ଗର୍ଭବତୀ ହେଲେ ପୁରୁଷ, ଛୁଆ ଜନ୍ମ କରିବେ ବାପା; ପୁରା କାହାଣୀ ପଢିଲେ ଆପଣ ବି ଚକିତ ହୋଇଯିବେ...

this transgender couple will gave birth to a baby

ଓଡ଼ିଆ ଗସିପ ବ୍ୟୁରୋ: କୋଳକୁ ସନ୍ତାନଟିଏ ଆସିଲେ ମା’ ଜୀବନର ପୂର୍ଣ୍ଣତା ଆସିଥାଏ । ମା’ର ବାତ୍ସଲ୍ୟ ମମତା, ତପସ୍ୟା, ଅବଦାନ ଅବର୍ଣ୍ଣନୀୟ । ଖାଲି ମା’ ନୁହେଁ ବାପା ମଧ୍ୟ ସନ୍ତାନର ଲାଳନ ପାଳନରେ ନିଜକୁ ସମର୍ପି ଦେଇଥାନ୍ତି । ହେଲେ ଏଠି ଆମେ ଆପଣଙ୍କୁ ଏମିତି ଏକ କଥା କହିବୁ ଯାହା ଶୁଣିଲେ ଆପଣ ଚକିତ ହେବେ ।

ମା’ ବଦଳରେ ଯଦି ବାପା ଗର୍ଭରେ ପିଲା ବଢ଼େ ? ତା’ହେଲେ ଆପଣ କ’ଣ କହିବେ ? ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କେରଳର କୋଝିକୋଡରେ ଏଭଳି ଅଭୂତପୂର୍ବ ଘଟଣା ଘଟିଛି । ଏଠି ଜଣେ ମହିଳା ନୁହେଁ ବରଂ ପୁରୁଷ ଗର୍ଭବତୀ ହୋଇଛନ୍ତି ।

ଛୁଆ ଜନ୍ମ କରିବେ ଏହି ପୁରୁଷ:

କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍‌ ଜିୟା ଓ ଜହାଦ ଖୁବ୍‌ଶୀଘ୍ର ଘରକୁ ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେହି ନୂଆ ଅତିଥି ଆଉ କେହି ନୁହଁନ୍ତି । ବରଂ ସେମାନଙ୍କର ପ୍ରଥମ ସନ୍ତାନ । ଏନେଇ ଉଭୟ ସୋସିଆଲ୍‌ ମିଡିଆ ଜରିଆରେ ବାପା ଓ ମା’ ହେବାକୁ ଯାଉଛନ୍ତି ବୋଲି ଖୁସି ଖବର ଦେବା ସହ କିଛି ଫଟୋ ଶେୟାର କରିଛନ୍ତି ।

ଅଧିକ ପଢ଼ନ୍ତୁ : ପ୍ରଥମେ ପାଇଖାନା ଟାଙ୍କିରୁ; ଏବେ ଜବତ ଗାଡିରୁ ମିଳିଲା ଲାଲି କାଗଜ!, ରହସ୍ୟ ସାମ୍ନାକୁ ଆଣିବା ପାଇଁ ଅଣ୍ଟା ଭିଡିଛି କ୍ରାଇମ ବ୍ରାଞ୍ଚ...

ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ମାର୍ଚ୍ଚ ମାସରେ ସେମାନଙ୍କର ପ୍ରଥମ ସନ୍ତାନ ଦୁନିଆକୁ ଆସିବ ବୋଲି ଜିୟା ଓ ଜହାଦ ଆଶା ରଖିଛନ୍ତି । ଗତ ୩ ବର୍ଷ ହେବ ଉଭୟ ଏକାଠି ରହୁଛନ୍ତି ।

ଇନଷ୍ଟାଗ୍ରାମରେ ପ୍ରେଗନାନ୍ସି ଫଟୋ ଶେୟାର କରି ଜିୟା ଲେଖିଛନ୍ତି, ‘ଜନ୍ମରୁ ମୁଁ ମହିଳା ନଥିଲି । ଦିନେ ଜଣେ ଛୋଟ ଛୁଆ ମୋତେ ମା’ ବୋଲି ଡାକି ଦେଇଥିଲା । ଏହାପରଠୁ ମୋ ଭିତରେ ମାତୃତ୍ୱ ହେବାର ସ୍ୱପ୍ନ ଥିଲା । ୩ ବର୍ଷ ଆମେ ଏକାଠି ରହୁଛୁ । ଯେଭଳି ମୋର ଏକ ସ୍ୱପ୍ନ ଥିଲା ମୁଁ ମା’ ହେବି, ସେହିପରି ଜହାଦଙ୍କର ମଧ୍ୟ ବାପା ହେବାର ଏକ ସ୍ୱପ୍ନ ଥିଲା । ଆଉ ଆଜି ଉଭୟଙ୍କ ସହମତି କ୍ରମେ ୮ ମାସର ସନ୍ତାନ ତାଙ୍କ ଗର୍ଭରେ ବଢ଼ୁଛି ।’

ସ୍ତ୍ରୀରୁ ପୁରୁଷ ହେବା ପରେ ମଧ୍ୟ କେମିତି ହେଲା ଗର୍ଭଧାରଣ...

ରିପୋର୍ଟ ଅନୁସାରେ, ଏହି ଟ୍ରାନ୍ସଜେଣ୍ଡର କପଲ୍‌ ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀର ସହାୟତା ନେଇଥିଲେ । ଜନ୍ମରୁ ଜିୟା ପୁଅ ଥିଲେ । ହେଲେ ସର୍ଜରୀ କରି ସେ ଝିଅ ହୋଇ ଯାଇଥିଲେ । ସେହିପରି ଜହାଦ ଝିଅ ଥିଲେ, ହେଲେ ପରବର୍ତ୍ତୀ ସମୟରେ ପୁଅ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ମଧ୍ୟ ଜହାଦ ଗର୍ଭଧାରଣ କରିଥିଲେ ।

ଅଧିକ ପଢ଼ନ୍ତୁ : ଖୋଲିଲାନି ସିଟ୍ ବେଲ୍ଟ, କାର ଭିତରେ ଜିଅନ୍ତା ଜଳିଗଲେ ଦମ୍ପତି ! ପେଟରେ ଥିଲା ଛୁଆ...

କୁହାଯାଉଛି ଯେ, ପୁରୁଷ ହେବା ପାଇଁ ସର୍ଜରୀ ବେଳେ ଜହାଦଙ୍କ ଗର୍ଭାଶୟ ଓ ଅନ୍ୟ କିଛି ଅଙ୍ଗକୁ ହଟା ଯାଇନଥିଲା । ତେଣୁ ଏବେ ସେ ଗର୍ଭଧାରଣ କରିଥିବା ଜଣାପଡ଼ିଛି । ପରସ୍ପରକୁ ଭଲ ପାଉଥିବାରୁ ସମାଜର ଟାହିଟାପରା ସତ୍ତ୍ୱେ ଉଭୟ ଲିଙ୍ଗ ପରିବର୍ତ୍ତନ କରି ପରସ୍ପରଙ୍କୁ ବିବାହ କରିଥିଲେ ।

ଜିଆ ଜଣେ ଡ୍ୟାନ୍ସର ହୋଇଥିବା ବେଳେ ଜହାଦ ଏକ ଘରୋଇ କମ୍ପାନୀରେ ଜଣେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି । ଆଉ ଏବେ ଜହାଦଙ୍କ ଗର୍ଭରେ ୮ ମାସର ସନ୍ତାନ ବଢ଼ୁଛି । ଘଟଣା ଯାହା ହେଉ ନା କାହିଁକି ସୋସିଆଲ୍‌ ମିଡିଆରେ ଫଟୋ ଶେୟାର ପରେ ଟ୍ରାନ୍ସଜେଣ୍ଡର କପଲ୍‌ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଛି ।

Share this story