ଏମିତି ବି ଆସେ ମୃତ୍ୟୁ ! ଏକାଠି ଘରକୁ ଫେରୁଥିଲେ ୩ ସାଙ୍ଗ, ଏକାସଙ୍ଗେ ଚାଲିଗଲେ...

three friend died on spot at a time in road accident

ଓଡ଼ିଆ ଗସିପ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ ! ଭବାନୀପାଟଣା ନିକଟରେ ଟ୍ୟାଙ୍କର ଚାପାରେ ୩ ବାଇକ୍ ଆରୋହୀ ମୃତ । NH-୨୬ର ପାଷ୍ଟିକୁଡ଼ି ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ଥାନୀୟ ରକାବାହାଲି ଗାଁର ୩ ଜଣଙ୍କ ମୃତ୍ୟୁ ହୋଇଛି ।

ଉତକେଲାରୁ କ୍ରିକେଟ ମ୍ୟାଚ ଖେଳି ଫେରୁଥିଲେ ୩ ସାଙ୍ଗ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ହେବାସହ ରାସ୍ତାରୋକ କରାଯାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବଡ଼ବାବୁଙ୍କୁ ଖୁସି କରିବାକୁ ବକ୍ଷୋଜରେ ଦାମୀ ତେଲ ଲଗାଉଥିଲେ ଅର୍ଚ୍ଚନା, ଦାମ ଶୁଣିଲେ ହୋସ ଉଡିଯିବ

ଗ୍ୟାସ ଟ୍ୟାଙ୍କର ବାଇକକୁ ଚାପି ଦେବା ଫଳରେ ଘଟଣାସ୍ଥଳରେ ହିଁ ତିନି ଯୁବକଙ୍କ ଜୀବନ ଯାଇଛି । ମୃତ ତିନି ଯୁବକମାନେ ରକାଵାହଳି ଗାଁର ଅକ୍ଷୟ ଗୌଡ଼, ଟୁଟୁ ଗୌଡ଼ ଓ ରଘୁ ଗୌଡ଼ ବୋଲି ଜଣାପଡିଛି ।

ଉକ୍ତ ତିନି ଯୁବକ ଉତକେଲା କ୍ରିକେଟ ଖେଳି ଗାଁକୁ ଫେରୁଥିବା ବେଳେ ଅଘଟଣ ଘଟିଛି । ସଦର ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । 

ତେବେ ଏହା ନୂଆ ନୁହେଁ, ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟିବାର ସାମନାକୁ ଆସିଛି। କିଛି ଦିନ ତଳେ ଏହି ରାସ୍ତାରେ ଗୋଟିଏ ବସ୍‌-ଟ୍ରକ୍ ମୁହାମୁହଁ ଧକ୍କା ଦେବା ଫଳରେ ୨ ଜଣଙ୍କ ଜୀବନ ଯାଇଥିଲା । ତଥାପି ଏଠାରେ କୌଣସି ସୂଚନା ଫଳକ ବି ଲାଗିନଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Share this story

World Odia Language Conferene