ବଡ଼ବାବୁଙ୍କୁ ଖୁସି କରିବାକୁ ବକ୍ଷୋଜରେ ଦାମୀ ତେଲ ଲଗାଉଥିଲେ ଅର୍ଚ୍ଚନା, ଦାମ ଶୁଣିଲେ ହୋସ ଉଡିଯିବ

Archana uses Bangkok oil to shape her breast for sex deal

ଓଡ଼ିଆ ଗସିପ ବ୍ୟୁରୋ: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନେତା, ମନ୍ତ୍ରୀ, ଅଫିସର, ବ୍ୟବସାୟୀ, ପ୍ରଯୋଜକ ସଭିଙ୍କ ମୁଖା ଖୋଲିବାରେ ଲାଗିଛି । ଇଡି ପକ୍ଷରୁ ଗୁଡେଇ ତୁଡେଇ ସମସ୍ତଙ୍କୁ ପ୍ରଶ୍ନ ପଚରାଯାଉଛି । ଏତେ କମ୍ ସମୟ ମଧ୍ୟରେ ଅର୍ଚ୍ଚନା କୋଟି କୋଟି ଟଙ୍କାର ମାଳିକାଣି କେମିତି ହେଲେ ? କାହା ଟଙ୍କାରେ ଦାମୀ ଶଗୁଆନ ପଲଙ୍କରେ ଶୋଉଥିଲେ ? କାହା ଟଙ୍କାରେ କୋଟିଏ ଟଙ୍କାର ଗାଡି ଚଢୁଥିଲେ ? ଏ ସବୁ ପ୍ରଶ୍ନ ଭିତରେ ଗୋଟିଏ ସାଙ୍ଘାତିକ ଘଟଣା ନଜରକୁ ଆସିଛି ।

ଶ୍ରଦ୍ଧାଞ୍ଜଳିଙ୍କ ବୟାନ ମୁତାବକ ଅର୍ଚ୍ଚନା ବଡ଼ବଡ଼ିଆଙ୍କୁ ଦେହସୁଖ ଦେବା ପାଇଁ ନାନା ଉପାୟ ଚିନ୍ତା କରୁଥିଲେ । କେତବେଳେ ଫରେନ୍ ବ୍ରାଣ୍ଡର ଦାମୀ ଅନ୍ତଃ ବସ୍ତ୍ର ପିନ୍ଧୁଥିଲେ ତ ଆଉ କେତବେଳେ ଲକ୍ଷାଧିକ ଟଙ୍କାର ପର୍ଫ୍ୟୁମ ପକାଉଥିଲେ । ତେବେ ଏସବୁଠାରୁ ଆହୁରି ସଙ୍ଗୀନ କଥା ହେଉଛି, ନିଜର ବକ୍ଷୋଜକୁ ସୁନ୍ଦର ଓ ସୁଢୋଳ ବନାଇବା ପାଇଁ ଅର୍ଚ୍ଚନା ବ୍ୟାଙ୍କକରୁ ରୁ ଏକ ତେଲ ମଗାଉଥିଲେ । ସପ୍ତାହରେ ଥରେ ଏହି ତେଲ ସେ ନିଜ ବକ୍ଷୋଜରେ ଲଗାଉଥିଲେ ।

ବ୍ୟାଙ୍କକରୁ ଆସୁଥିବା ଏହି ତେଲ ର ଲିଟର ପିଛା ଦାମ କୁଆଡେ ସାଢ଼େ ୩ ଲକ୍ଷ ଟଙ୍କା । ଏହି ତେଲ ବକ୍ଷୋଜ ରେ ଲଗାଇବା ପରେ ବକ୍ଷୋଜ କୌଣସି ପରିସ୍ଥିତିରେ ନରମ ହେବ ନାହିଁ । ସାଧାରଣତଃ ରେଡ଼ ଲାଇଟ ଏରିଆର ସେକ୍ସ ୱାର୍କର ଏହି ତେଲ ବ୍ୟବହାର କରନ୍ତି ।

ବଡ଼ କଥା ନିଜେ ସ୍ୱାମୀ ଜଗବନ୍ଧୁ ଅର୍ଚ୍ଚନାଙ୍କ ବକ୍ଷୋଜରେ ଏହି ତେଲ ମାଲିସ କରିଦିଅନ୍ତି । ଆଉ ସମୟ ବିରତିରେ ବଡ଼ ବଡ଼ ବାବୁଙ୍କ ନିକଟରେ ନିଜ ସ୍ତ୍ରୀଙ୍କୁ ନେଇ ଛାଡି ଆସନ୍ତି ଜଗବନ୍ଧୁ । ଏଭଳି ତଥ୍ୟ ଇଡି ଆଗରେ ରଖିଛନ୍ତି ସହଯୋଗୀ ଶ୍ରଦ୍ଧାଞ୍ଜଳି ।

ସେପଟେ ଗୁରୁବାର ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ତଥା କାର୍‌-ସୋ ରୁମ୍‌ ମାଲିକ ଗଙ୍ଗାଧର ସାମଲ ଇଡିରେ ହାଜର ହୋଇଥିଲେ । ତାଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଥିଲା । ଅର୍ଚ୍ଚନା ମାମଲା ଇଡି ନେଲା ପରେ ଆର୍ଥିକ କାରବାର ନେଇ ତଦନ୍ତ ଆରମ୍ଭ କରିଥିଲା ।

ଏହି ସମୟରେ ଜଣାପଡ଼ିଥିଲା ଅର୍ଚ୍ଚନାର ଆକାଉଣ୍ଟକୁ ‘ଏମ୍‌ପିୟର ପ୍ରେଷ୍ଟିଜ୍‌’ ଆକାଉଣ୍ଟକୁ ୩୦ ଲକ୍ଷରୁ ଅଧିକ ଟଙ୍କା ଆସିଛି । ଯାଞ୍ଚ ସମୟରେ ଜଣାପଡ଼ିଥିଲା ‘ଏମ୍‌ପିୟର ପ୍ରେଷ୍ଟିଜ୍‌’ ମାଲିକ ହେଉଛନ୍ତି ଗଙ୍ଗାଧର ସାମଲ । ଏଣୁ ଇଡି ଗତ ସପ୍ତାହରେ ଗଙ୍ଗାଧରଙ୍କୁ ନୋଟିସ୍‌ କରିଥିଲା ।

ଗୁରୁବାର ସକାଳ ସାଢ଼େ ୧୦ଟାରେ ଗଙ୍ଗାଧର କାଗଜପତ୍ର ଧରି ପହଞ୍ଚିଥିଲେ ଇଡି କାର୍ଯ୍ୟାଳୟରେ । ଦୀର୍ଘ ସମୟ ଜେରା ପରେ ମଧ୍ୟ ଗଙ୍ଗାଧର କହି ନଥିଲେ କ’ଣ ପାଇଁ ସେ ଅର୍ଚ୍ଚନାକୁ ଏତେ ଟଙ୍କା ଦେଇଥିଲେ । ସେପଟେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ଆର୍ଥିକ କାରବାର ରାଜ୍ୟ ବାହାରେ ରହିଛି । ସେ ବିଷୟରେ ଇଡି ତଥ୍ୟ ପାଇଛି ।

ଭାଇଜାଗ୍‌ର ଜଣେ ଖଣି ବ୍ୟବସାୟୀ କାର୍ତ୍ତିକେ ବୋଜୋଡ଼ିଆଙ୍କ ସହ ୨୦୧୯ରୁ ୨୦୨୨ ମଧ୍ୟରେ ୭୦ ଲକ୍ଷରୁ ଅଧିକ ଟଙ୍କା କାରବାର ହୋଇଛି । କ’ଣ ପାଇଁ ଏତେ ଟଙ୍କା କାରବାର ହୋଇଛି ସେ ନେଇ କୌଣସି ସୂଚନା ମିଳିନାହିଁ । କାର୍ତ୍ତିକେ ମଞ୍ଚେଶ୍ୱର ଅଞ୍ଚଳରେ ରହୁଥିଲେ । ଖଗେଶ୍ୱରଙ୍କ ସେ ଅଞ୍ଚଳରେ ଗ୍ୟାରେଜ୍‌ ଥିଲା । ଉଭୟେ ଏକ ଖଟିରୁ ପରିଚିତ ହୋଇଥିଲେ । ତା’ପରେ ଲକ୍ଷ ଲକ୍ଷର କାରବାର ।

ସେ କାରବାର ବିଷୟରେ ଜାଣିବା ପାଇଁ ଇଡି ଖଗେଶ୍ୱରଙ୍କୁ ତୃତୀୟ ପର୍ଯ୍ୟନ୍ତ ରିମାଣ୍ଡ ଆବେଦନ କରିଥିଲା । ଯାହାକୁ କୋର୍ଟ ଖାରଜ କରିଛନ୍ତି । ବିଳମ୍ବିତ ସନ୍ଧ୍ୟାରେ ଖଗେଶ୍ୱରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଭାଇଜାଗର କାର୍ତ୍ତିକେଙ୍କ ‘ଶ୍ରୀୟା’ ନାମକ କମ୍ପାନୀରୁ ଏମାନଙ୍କ ପାଖକୁ ଆସିଥିବା ଟଙ୍କାର ହିସାବ ପାଇଁ ଇଡି ତାଙ୍କୁ ନୋଟିସ୍‌ କରିବ ବୋଲି ଜଣାପଡ଼ିଛି । ଅର୍ଚ୍ଚନା ଓ ଖଗେଶ୍ୱର ଦୁହେଁ ମିଶି କାର୍ତ୍ତିକେୟଙ୍କୁ ବ୍ଲାକ୍‌ମେଲିଂ କରି ଏ ସବୁ ଟଙ୍କା ଆଣୁଥିଲେ ବୋଲି ଜଣାପଡ଼ିଛି । ତେବେ ସବୁପରେ ଅର୍ଚ୍ଚନାଙ୍କ ବକ୍ଷୋଜରେ ଲାଗୁଥିବା ତେଲକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୭ ରୁ ୭୦ ସଭିଏଁ ଅର୍ଚ୍ଚନାଙ୍କ ବକ୍ଷୋଜ ରହସ୍ୟ କଥା ଗୁଣୁଗୁଣୁ ହେଉଥିବା ଶୁଣିବାକୁ ମିଳୁଛି ।

Share this story

World Odia Language Conferene