ସ୍ତ୍ରୀ ନୁହେଁ ସେ ଡାହାଣୀ ! ୪ ପ୍ରେମିକଙ୍କ ସହ ମିଶି ସ୍ୱାମୀକୁ କଲା ହତ୍ୟା, ରଚିଥିଲା ଭୟାନକ ଷଡଯନ୍ତ୍ର

wife killed husband getting hand from four lover

ଓଡ଼ିଆ ଗସିପ ବ୍ୟୁରୋ: କୁହାଯାଏ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଜନ୍ମଜନ୍ମର । ବେଦିରେ ବଶି ଅଗ୍ନିକୁ ସାକ୍ଷୀରଖି ସାତ ଜନ୍ମକୁ ସାଥୀ ହେବାକୁ କଥା ଦେଇଥାନ୍ତି ଉଭୟ ପତି-ପତ୍ନୀ । କେବେ ବି ଅଲଗା ନହେବାକୁ ରଖିଥା’ନ୍ତି ପଣ । ହେଲେ ଜଣେ ସ୍ତ୍ରୀ ତାର ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କରିଛି । ତାହାପୁଣି ଜଣେ ପ୍ରେମିକ ପାଇଁ ନୁହେଁ, ୪ଜଣ ପ୍ରେମିକଙ୍କ ପାଇଁ ସ୍ୱାମୀକୁ କରିଛି ନିର୍ମମ ହତ୍ୟା ।

ସୂଚନା ଅନୁସାରେ ଏପରି ଏକ ଅଭାବନୀୟ ଘଟଣା ମାର୍ଚ୍ଚ ୧୨ ତାରିଖରେ ଘଟିଛି । ଝାନ୍ସିର ରକ୍ସା ପୋଲିସ ଷ୍ଟେସନ ଅଞ୍ଚଳରେ ଏନେଇ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପତ୍ରରେ ଜଣେ ମୃତ ବ୍ୟକ୍ତିଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭାଇଙ୍କୁ କୁରାଢ଼ି ଓ ବାଡିରେ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି ।

ଆହୁରି ପଢ଼ନ୍ତୁ: ବୃହସ୍ପତି ଅସ୍ତ ଯୋଗୁଁ ଏହି ରାଶିଙ୍କ ଭାଗ୍ୟରେ ସ୍ୱାସ୍ଥ୍ୟ ସହ ଧନ ମଧ୍ୟ ହାତରୁ ଚାଲିଯିବ, ୪ ରାଶି ଭୋଗିବେ ଦଣ୍ଡ

ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ଶରୀର ନିକଟସ୍ଥ କ୍ଷେତରେ ପଡ଼ିଥିବା ପୋଲିସ କହିଛି । ମୃତକଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ ପଡ଼ୋଶୀରେ ରହୁଥିବା ୮ଜଣ ବ୍ୟକ୍ତି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଘଟଣାକୁ ନେଇ ପୋଲିସ ଏବେ ବି ତଦନ୍ତ ଜାରି ରଖିଛି ।

ମାମଲା ପଞ୍ଜୀକୃତ ହେବାପରେ ତଦନ୍ତ ପାଇଁ ରକ୍ସା ପୋଲିସ ପକ୍ଷରୁ ଦୁଇଟି ଟିମ୍‌ ଗଠନ କରାଯାଇଥିଲା । ଘଟଣାକୁ ନେଇ ତଦନ୍ତ କରିବା ସହ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଓ ତାଙ୍କ ୪ ପ୍ରେମୀକଙ୍କୁ ଗିରଫ କରିଛି । ପାଞ୍ଚ ହତ୍ୟାକାରୀଙ୍କୁ ପଚରାଉଚରା ବେଳେ ସବୁ ସତ ସତ ମାନିଛନ୍ତି । ହତ୍ୟାକାରୀଙ୍କ ଠାରୁ ହତ୍ୟାରେ ବ୍ୟବହୃତ ହୋଇଥିବା କୁରାଢ଼ି ଓ ୩ଟି ବାଡ଼ି ଉଦ୍ଧାର କରିଛି ।

Share this story