ଶବ ସଂସ୍କାର ପାଇଁ ଆସିଥିଲେ, ନିଜେ ଶବ ହୋଇଗଲେ ଯୁବକ

this youth came to attend funeral but died there

ଓଡ଼ିଆ ଗସିପ ବ୍ୟୁରୋ: ଶବ ନେଇ ଦାହ ପାଈଁ ଆସିଥିଲେ ନିଜେ ଶବ ହୋଇଗଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଥାନା ବୈତରଣୀ ନଦୀ ଦଶାଶ୍ବମେଧ ଘାଟରେ ।

ମୃତକ ହେଲେ ଦଶରଥପୁର ବ୍ଲକ ରାମବାଗ ହୀରାପୁର ଅଞ୍ଚଳର ନିଶିକାନ୍ତ ମଲ୍ଲିକ । ନିଶିକାନ୍ତ ସମ୍ପର୍କୀୟଙ୍କ ଦାହ ପାଇଁ ଯାଜପୁର ଦଶାଶ୍ବମେଧ ଘାଟ ନିକଟସ୍ଥ ବାରୁଣୀ ପଡିଆରେ ଥିବା ମହାଶ୍ମଶାନକୁ ନେଇ ଆସିଥିଲେ ।

ଆହୁରି ପଢ଼ନ୍ତୁ: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ମୋଡ଼: ପୁଣି ଅଡୁଆରେ ସ୍ତ୍ରୀ, ଡିଏଫଓ ଓ ରୋଷେୟା

ଦାହ କାର୍ଯ୍ୟ ଶେଷ ହେବା ପରେ ବୈତରଣୀ ନଦୀର ଦଶାଶ୍ବମେଧ ଘାଟକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ନଦୀରେ ବୁଡିଯାଇଥିଲେ । ଦୀର୍ଘ ସମୟ ଖୋଜାଖୋଜି ପରେ ନିଶିକାନ୍ତଙ୍କୁ ପାଣି ଭିତରୁ ଉଦ୍ଧାର କରଯାଇଥିଲା । ହେଲେ ବେଆଇନ୍ ଭାବେ ଖୋଳା ଯାଉଥିବା ବାଲିଘାଟ ଯୋଗୁଁ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

ନଦୀ ଶୁଖିଲା ଥିବାବେଳେ ବାଲି ଖୋଳା ହେତୁ ଏପରି ଘଟିଛି । ତେବେ ଯାଜପୁର ଦମକଳ ବାହିନୀ ଆସି ମୃତ ନିଶିକାନ୍ତ ମଲ୍ଲିକକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଯାଜପୁର ପୋଲିସ ମୃତ ଶରୀର ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

Share this story

World Odia Language Conferene