World Odia Language Conferene

ଓଡିଶାରେ ପୁଣି ଚାଞ୍ଚଲ୍ୟ : ବନ୍ଦ ଘରେ ପଡି ରହିଛି ୩ ଜଣଙ୍କ ମୃତଦେହ: ରକ୍ତାକ୍ତ ଅବସ୍ଥାରେ ପଡିଛି ୩ଟି ଶବ, ହତ୍ୟା ସନ୍ଦେହ

three dead bodies found from a house in Odisha

ଓଡ଼ିଆ ଗସିପ ବ୍ୟୁରୋ: ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଆଖିଫୁଟା ଗାଁରେ ବନ୍ଦ ଘର ଭିତରୁ ୩ ଜଣଙ୍କ ମୃତଦେହ ଠାବ ହୋଇଛି । ଘରେ ସ୍ବାମୀ ଓ ୨ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି ।

୩ ଜଣଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଥିବା ସୂଚନା । ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟା ସନ୍ଦେହ କରାଯାଉଛି । ତେବେ କିଏ ଓ କାହିଁକି ହତ୍ୟାକାଣ୍ଡ ଘଟାଇଲା ତାହା ଜଣାପଡି ନାହିଁ ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ନୁହେଁ ସେ ଡାହାଣୀ ! ୪ ପ୍ରେମିକଙ୍କ ସହ ମିଶି ସ୍ୱାମୀକୁ କଲା ହତ୍ୟା, ରଚିଥିଲା ଭୟାନକ ଷଡଯନ୍ତ୍ର

ଖବର ପାଇ ଘଟଣା ସ୍ଥଳରେ ଭେଡେନ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଅଧିକ ତଥ୍ୟ ଓ ପ୍ରମାଣ ପାଇଁ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଛି । ଘଟଣା ପରେ ଭେଡେନ ଥାନା ଅନ୍ତର୍ଗତ ଆଖିଫୁଟା ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ରକ୍ତାକ୍ତ ଅବସ୍ଥାରେ ପଡିଛି ୩ଟି ଶବ, ହତ୍ୟା ସନ୍ଦେହ କରାଯାଉଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା । ମୃତକ ହେଲେ ସେହି ଗାଁର ଟଙ୍କଧର ସାହୁ ଓ ତାଙ୍କର ଦୁଇ ସ୍ତ୍ରୀ ଦ୍ରୌପଦୀ ଓ ମାଧବୀ ସାହୁ । ହେଲେ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଯଦି ଏହା ହତ୍ୟା ତେବେ କିଏ କାହିଁକି ହତ୍ୟା କଲା ସେନେଇ ପୋଲିସ ଛାନବିନ ଆରମ୍ଭ କରିଛି ।

Share this story