ଆଜିଠୁ ବଦଳିବ ପାଣିପାଗ, ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ! ସତର୍କ କଲା ପାଣିପାଗ ବିଭାଗ
 

Thunderstorm brings relief from heat in Odisha
କାଳବୈଶାଖୀ ଯୋଗୁଁ ଗରମ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି 
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ଲହରୀରୁ ଆଶ୍ବସ୍ତି ମିଳିବ। ଆଜିଠୁ ପାଗରେ ପରିବର୍ତ୍ତନ ଆସିବା ସହ କାଳବୈଶାଖୀ ଜନିତ ବର୍ଷା କାରଣରୁ ତାପମାତ୍ରା ମଧ୍ୟ ହ୍ରାସ ପାଇବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାରଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ସହ କାଳବୈଶାଖୀର ପ୍ରଭାବ ଆରମ୍ଭ ହେବ। 

ମଙ୍ଗଳବାରଠାରୁ ଏହାର ପ୍ରକୋପ ବଢ଼ିବା ଯୋଗୁଁ ରାଜ୍ୟରେ ପ୍ରାୟ ୪-୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ତେଣୁ ରାଜ୍ୟବାସୀଙ୍କୁ ଗରମ ଗୁଳୁଗୁଳିରୁ କିଛି ଦିନ ପର୍ଯ୍ୟନ୍ତ ଆଶ୍ୱସ୍ତି ମିଳିବ ବୋଲି ଆକନଳ କରାଯାଉଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ବର୍ଷା ସହିତ ପବନର ବେଗ ବୃଦ୍ଧି ହୋଇ ୩୦-୪୦ କିମି ପର୍ଯ୍ୟନ୍ତ ରହିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। 

ସେହିପରି ମଙ୍ଗଳବାର ଏହି ସ୍ଥିତି ଆହୁରି ବଢ଼ିବା ସହ ଅଧିକ ଜିଲ୍ଲାରେ ପ୍ରଭାବ ଓ ବର୍ଷା ସାଙ୍ଗକୁ ପବନର ବେଗ ବଡ଼ି ୪୦-୫୦ କିମି ପର୍ଯ୍ୟନ୍ତ ପହଞ୍ଚିବ। ଏଭଳି ସ୍ଥିତି ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

ଅନ୍ୟପଟେ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଉତ୍ତର ଉପକୂଳ ଓଡିଶା-ପାଶ୍ୱର୍ବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦-୫୦ କିମି ବେଗରେ ରହିବାର ସମ୍ଭାବନା ରହିଛି। ଏଥିପାଇଁ ସାମୁଦ୍ରିକ ସ୍ଥିିତି ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବାର ଆଶଙ୍କା କରାଯାଉଛି। ଏହି ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୬-୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।


ସୂଚନା ଥାଉ କି ରବିବାର ବୌଦ୍ଧରେ ତାପମାତ୍ରା ୪୪.୬ ଡିଗ୍ରୀ, ନୂଆପଡ଼ାରେ ୪୪.୪ ଡିଗ୍ରୀ, ବଲାଙ୍ଗିରରେ ୪୪.୪ ଡିଗ୍ରୀ, ଭବାନୀପାଟଣାରେ ୪୪ ଡିଗ୍ରୀ, ବାରିପଦାରେ ୪୩.୫ ଡିଗ୍ରୀ, ସୋନପୁରରେ ୪୩.୫ ଡିଗ୍ରୀ, ସମ୍ୱଲପୁରରେ ୪୩.୪ ଡିଗ୍ରୀ, ନୟାଗଡ଼ରେ ୪୩ ଡିଗ୍ରୀ, କେନ୍ଦୁଝରରେ ୪୩ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩ ଡିଗ୍ରୀ, ଅନୁଗୋଳରେ ୪୨.୯ ଡିଗ୍ରୀ,ଫୁଲବାଣୀରେ ୪୨.୬ ଡିଗ୍ରୀ, ରାଉରକେଲାରେ ୪୨.୬ ଡିଗ୍ରୀ, ତାଳଚେରରେ ୪୨.୪ ଡିଗ୍ରୀ, ହୀରାକୁଦରେ ୪୨.୧ ଡିଗ୍ରୀ, ମାଲକାନଗିରିରେ ୪୨ ଡିଗ୍ରୀ ରେକର୍ଡ କରାଯାଇଛି।

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 

 

Share this story