ଖୋଲିଲାନି ସିଟ୍ ବେଲ୍ଟ, କାର ଭିତରେ ଜିଅନ୍ତା ଜଳିଗଲେ ଦମ୍ପତି ! ପେଟରେ ଥିଲା ଛୁଆ...

couple charred to death after their seat belt stuck

ଓଡ଼ିଆ ଗସିପ ବ୍ୟୁରୋ: ଖୋଲିଲାନି ସିଟ୍‌ ବେଲ୍ଟ, ଚାଲିଗଲା ଦମ୍ପତିଙ୍କ ଜୀବନ । କାର ଭିତରେ ଜିଅନ୍ତା ଜଳିଗଲେ । ଏଭଳି ଏକ ହୃଦୟ ବିଦାରକ ଘଟଣା ଗୁରୁବାର ଉତ୍ତର କେରଳ କନ୍ନୁର ଅଞ୍ଚଳରେ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ପରିବାରର ପ୍ରାୟ ସମସ୍ତ ସଦସ୍ୟ କାର୍‌ରେ ମେଡିକାଲ ଯାଉଥିଲେ । ଆଗରେ ଦମ୍ପତି ବସିଥିବା ବେଳେ ପଛରେ ପରିବାରର ଅନ୍ୟ ସଦସ୍ୟମାନେ ବସିଥିଲେ । ଆଗରେ ବସିଥିବା ମହିଳା ଗର୍ଭବତୀ ଥିଲେ । ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନିଆଯାଉଥିଲା ବୋଲି ପରିବାର ଲୋକ କହିଛନ୍ତି ।

ଅଧିକ ପଢ଼ନ୍ତୁ : ଅଧାରେ ରହିଗଲା ଝିଅକୁ ଦେଖିବା ଆଶା; ସଡ଼କ ଦୁର୍ଘଟଣାରେ ଜୀବନ ହାରିଲେ ମା' ଓ ପୁଅ

ତେବେ ପୁରା ଘଟଣାଟି ହେଲା, ରାସ୍ତାରେ ଯାଉଥିବା ବେଳେ ଅଚାନକ କାର୍‌ରୁ ଧୁଆଁ ବାହାରିବା ଆରମ୍ଭ ହେଲା । ଡ୍ରାଇଭର ସିଟ୍‌ରେ ବସିଥିବା ବ୍ୟକ୍ତି ସମସ୍ତଙ୍କୁ କାରରୁ ବାହାରି ଯିବାକୁ ପରାମର୍ଶ ଦେଇଥିଲେ । ପଛରେ ବସିଥିବା ସମସ୍ତ ସଦସ୍ୟ କାର ବାହାରକୁ ଚାଲିଆସିଥିଲେ । କିନ୍ତୁ ଆଗରେ ବସିଥିବା ତାଙ୍କ ପତ୍ନୀ ଓ ସେ ନିଜେ ବାହାରି ପାରିନଥିଲେ ।

କାରଣ କୌଣସି କାରଣ ବଶତଃ ତାଙ୍କର ସିଟ୍‌ ବେଲ୍ଟ ଖୋଲି ନଥିଲା । ଆଉ କାରରେ ନିଆଁର ମାତ୍ରା ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଲା । ସ୍ଥାନୀୟ ଲୋକେ ବି କାର ଆଗରେ ବସିଥିବା ଦମ୍ପତିଙ୍କୁ ଉଦ୍ଧାର ପାଇଁ ଅନେକ ଚେଷ୍ଟା କରିଥିଲେ । ହେଲେ ବିଫଳ ହୋଇଥିଲେ ।

ଅଧିକ ପଢ଼ନ୍ତୁ : ଅସୁସ୍ଥ ହୋଇଗଲେ ମହିଳା, ଓହ୍ଲାଇଦେଲେ ବସ ଚାଳକ; ରାସ୍ତା ଉପରେ ପୁଅ ସାମ୍ନାରେ ଆଖି ବୁଜିଲା ମାଆ

କାରଣ କାର୍‌ ତେଲ ଟାଙ୍କିରେ ନିଆଁ ଲାଗି ବିସ୍ଫୋରଣ ହେବାର ଭୟ ମଧ୍ୟ ଲୋକଙ୍କୁ ଘାରିଥିଲା । ପୋଲିସର କହିବାନୁଯାୟୀ କାର୍‌ରେ ମୋଟ ୫ ଜଣ ଯାତ୍ରୀ ଥିଲେ । ମୃତ ଦମ୍ପତିଙ୍କ ପରିଚୟ ମିଳିସାରିଛି ।

ସେମାନେ ହେଲେ ରିସା (୨୬) ଓ ତାଙ୍କ ସ୍ୱାମୀ ପ୍ରଜିଥ୍‌ (୩୨) । ସମ୍ପର୍କୀୟଙ୍କ କହିବାନୁଯାୟୀ ରିସା ଗର୍ଭାବସ୍ଥାର ଶେଷ ସୋପାନରେ ଥିଲେ । ତାଙ୍କୁ ଯନ୍ତ୍ରଣା ହେବାରୁ କୁନ୍ନୁର ସ୍ଥିତ ମେଡିକାଲ ଯାଇଥିଲେ । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସର୍ଟସର୍କିଟ୍‌ କାରଣରୁ କାର୍‌ରେ ନିଆଁ ଲାଗିଛି ।

Share this story