ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି, କମିବ ତାପମାତ୍ରା ! ଏସବୁ ଜିଲ୍ଲାକୁ ଆଲର୍ଟ ଜାରି
 

Thunderstorm and rain IMD has issued an alert to these districts of ODISHA
ଏସବୁ ଜିଲ୍ଲାରେ ଘଡ ଘଡି ସହ ବର୍ଷା 
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟବାସୀଙ୍କୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ। ୪୩.୫ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ବର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିବା ବେଳେ ଦେଶର ଦ୍ବିତୀୟ ଉତ୍ତପ୍ତ ସହର ଭାବରେ ରେକର୍ଡ କରିଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଏପ୍ରିଲ ମାସରେ ଡ଼ହଳବିକଳ ହେଉଛନ୍ତି ରାଜଧାନୀ ବାସୀ।

ସେହିପରି ରାଜ୍ୟର ୯ ଟି ସହରର ତାପାମାତ୍ର ୪୨ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ପାରଳାଖେମୁଣ୍ଡି ୪୨.୬, ତାଳଚେର ୪୨.୪ -ମାଲକାନଗିରି ଏବଂ ବୌଦ୍ଧ ୪୨.୨, ଅନୁଗୁଳ ୪୨.୧ -ବଲାଙ୍ଗିର, ଟିଟିଲାଗଡ଼, ନୟାଗଡ଼ ୪୨, କଟକ- ୪୦.୬ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି।

ଆଧିକ ପଢନ୍ତୁ : ହାର୍ଟଆଟାକ୍ ଆସିବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ

ହେଲେ ବର୍ତ୍ତମାନ ତାତିରୁ ମିଳିବ ତ୍ରାହି। ଆସନ୍ତା ୨୪ ଘଣ୍ଟା ବଳବତ୍ତର ରହିବ ହିଟୱେଭ। ଏହାପରେ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ମିଳିବ। କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି। ଫଳରେ ଦିନର ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବ। 

ଏହି ସମୟରେ ବିଶେଷ ଗରମ ଅନୁଭୂତ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତାକାଲି କିଛି ଜିଲ୍ଲାରେ କୁଆପଥର ବର୍ଷା ନେଇ ଆରେଞ୍ଜ୍ ଆଲର୍ଟ ଜାରି କରାଯାଇଛି। ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ଯାଜପୁର, କଟକରେ କୁଆପଥର ପାଇଁ ଆରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଧିକ ପଢନ୍ତୁ : ଏହି ୫ଟି ଅଭ୍ୟାସ ବ୍ରେନ୍ ଷ୍ଟ୍ରୋ୍‌କ ହେବାର ଆଶଙ୍କାକୁ ବୃଦ୍ଧି କରି ଥାଏ, ଜାଣନ୍ତୁ ସେହି ଅଭ୍ୟାସ ବିଷୟରେ 
 

Share this story