍ଦନକାନନ ଉପନିର୍ଦ୍ଦେଶକଙ୍କଠାରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ : ବକରା ବନିବେ ଧର୍ମେନ୍ଦ୍ର, ବିଜେପି ଜିତିଲେ ମୁଖ୍ୟମନ୍ତ୍ରୀ ବନିବେ ଅପରାଜିତା, ଦେଖନ୍ତୁ ଏହି ଭିଡିଓ...

ଗତ ଅକ୍ଟୋବର ମାସରେ ସାଧାରଣ ରଙ୍ଗର ବାଘ ନନ୍ଦନ ସହିତ ଅଙ୍କିତାକୁ ମିଶିବାକୁ ଦେଲା ପରେ ତା’ ଔରସରୁ ଅଙ୍କିତା ଦ୍ୱିତୀୟ ଥର ପାଇଁ ଗର୍ଭଧାରଣ କରିଥିଲା । ଗର୍ଭଧାରଣ ପରେ ଅଙ୍କିତା ଉପରେ ସିସିଟିଭି ଜରିଆରେ ନଜର ରଖାଯାଇଥିଲା । ଶୁକ୍ରବାର ସକାଳ ୯ଟା ୪୫ ମିନିଟ୍‌‌ରେ ପ୍ରଥମ ଶାବକ, ୧୦ଟା ୧୫ ମିନିଟ୍‌‌ରେ ଦ୍ୱିତୀୟ, ୧୧ଟା ୫୫ରେ ତୃତୀୟ, ୧୨ଟା ୪୫ରେ ଚତୁର୍ଥ ଓ ୧ଟା ୧୩ ମିନିଟ୍‌‌ରେ ଅଙ୍କିତା ପର୍ଯ୍ୟାୟକ୍ରମେ ପଞ୍ଚମ ପ୍ରସବ କରିଥିଲା ।

ସୂଚନା ଯୋଗ୍ୟ, ଅଙ୍କିତାକୁ ୬ ବର୍ଷ ବୟସ ହୋଇଥିବାବେଳେ ୨୦୧୮ ଜାନୁଆରୀରେ ହାଇଦରାବାଦ ଚିଡ଼ିଆଖାନାରୁ ଆସିଥିବା ସେଫ୍‌‌ର ମିଳନରୁ ପ୍ରଥମ ଥର ପାଇଁ ଗର୍ଭବତୀ ହୋଇ ଦୁଇଟି ଶାବକ ଜନ୍ମ ଦେଇଥିଲା । ୨୦୧୨ ଜାନୁଆରୀ ୧୩ ତାରିଖରେ ନନ୍ଦନକାନନରେ ସାଧାରଣ ରଙ୍ଗର ବାଘୁଣୀ ସାରା ଓ ଧଳା ମହାବଳ ବାଘ ରିଷି ମିଳନରୁ ଜନ୍ମଲାଭ କରିଥିବା ୩ଟି ଶାବକ ମଧ୍ୟରୁ ଦ୍ୱିତୀୟ ଶାବକ ହେଉଛି ଅଙ୍କିତା ।

Share this story

World Odia Language Conferene