ଅଧାରେ ରହିଗଲା ଝିଅକୁ ଦେଖିବା ଆଶା; ସଡ଼କ ଦୁର୍ଘଟଣାରେ ଜୀବନ ହାରିଲେ ମା' ଓ ପୁଅ

dream to see daughter faded away as mother and son died in road accident

ଓଡ଼ିଆ ଗସିପ ବ୍ୟୁରୋ: ମେଡ଼ିକାଲରେ ଚିକିତ୍ସିତ ହେଉଥିବା ନିଜ ଝିଅକୁ ଦେଖିବା ପାଇଁ ଯାଉଥିଲେ । କିନ୍ତୁ କିଏ ଜାଣିଥିଲା ମେଡ଼ିକାଲ ଛକରେ ହିଁ ଜଗିଥିଲା ଜମ । କ୍ଷଣକ ମଧ୍ୟରେ ଚାଲଇଲା ଦୁଇଟି ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ ।

ବ୍ରହ୍ମପୁର ଆଙ୍କୁଲି ନିଗମ ନଗର ଅଞ୍ଚଳର ସୀତା ଆମ୍ମାଙ୍କ ବିବାହିତ ଝିଅ ଘରେ ପଡ଼ି ମୁଣ୍ଡ ଫାଟିଥିବା ନେଇ ଶୁଣିବା ପରେ ଏମକେସିଜି ମେଡ଼ିକାଲ ଅଭିମୁଖେ ସୀତା ଆମ୍ମା ଓ ତାଙ୍କ ପୁଅ ରାମଚନ୍ଦ୍ର ପାତ୍ର ସ୍କୁଟି ଯୋଗେ ବାହାରିଥିଲେ । ମେଡ଼ିକାଲ ଛକ ସମ୍ମୁଖରେ ହିଁ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ରାମଚନ୍ଦ୍ରଙ୍କ ସ୍କୁଟିକୁ ଧକ୍କା ଦେଇ ରାସ୍ତାରେ ରହିଥିବା ଡ଼ିଭାଇଡ଼ରକୁ ପିଟି ହୋଇଥିଲା ।

ଅଧିକ ପଢ଼ନ୍ତୁ : ଅସୁସ୍ଥ ହୋଇଗଲେ ମହିଳା, ଓହ୍ଲାଇଦେଲେ ବସ ଚାଳକ; ରାସ୍ତା ଉପରେ ପୁଅ ସାମ୍ନାରେ ଆଖି ବୁଜିଲା ମାଆ

ଯାହାଫଳରେ ଘଟଣାସ୍ଥଳରେ ହିଁ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ଥାନୀୟ କିଛି ଲୋକେ ସୀତାଆମ୍ମାଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ସୀତାଆମ୍ମାଙ୍କ ମୃତ୍ୟୁ ହୋଇଥିଲା ।

ସୀତାଆମ୍ମାଙ୍କ ଦୁଇ ଝିଅ ରହିଥିବା ବେଳେ ଉଭୟ ବିବାହ କରିସାରିଛନ୍ତି । ରାମଚନ୍ଦ୍ର ମଧ୍ୟ ବିବାହିତ ହୋଇଥିବା ବେଳେ ତାଙ୍କ ପତ୍ନୀ ନର୍ସ ଅଛନ୍ତି । ରାମଚନ୍ଦ୍ର ଜଣେ ଭଲ ଇଲେକ୍ଟ୍ରିସିଆନ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ ।

ହଠାତ ଏଭଳି ଦୁର୍ଘଟଣାରେ ମାଆ ଓ ପୁଅର ମୃତ୍ୟୁ ହୋଇଥିବା ଯୋଗୁଁ ପରିବାରର ସମସ୍ତ ସଦସ୍ୟ ମର୍ମାହତ ହୋଇଛନ୍ତି । ଯେହେତୁ କାର ଡ଼୍ରାଇଭର ଦ୍ରୁତ ଗତିରେ ଚଳାଇବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଛି ତେଣୁ କାର ଡ଼୍ରାଇଭରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମୃତକଙ୍କ ସମ୍ପର୍କୀୟ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ : ଗୋପାଳ ଦାସଙ୍କ ସରକାରୀ କ୍ୱାଟର୍ସରେ ମନ୍ତ୍ରୀ ନବ ଦାସ ହତ୍ୟା ଯୋଜନା ! କ୍ୱାଟର୍ସରେ ପହଁଚିଲା କ୍ରାଇମବ୍ରାଞ୍ଚ ଟିମ୍; ଲୁଚିଛି କି ଗୁରୁତ୍ୱପୂର୍ଣ୍ଣ ସୁରାକ ?

‘‘ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ବୈଦ୍ୟନାଥପୁର ଥାନା ପୋଲିସ । ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରାଯାଇଛି । ଏହାସହିତ କାରର ମାଲିକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ବେଳେ କାର ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଦୁର୍ଘଟଣାସ୍ଥଳରେ ରହିଥିବା ସିସିଟିଭି କ୍ୟାମେରାକୁ ନେଇ ତଦନ୍ତ କରାଯିବା ସହିତ ଅଟକ ଥିବା କାର ମାଲିକଙ୍କୁ ମଧ୍ୟ ଦୁର୍ଘଟଣାକୁ ନେଇ ଅଧିକ ପଚରାଉଚୁରା କରାଯିବ । ତଦନ୍ତରେ ଯାହା ଜଣାପଡ଼ିବ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି,‘‘ ବ୍ରହ୍ମପୁର ଏସପି ଡ଼ା.ଶ୍ରବଣା ବିବେକ ଏମ ।

ସକାଳେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ମୃତ ମାଆ ଓ ପୁଅର ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ମା ଓ ପୁଅର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Share this story